ମହମ ଦୀପିକା

ବଲିଉଡ କଳାକାରଙ୍କ ମହମ ତିଆର ପ୍ରତିମୂତ୍ତିକୁ ନେଇ ଏବେ ଚର୍ଚ୍ଚା । ସଲମାନ ଖାନ, କାଟ୍ରିନା କେଫ୍, ହ୍ରିତିକ ରୋଶନ, ମାଧୁରୀ ଦୀକ୍ଷିତ, ଅମିତାଭ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ମହମ ପ୍ରତିମୂର୍ତ୍ତି ଦେଶରେ ଏବଂ ଦେଶବାହାରେ ସ୍ଥାନିତ ହୋଇସାରିଛି । ବାର୍ତ୍ତମାନ ଅଭିନେତ୍ରୀ ଦୀପିକା ପାଦୁକନ୍ଙ୍କୁ ନେଇ ବେଶ ଚର୍ଚ୍ଚା ଧରିଛି । ଏଥିପାଇଁ ମାଡାମ୍ ତୁଷାଦ୍ର ଦଳେ କାରିଗରି ବିଶେଷଜ୍ଞ, ଲଣ୍ଡନରେ ଦୀପିକାଙ୍କୁ ସାକ୍ଷାତ କରିଥିଲେ । ବିଶେଷଜ୍ଞଙ୍କ ଦଳ ଦ୍ୱାରା ପ୍ରାୟ ଦୁଇ ଶହରୁ ଅଧିକ ଦୀପିକାଙ୍କ ଶାରୀରିକ ଗଠନରେ ମାପ, ଫଟୋଚିତ୍ର ଆଦି ସଂଗ୍ରହ କରାଯାଇଥିବା ପ୍ରକାଶ । ୨୦୧୯ ପ୍ରଥମାର୍ଦ୍ଧରେ ଲଣ୍ଡନ ମିଉଜିଅମ୍ ଏବଂ ତାହାର କିଛି ଦିନ ପରେ ଦିଲ୍ଲୀରେ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବାର ଯୋଜନା ଅଛି ।

LEAVE A REPLY

Please enter your comment!
Please enter your name here