ପୁଣି ମାତିଲେ ଦୃର୍ବୁତ୍ତ, ଫିଲ୍ମ ଷ୍ଟାଇଲରେ ଆସି ଲୁଟିଲେ ୩ଲକ୍ଷ ଟଙ୍କା

ପୁରୀ: ପୁଣି ମାତିଲେ ଦୃର୍ବୁତ୍ତ | ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି | ଏପରି ଅଭାବନୀୟ କାଣ୍ଡ ଘଟିଛି ପୁରୀ ଜିଲ୍ଲା କାକଟପୁର କୋଣାର୍କ ମୁଖ୍ୟ ରାସ୍ତା ନିକଟସ୍ଥ ଅଗାଧୁକମଳ ମେଡିକାଲ ନିକଟରେ | ସିନେମା ଷ୍ଟାଇଲରେ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟି କରିଥିବାର ଆଭିଯୋଗ ହୋଇଛି | କାକଟପୁରରେ ଥିବା ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କଠାରୁ ଲୁଟ୍ ହୋଇଛି । ସୂଚନାନୁଯାୟୀ ସେମାନେ ଟଙ୍କା କଲେକସନ କରି ଫେରୁଥିବା ସମୟରେ ଦୁର୍ବୁତ ମାନେ ସେମାନଙ୍କୁ ଫଲୋ କରିଥିଲେ | ପରେ ଏହାର ଫାଇଦା ଉଠାଇ ସେମାନଙ୍କୁ ବନ୍ଧୁକ ଦେଖାଇ ମାଡମାରିବା ସହ ସେମାନଙ୍କ ନିକଟରୁ ୩ ଲକ୍ଷ ୧୦ ହଜାର ଟଙ୍କା ଓ ମୋବାଇଲ ଛଡାଇ ନେଇ ଫେରାର ହୋଇଯାଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି ହୋଇଛି । ଅଗାଧୁକମଳ ମେଡିକାଲ ପାଖରେ ହଠାତ ୪ ଜଣ ଦୃର୍ବୁତ୍ତ ଆସି ପହଂଚିବା ପରେ ଟଙ୍କା ଛଡେଇ ନେଇଥିଲେ । ଏକ ଆପାଚୀ ଓ ପଲସର ଗାଡିରେ ଦୁର୍ବୃତ୍ତମାନେ ଆସିଥିଲେ । ତେବେ ଟଙ୍କା ନଦେବାରୁ ଲୁଟେରାମାନେ ଜଣେ କର୍ମଚାରୀଙ୍କ ମୁଣ୍ଡକୁ ପିସ୍ତଲରେ ପିଟି ଥିବା ମଧ୍ୟ ସୂଚନା ମିଳିଛି ।