୫ ଦିନ ପାଇଁ ୨୬ ସାଂସଦକୁ ନିଲମ୍ବିତ କଲେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଆଜି ଶୀତକାଳୀନ ଅଧିବେଶନର ତ୍ରୟୋଦଶରେ ଗୃହରେ ଜୋରଦାର ହଙ୍ଗାମା ହୋଇଥିବାର ଦେଖିବାକୁ ମିଳିଛି । ଏହି ହଙ୍ଗାମାକୁ ନେଇ ୨୬ ଜଣ ସାଂସଦଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ୨୬ ସାଂସଦ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ସୁଚନାନୁଯାୟୀ, ଲୋକସଭାରେ ରାଫେଲ ଡିଲକୁ ନେଇ ଏହି ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ଯେଉଁଥିପାଇଁ ୨୬ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । ନିଲମ୍ବନ ଆଦେଶ ଦେଇ ବାଚସ୍ପତି କହିଛନ୍ତି, “ ଆପଣମାନେ ଗୃହର ମଧ୍ୟ ଭାଗକୁ ଆସି ବାରମ୍ବାର ହୋ ହଲ୍ଲା କରୁଛନ୍ତି । ଏହାଦ୍ୱାରା ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଆପଣମାନଙ୍କ ମଧ୍ୟରୁ ଅଧିକ ବିଶୃଙ୍ଖଳା ସୃଷ୍ଟି କରିଥିବା ୨୬ ଜଣ ସଦସ୍ୟକୁ ଲୋକସଭାର ୫ଟି କାର୍ଯ୍ୟ ଦିବସରୁ ନିଲମ୍ବନ କରାଯାଉଛି।” ତେବେ ଏହି ୨୬ ସାଂସଦ ଏଆଇଏଡିଏମକେର ଅଟନ୍ତି । ସେମାନଙ୍କୁ ୫ ଦିନ ପାଇଁ ଏହି ସାଂସଦଙ୍କୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ନିଲମ୍ବନ କରିଥିବା ଜଣାପଡିଛି । ସେପଟେ ଏହି ନିଲମ୍ବନ ପରେ ବରିଷ୍ଠ ଆଇଏଡିଏମକେ ସାଂସଦ ତଥା ଲୋକସଭା ଉପବାଚସ୍ପତି ଏକ ଥମିମ୍ବିଦୁରାଇ କହିଛନ୍ତି, “ ସାଂସଦମାନେ ସେମାନଙ୍କ ରାଜ୍ୟର ସମସ୍ୟା ଉଠାଇ ସମାଧାନ କରିବାକୁ ଦାବି କରୁଛନ୍ତି । ତେବେ ଏଥିପାଇଁ ବାଚସ୍ପିତି ଆମକୁ ନିଲମ୍ବନ କଲେ, ତାହା ମଧ୍ୟ ଭୁଲ ନୁହେଁ । ଆମେ ବାରମ୍ବାର ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ନିୟମ ବାହାରେ ।
ତେଣୁ ବାଚସ୍ପିତି ଆମକୁ ନିଲମ୍ବନ କଲେ। ଏହି ନିଷ୍ପତ୍ତି ସହ ଆମେ ଏକମତ । କିନ୍ତୁ ଆଗକୁ ନିର୍ବାଚନ ଆସୁଥିବାରୁ ବିଜେପି କର୍ଣ୍ଣାଟକାକୁ ମେକେଡାଟୁ ଡ୍ୟାମ୍‌ ପ୍ରକଳ୍ପ ପାଇଁ ଅନୁମତି ଦେଇଛି । ଏହା ବିରୋଧରେ ସ୍ୱର ଉଠାଇବା ଆମର ଗଣତାନ୍ତ୍ରିକ ଅଧିକାର ।” ଲୋକସଭା ଚାଲିଥିବା ବେଳେ ରାଫେଲ ଡିଲକୁ ନେଇ ଏହି ସାଂସଦମାନେ ହଙ୍ଗାମା କରୁଥିଲେ । ଯେଉଁଥିପାଇଁ ବାଚସ୍ପତି ୨୬ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ଏଥିସାହ ଏହି ହଙ୍ଗାମା ପାଇଁ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପର୍ଯ୍ୟନ୍ତ ଲୋକସଭାକୁ ସ୍ଥଗିତ ରଖାଯାଇଥିବାର ସୂଚନା ମିଳିଛି |

ମୋଦି ପୁରୀରୁ ଲଢ଼ିବା ସମ୍ଭାବନାକୁ ଏଡ଼ାଇଲେ ନାହିଁ

 

ମତାମତ ଦିଅନ୍ତୁ

Please enter your comment!
Please enter your name here