ସୁକମାରେ ମାଓ ହମ୍‌ଲା: ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ୯ ସିଆର୍‌ପିଏଫ୍‌ ଯବାନ ସହିଦ

ମାଲକାନାଗିରି : ଛତିଶଗଡ ସୁକମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୯ ସିଆରପିଏଫ ଯବାନ୍ ସହିଦ ହୋଇଛନ୍ତି । ୧୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସିଆର୍‌ପିଏଫ୍‌ର ୨୧୨ ଇଟାଲିଅନ୍‌ ସୁକମା ଜିଲ୍ଳାର କିଷ୍ଟାରାମ୍‌ ଅଞ୍ଚଳକୁ କମ୍ବିଂ ଅପରେସନରେ ଯାଇଥିବା ଏକ ପାଟ୍ରୋଲିଂ ଦଳକୁ ମାଓବାଦୀମାନେ ଟାର୍ଗେଟ କରିଥିଲେ। ଏକ ଆଣ୍ଟି -ଲ୍ୟାଣ୍ଡମାଇନ୍‌ ଯାନରେ ଯବାନମାନେ କିଷ୍ଟାରାମ୍‌ରୁ ପାଲୋଡି ଯାଉଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟାଇଥିଲେ। ଫଳରେ ଯାନଟି ସଂପୂର୍ଣ୍ଣ ବିଧ୍ୱସ୍ତ ହୋଇଯାଇଥିଲା। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ୯ ଯବାନ ସହିଦ ହୋଇଥିବା ବେଳେ ୫ ଯବାନ ଗୁରୁତର ଆହତ ହୋଇଥିବା ଖବର ମିଳିିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି ଓ ମୃତାହତମାନଙ୍କୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ଛତିଶଗଡର ସ୍ୱତନ୍ତ୍ର ଡିଜି ( ମାଓ-ବିରୋଧୀ ଅଭିଯାନ) ଡି.ଏମ୍‌.ଅବସ୍ତୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here