ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମହିଳା, ମିଶନ ଶକ୍ତି ସଦସ୍ୟାଙ୍କୁ ସରକାର ଦେବେ ସ୍ମାର୍ଟ ଫୋନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଆଜି ଏକ ବଡ ନିଷ୍ପତ୍ତି ଘୋଷଣା କରିଥିବାର ସୂଚନା ମିଳିଛି । ଉକ୍ତ ଘୋଷଣା ହେଉଛି ମିଶନ ଶକ୍ତି ସଦସ୍ୟାଙ୍କୁ ସ୍ମାର୍ଟ ଫୋନ ଦେବେ । ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ଲାଇଫ ଏକ୍ସପେଟେନ୍ସି ବା ବଂଚିବାର ସମୟ ସୀମା ୧୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମାତୃ ମୃତ୍ୟୁ ହାର କମିବା ସହ ମହିଳା ସଶକ୍ତିକରଣ ଯୋଗୁ ମହିଳାଙ୍କ ବଂଚିବାର ସମୟସୀମା ବୃଦ୍ଧି ପାଇଛି ବୋଲି ନବୀନ କହିଛନ୍ତି । ମିଶନ ଶକ୍ତି ପର୍ଯ୍ୟାୟକ୍ରମେ ସଫଳ ହେବାରେ ଲାଗିଛି । ଯେଉଁଥିପାଇଁ ମହିଳାଙ୍କୁ ଲୋନ ଦେବା ପାଇଁ ବ୍ୟାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।ଅନ୍ୟପକ୍ଷେ ମେକ ଇନ ଓଡିଶାର ତୃତୀୟ ସଂସ୍କରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଚଳିତ ବର୍ଷର କନକ୍ଲେଭ ରେକର୍ଡ କରିଛି । ଏଥିରେ ମୋଟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଂଜି ନିବେଶର ପ୍ରସ୍ତାବ ଆସିଛି । ବିଭିନ୍ନ କ୍ଷେତ୍ରରେ ଏହି ନିବେଶ ଫଳରେ ୫ ଲକ୍ଷ ୯୧ ହଜାର ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବଡ ବଡ ଶିଳ୍ପପତି ଏବଂ ୧୯ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ । ଅନ୍ୟପଟେ ଜାପାନ କାର୍ଯ୍ୟକ୍ରମର ସହଯୋଗୀ ରାଷ୍ଟ୍ର ଭାବେ ସାମିଲ ହୋଇଥିବାରୁ ନବୀନ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟରେ ଦକ୍ଷତା ବିକାଶ ହେଉଥିବା ବେଳେ ଆଗାମୀ ଦିନରେ ଏହା ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ ଆସନ୍ତା ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here