ଓକିଲ ଫେଲ, ପୁଲିସ ପାସ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ପୁଲିସ- ଓକିଲ ବିବାଦ ଭିତରେ ଏବେ ନ୍ୟାୟ ବ୍ୟବସ୍ଥା ସମ୍ପଣ୍ଣ ଅଚଳ ହୋଇପଡିଛି । କିନ୍ତୁ ୨ ମାସରୁ ଉଦ୍ଧ ସମୟ ଧରି ଓକିଲମାନେ ଆନ୍ଦୋଳନ ଚଳାଇଥିଲା ବେଳେ ସେମାନଙ୍କ ଦାବୀ ଏଯାଏଁ ପୂରଣ ହୋଇପାରିିନାହିଁ । କିନ୍ତୁ ହାବିଲଦାର – କନେଷ୍ଟବଳ- ସିପାହୀ ମହାସଙ୍ଘ ଆନ୍ଦୋଳନ ଡାକରା ଦେଇ ଦାବୀ ହାସଲ କରିନେଇଛି । ଏଣୁ ରବିବାର ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଯିବେ ବୋଲି ମହାସଙ୍ଘ କରିଥିବା ଘୋଷଣାକୁ ପ୍ରତିହାର କରିନେଇଛି । ମହାସଙ୍ଘର ସଭାପତି ସନ୍ତୋଷ ଶତପଥୀ କହିଛନ୍ତି ୩ଟି ଦାବୀ ମଧ୍ୟରୁ ସରକାର ୨ଟି ଦାବୀ ଗ୍ରହଣ କରିନେଇଛନ୍ତି । ଗୋଟିଏ ଦାବୀ ଉପରେ ସରକାର ଅନୁଧ୍ୟାନ କରୁଥିବା ସୂଚନା ଦେଇଛନ୍ତି । ଏହି ୩ଜଣ କନେଷ୍ଟବଳ ଓ ଜଣେ ହୋମଗାର୍ଡଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ଚାଉଳିଆଗଞ୍ଜ ଥାନା ଇନସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଗଲା । ହାଇକୋର୍ଟ ପରିସରରେ ଜଣେ କନେଷ୍ଟବଳଙ୍କୁ ମାଡ ଘଟଣାର ଅନୁଧ୍ୟାନ କରୁଛି । ସିସିଟିଭି ଯାଞ୍ଚ ଚାଲିଛି । ସରକାର ଏ ବିଷୟରେ ପଦ କ୍ଷେପ ନେବେ ବୋଲି ପ୍ରତିଶୃତି ନେଇଛନ୍ତି । ଏଣୁ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିବା ଶ୍ରୀ ଶତପଥୀ କହିଛନ୍ତି ।
ପୋଲିସ – ଓକିଲ ବିବାଦ ପରିପକ୍ଷରେ ସରକାର ୪ ଜଣଙ୍କୁ ନିଲମ୍ବନ କରିଥିଲେ ଓ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଓକିଲଙ୍କ ଦାବୀ ଫଳରେ ଏହି ପଦକ୍ଷେପ ନିଆଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଥିଲା । ପରେ ଜାମିନରେ ଛଡା ଯାଇଛି । କିନ୍ତୁ ଓକିଲମାନେ ଏଥିରେ ସଂପୃକ୍ତ ଆଉ ୩ ଜଣଙ୍କୁ ଗିରଫ ଦାବୀରେ ଅଡି ବସିଛନ୍ତି । ଯାହାଫଳରେ କି ୨ ମାସରୁ ଉଦ୍ଧ ସମୟ ହେବ ସେମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇ କାର୍ଯ୍ୟ ଅଚଳ କରିଛନ୍ତି । ଓକିଲମାନେ ସେମାନଙ୍କ ଦାବୀ ଦୀର୍ଘଦିନ ଆନ୍ଦୋଳନ ସତ୍ତ୍ ହାସଲ କରି ପାରିନହାନ୍ତି ।
ହାବିଲଦାର – କନେଷ୍ଟବଳ- ସିପାହୀ ମହାସଙ୍ଘର ଆନ୍ଦୋଳନ ଧମକ ଦେଖି ସରକାର ଛାନିଆ ହୋଇ ସେମାନଙ୍କ ଦାବୀ ଗ୍ରହଣ କରିନେଇଥିବା ବେଳେ ଓକିଲଙ୍କ ଧମକ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନାହିଁ ବୋଲି କୁହାଯାଉଛି । ଓକିଲମାନେ ସେମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ୯ ତାରିଖ ଯାଏଁ ଜାରି ରଖିବାକୁ ଘୋଷଣା କରିଛନ୍ତି । ଇତିମଧ୍ୟରେ ଆନ୍ଦୋଳନକୁ ୬୬ଦିନ ବିତିଗଲାଣି ।

ମତାମତ ଦିଅନ୍ତୁ

Please enter your comment!
Please enter your name here