ପୁଣି ଲୁଟ କରିବା ବେଳେ ଧରାପଡିଲେ ଲୁଟେରା, ଛେଚା ଖାଇଲେ, ଥାନା ଗଲେ

ପିପିଲି: ରାଜ୍ୟରେ ବଢି ଚାଲିଛି ଲୁଟ୍ | ଗତକାଲି ଦୁଇଟି ବଡ ଧରଣର ଲୁଟ ହୋଇଥିବା ବେଳେ ଆଜି ପୁଣି ଏକ ଲୁଟ ହୋଇଥିବା ଜଣାପଡିଛି | ଏହି ଲୁଟ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଘଟିଛି | ଜଣେ ବ୍ୟକ୍ତିଠାରୁ ଲୁଟ୍‌ କରିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣ ଲୁଟେରା ଧରାପଡ଼ିଛନ୍ତି । ପୁଲିସ୍‌ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌ ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ସୁଚନାନୁଯାୟୀ, ଆଜି ସକାଳେ ସାକ୍ଷୀଗୋପାଳର ନରେନ୍ଦ୍ରପୁର ଗାଁର ଶଶିକାନ୍ତ ମହାପାତ୍ର ପିପିଲି ହାଟକୁ ଯାଉଥିଲେ । ଏହି ସମୟରେ ସାତଶଙ୍ଖ ଶିରିଆପୁର ନିକଟରେ ଏହି ଦୁଇ ଲୁଟେରା ତାଙ୍କୁ ଅଟକାଇ ଥିଲେ । ସେମାନେ ଶଶିକାନ୍ତଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ କରିବା ସହ ମାଡ଼ ମଧ୍ୟ ମାରିଥିଲେ । ତେବେ ଶଶିକାନ୍ତ ଜୋରରେ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ ଓ ଦୁଇ ଲୁଟେରାଙ୍କୁ କାବୁ କରି ବାନ୍ଧି ପକାଇବା ସହ ଧୁମ ପିଟିଥିଲେ |ପରେ ପୁଲିସକୁ ସୂଚନା ଦେଇଥିଲେ ସ୍ଥାନୀୟବାସୀ |

ପୁଣି ମାତିଲେ ଦୃର୍ବୁତ୍ତ, ଫିଲ୍ମ ଷ୍ଟାଇଲରେ ଆସି ଲୁଟିଲେ ୩ଲକ୍ଷ ଟଙ୍କା