You are here
Home > ଲାଟେଷ୍ଟ > ମହାନଦୀ ବିବାଦ : ସୁପ୍ରିମକୋର୍ଟରେ ହୋଇପାରେ ଲଢ଼େଇ

ମହାନଦୀ ବିବାଦ : ସୁପ୍ରିମକୋର୍ଟରେ ହୋଇପାରେ ଲଢ଼େଇ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏକ ଟ୍ରିବ୍ୟୁନାଲ ଗଠନ ଲାଗି କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିଟରେରେ ସୋମବାର ଓଡ଼ିଶା ପକ୍ଷରୁ ପିଟିସନ ଦାଏର ହୋଇଛି। ଆନ୍ତଃ ରାଜ୍ୟ ନଦୀଜଳ ବିବାଦ-1956ର ଧାରା 3ରେ ଟ୍ରିବ୍ୟୁନାଲ ଗଠନ ଲାଗି ଓଡିଶା ସରକାରଙ୍କର ପ୍ରସ୍ତାବକୁ ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। ଯଦି ଟ୍ରିବ୍ୟୁନାଲ ଗଠନ ଦାବି କରିବାରେ ଥିଲା, ତେବେ ଏତେ ବିଳମ୍ବ କାହିଁକି କରାଗଲା ବୋଲି ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ କରିଛନ୍ତି। ତେବେ ଓଡ଼ିଶା ଜଳ ସମ୍ପଦ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ମହାନଦୀ ଜଳ ଟ୍ରିବ୍ୟୁନାଲ ଗଠନ ପାଇଁ ଆବଶ୍ୟକ ସମସ୍ତ ତଥ୍ୟ କେନ୍ଦ୍ର ଜଳ ସମ୍ପଦ ବିଭାଗକୁ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ବିରୋଧୀ ଧଳ ନେତା ନରସିଂହ ମିଶ୍ରଙ୍କୁ ସନ୍ତୁଷ୍ଟ କରିପାରିନାହିଁ।“ଟ୍ରିବ୍ୟୁନାଲ ଗଠନ ପାଇଁ ପଦକ୍ଷେପ ନେବାକୁ ଗତ ଅଗଷ୍ଟ ମାସ ରାଜ୍ୟ ସରକାର ପ୍ରସ୍ତାବ ଦିଅନ୍ତୁ ବୋଲି ଆମେ କହିଥିଲୁ। ସାଢ଼େ ତିନି ମାସ ହୋଇଗଲା ଓଡ଼ିଶା ସରକାର ଶୋଇ ରହିଥିଲେ। ଏହାର ପ୍ରମାଣିତ କରୁଛି ଯେ ରାଜ୍ୟ ସରକାରଙ୍କ ପାଖରେ ମହାନଦୀ ସମ୍ପର୍କରେ କିଛି ତଥ୍ୟ ନଥିଲା। ଯଦି ନିଷ୍ଠା ଓ ବଳିଷ୍ଠ ପ୍ରମାଣ ସହ ସେ କେନ୍ଦ୍ର ପାଖକୁ ଯାଇଛନ୍ତି। ତେବେ ଆମେ ସ୍ୱାଗତ କରିବୁ। ବିଳମ୍ବରେ ହେଲେ ମଧ୍ୟ ସରକାର ଆମ ଉପଦେଶ ଗ୍ରହଣ କରିଥିବାରୁ ସ୍ୱାଗତ କରୁଛୁ। କିନ୍ତୁ ମନରେ ସନ୍ଦେହ ହେଉଛି ମହାନଦୀ ପ୍ରସଙ୍ଗର ସମାଧାନ ଲାଗି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଯଦି ଜାଣିଶୁଣି ସଠିକ ତଥ୍ୟ ଦେଇ ନଥିବେ, ତେବେ କେନ୍ଦ୍ର ସରକାର ତାକୁ ଅଗ୍ରାହ୍ୟ କରିବେଦେ। କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଲେ ମୁଖ୍ୟମନ୍ତ୍ରୀ ଚିରାଚରିତ ଢ଼ଙ୍ଗରେ ପୁଣି କହିବେ କେନ୍ଦ୍ର ଆମ ପ୍ରତି ଅବହେଳା କଲା”।

ସେହିପରି ଟ୍ରିବ୍ୟୁନାଲ ଗଠନ ଦାବିରେ ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ଏ ସରକାର ସ୍ଥାଣୁ, ଅପାରଗ। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଆମେ ଆଗରୁ କହୁଛୁ ବିଧି ବ୍ୟବସ୍ଥା ଅନୁସାରେ ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉପଯୁକ୍ତ ଫୋରମକୁ ଯାଆନ୍ତୁ। ବିଳମ୍ବ କରିସାରିଛନ୍ତି। ୧୬ ବର୍ଷ ପରେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇଛି। ଏବେ ଉଚିତ ପଦକ୍ଷେପ ନିଅନ୍ତୁ। ସମାଜର ମଙ୍ଗଳ ପାଇଁ କାମ କରନ୍ତୁ”।
ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ ଗଠନ ଦାବିରେ କୌଣସି ବିଳମ୍ବ ହୋଇ ନଥିବା ବିଜେଡି କହିଛି। ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି। “ନିୟମ ମୁତାବକ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି। କେନ୍ଦ୍ର ସରାକରଙ୍କ ପାଖରେ ସମୟ ରହିଛି ସେ ଏହାକୁ ଗ୍ରହଣ କରିବେ କି ଅଗ୍ରାହ୍ୟ କରିବେ। ଯଦି କେନ୍ଦ୍ର ଆମର ଦାବି ଅଗ୍ରାହ୍ୟ କରେ, ତେବେ ଆମେ ସୁପ୍ରିମକୋର୍ଟକୁ ଯିବୁ” ବୋଲି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

Loading...
ONA

Leave a Reply

Top