ସମଲିଙ୍ଗୀଙ୍କ ଚେତାବନୀ: ଅଲଗା କଲେ ମରିବୁ, ଆଇନ ଦେଇଛି ଅଧିକାର

https://www.facebook.com/nnsodia/videos/267154983995629/?t=5

ପଟ୍ଟାମୁଣ୍ଡାଇ: ରବିବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଦୁଇ ମହିଳାଙ୍କୁ ନେଇ ଆଜି ପୁଣି ଏକ ଘଟଣା ସାମନାକୁ ଆସିଛି । ଉଭୟଙ୍କ ବିବାହଘରକୁ ନେଇ ପରିବାର ଲୋକେ ରାଜି ହୋଇନଥିବା ବେଳେ ଆଜି ଜଣଙ୍କର ପରିବାର ଲୋକେ ଏମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଥିବା ସାମନାକୁ ଆସିଛି । ତେବେ ଦୁହେଁ ସାବାଳିକା ହୋଇତିବା ବେଳେ ନିଜ ଇଚ୍ଛାମୁତାବକ ବାହା ହୋଇଚନ୍ତି । ତେବେ ଏଥିରେ ପରିବାର ଓ ସ୍ଠାନୀୟ ହସ୍ତ କ୍ଷେପ ଲାଗି ଦୁହେଁ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ତେବେ ଉଭୟ ନୋଟାରୀରେ ବିବାହ କରିଥିବାର ପ୍ରମାଣ ମଧ୍ୟ ଅଛି । ଏହି ଘଟଣା ସାମନାକୁ ଆସିବା ପରେ ଆଜି ଉଭୟ ଯୁବତୀଙ୍କୁ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ଡାକି କାଉନସେଲିଂ କରୁଥିବାର ଜଣା ପଡିଛି । ଉଭୟ ମହିଳା ସୁପ୍ରିମକୋର୍ଟ ଗାଇଡଲାଇନ ଅନୁସାରେ ବାହା ହୋଇଛନ୍ତି ବୋଲି ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଥିସହ ସେ କହିଛନ୍ତି ଆମକୁ ଅଲଗା କରିବାକୁ ଚେଷ୍ଟା କଲେ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି । ତେବେ ଉଭୟ ଉଭୟ ଆଇନ ମୁତାବକ ବିବାହ କରିଥିଲେ ମଧ୍ୟ ପରିବାର ଲୋକେ କାହିଁକି ଏଥିରେ ହସ୍ତକ୍ଷେପ କରୁଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ଉଲ୍ଲେଖନୀୟ,ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ଯୁବତୀ ମହାକାଳପଡ଼ା ଅଞ୍ଚଳର ଯୁବତୀଙ୍କୁ ବିବାହ କରିଛନ୍ତି। କେନ୍ଦ୍ରାପଡ଼ା ନୋଟାରୀଙ୍କ ଜରିଆରେ ଉଭୟଙ୍କ ବିବାହ ହୋଇଛି। ଏହି ଦୁଇ ଯୁବତୀ ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲେ ଏବଂ ପରେ ଗୋଟିଏ କମ୍ପାନୀରେ ଚାକିରି ମଧ୍ୟ କରିଥିଲେ । ତେବେ ଉଭୟ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସବୁକଥା ସେମାନେ ସେମାନଙ୍କର ଘରେ ଜଣାଇଥିଲେ। ହେଲେ ପରିବାର ଲୋକେ ଏହାକୁ ଘୋର ବିରୋଧ କରିଥିଲେ। କିନ୍ତୁ ଉଭୟ ନୋଟାରୀଙ୍କ ଜରିଆରେ ଉଭୟଙ୍କ ବିବାହ କରିଛନ୍ତି | ତେବେ ସାମାଜିକ ସ୍ଥିତି ଓ ଲୋକ ଲଜ୍ଜା ଭୟରେ ଏ ନେଇ ଉଭୟଙ୍କ ପରିବାର ଲୋକେ ଚୁପ୍‌ ରହିଥିବା ଜଣାପଡିଛି |

ମତାମତ ଦିଅନ୍ତୁ

Please enter your comment!
Please enter your name here