ରୋଗୀ କହି ଡାକ୍ତରଙ୍କ ଘରକୁ କଳାକନା ବୁଲାଇଲେ ଦୃର୍ବୁତ୍ତ

ନବରଙ୍ଗପୁର: ରାଜ୍ୟରେ ଅପରାଧର ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ତେବେ ଅପରାଧର ନୂଆ ଅଭିନବ ତରିକା ବାହର କରିସେଲେଣି ଦୃର୍ଦ୍ଦାନ୍ତ ଅପରାଧୀମାନେ | ତେବେ ଶୁକ୍ରବାର ରାତିରେ ସେହିପରି ଏକ ଅଭାବନୀୟ କାଣ୍ଡ ଘଟିଥିବାର ସୂଚନା ମିଳିଛି | କିଛି ଦୃର୍ବୁତ୍ତ ରୋଗୀର ପରିଚୟ ଦେଇ ଜଣେ ଡାକ୍ରଙ୍କ ଘରୁ ସବୁ ଲୁଟି ନେଇଥିବା ଜଣା ପଡିଛି | ଏପରି ଅଭାବନୀୟ କାଣ୍ଡ ଘଟିଛି ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ସହରରେ | ଘର ଭିତରେ ପଶିବା ପରେ ବନ୍ଧୁକ ଓ ଛୁରୀ ଦେଖାଇ କଳାକନା ବୁଲାଇ ଦେଇଥିବାର ଅଭିଯୋଗ ହୋଇଛି | ସୁଚନାନୁଯାୟୀ, ଗତକାଲି ରାତି ସାଢ଼େ ୧୧ଟା ବେଳେ ୪ ଜଣ ଲୋକ ସରକାରୀ ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜଙ୍କ ଘରକୁ ଆସିଥିଲେ । ରୋଗୀ ଆଣିଛୁ କହିବାରୁ ଡାକ୍ତର ପ୍ରହରାଜ ନିଜେ କବାଟ ଖୋଲିଥିଲେ । ସେମାନେ ଘରେ ପଶିବା ମାତ୍ରେ ଡାକ୍ତରଙ୍କୁ ଏକ ଚୌକିରେ ବସାଇ ତାଙ୍କ ବେକରେ ଛୁରୀ ଲଗାଇ ଘରେ କଳାକନା ବୁଲାଇଥିଲେ । ଘରେ ପଶିବା ପରେ ଯୁବକମାନେ ମୁହଁରେ କଳାକପଡ଼ା ବାନ୍ଧିଥିଲେ । ସେମାନେ ଡାକ୍ତରଙ୍କ ଘରୁ ନଗଦ ୪୦ ହଜାର ଟଙ୍କା ସହିତ ୬୦ ଗ୍ରାମ ସୁନା ଓ ୪ଟି ମୋବାଇଲ୍ ଲୁଟି ନେଇଥିବାର ସୂଚନା ମିଳିଛି । ଉକ୍ତର ପ୍ରହରାଜ ଘଟଣା ସଂପର୍କରେ ଇନ୍ଦ୍ରାବତୀ ଥାନାରେ ଏତଲା ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରୁଥିବା ଜଣାପଡୁଛି |

ସମୁଦ୍ର ମଝିରେ ଗୁଳିମାଡ, ଜଣେ ମୃତ, ପଢନ୍ତୁ କଣ ପୂରା ଖବର…