ଥମିବାକୁ ନାଁ ଧରୁନି ଜାପାନୀ ଜ୍ୱର: ଗଲାଣି ୭୪ ଜୀବନ

2

– ୪ରେ ମାଲକାନଗିରି ଆସିବେ ଧର୍ମେନ୍ଦ୍ର ପ୍ରଧାନ
ମାଲକାନଗିରି: ମାଲକାନଗିରିରେ ଜାପାନିଜ ଏନ୍ସେଫାଲାଇଟିସ୍ରେ ଶିଶୁ ମୃତୁ୍ୟ ଜାରି  ରହିଛି । ଆଜି ପୁଣି ଦୁଇ ଶିଶୁଙ୍କ ଜୀବନ ଯାଇଛି । ଏଥିସହ ୫୧ ଦିନ ମଧ୍ୟରେ ମୃତ ଶିଶୁଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । କାଲିମେଳା ଡାକ୍ତରଖାନାରେ ଜାପାନୀ ଏନ୍ସେଫାଲାଇଟିସ୍ରେ ପ୍ରାଣ ହରାଇଥିବା ୫ ବର୍ଷର ଶିଶୁପୁତ୍ରର ନାଁ ଭୀମା ମାଢ଼ି । ତା ଘର ଗୌରୀଗୁଡା ଗାଁରେ । ସେହିପରି  ପ୍ରାଣ ହରାଇଥିବା ଅନ୍ୟ ଶିଶୁଟିର ନାଁ ମମତା ମାଢ଼ୀ  । ତା ଘର କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ବୁଦୁରିଗୁଡାରେ । ସେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଆଇସିୟୁରେ ଚିକିତ୍ସିତ ହେଉଥିଲା । ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଶିଶୁଙ୍କ ଜୀବନ ଯାଇଥିଲା । ସୋମନେ ହେଲେ ସାରିଆମ ରାମ (୫) ଓ ଚନ୍ଦନ କବାସି(୫)  । ସାରିଆମ ର ଘର  କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ବଦଲି ଗାଁରେ । ନଭେମ୍ବର ୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲକାନଗିିରି ଆସିବାର କାର୍ୟ୍ୟକ୍ରମ ରହିଛି ।  ସେ ଜାପାନିଜ୍ ଏନସେଫାଲାଇଟିସ୍ର ସ୍ଥିତି ସମୀକ୍ଷା କରିବେ ବୋଲି ମାଲକାନଗିରି ଜିଲ୍ଲା ବିଜେପି ସଭାପତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here