You are here
Home > ଅଧିକ ଖବର > ବଜ୍ରପାତ ସହିତ ବର୍ଷା ଓ ପବନ: ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

ବଜ୍ରପାତ ସହିତ ବର୍ଷା ଓ ପବନ: ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଆଜି ମଧ୍ୟ ବର୍ଷିବ ବର୍ଷା । ୫୦ରୁ ୬୦ କିମି ବେଗରେ ପବନ ବହିବା ସହିତ ଅଦିନିଆ ଝଡ଼ର ମଧ୍ୟ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି । କେତେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ଏବଂ କୁଆପଥର ବୃଷ୍ଟି ହେବାର ସତର୍କ ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣପାଗ କର୍ତ୍ତୃପକ୍ଷ ।

ଦିନରେ ଅସହ୍ୟ ଖରା ସାଙ୍ଗକୁ ମାତ୍ରାଧିକ ତାପମାତ୍ରା ବୃଦ୍ଧିରେ ଡ଼ହଳ ବିକଳ ହେଉଛି ଜୀବନ । କିନ୍ତୁ ସନ୍ଧ୍ୟାବେଳ ଝଡ଼ ତୋଫାନ ସାଙ୍ଗକୁ ବୃଷ୍ଟିପାତ ଓ ବଜ୍ରପାତ ଲୋକଙ୍କୁ ଆତଙ୍କିତ କରିଦେଉଛି । ତେବେ ଆଜି ମଧ୍ୟ ୧୨ଟି ଜିଲ୍ଲାରେ ଝଡ଼ତୋଫାନ ସହିତ, ବର୍ଷା, ପବନ ଓ ବଜ୍ରପାତ ହେବାକଥା ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।

ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦି ଜିଲ୍ଲାମାନଙ୍କୁ କାଳବୈଶାଖୀ ହେବା ନେଇ ସତର୍କ ସୂଚନା ଦିଆଯାଇଛି । ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଏହି ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

Loading...
ONA

Leave a Reply

Top