ଲଜ୍ଜ୍ୟର ସୀମା ଟପିଲେ ଦୃର୍ବୁତ୍ତ, ଅଧାବାଟରୁ ଶିକ୍ଷୟତ୍ରୀଙ୍କୁ କଲେ ଅପହରଣ

ନୀଳଗିରି: ରାଜ୍ୟରେ ଅପରାଧ ଓ ଅପହରଣର ସଂଖ୍ୟା ବଢି ଚାଲିଥିବାର ଦେକିବାକୁ ମିଳୁଛି | ତେବେ ଆଜି ଏପରି ଏକ ଅପହରଣ ଘଟଣା ସାମନାକୁ ଆସିଛି | ଯାହା ଶୁଣିବା ମାତ୍ରେ ଲଜ୍ଜ୍ୟର ଉତ୍ପତ୍ତି କରିବ | ଆଜି ଜଣେ ଶିକ୍ଷଯତ୍ରୀଙ୍କୁ ଅଧାବାଟରୁ କେତେକ ଦୃର୍ବୁତ୍ତ ଉଠାଇ ନେଇଥିବାର ଅଭିଯୋଗୋ ହୋଇଛି | ଏପରି ଲଜ୍ଜ୍ୟଜନକ କାଣ୍ଡ ବାଲେଶ୍ୱର ଜିଲ୍ଲାରେ ଘଟିଛି । ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରି ନ ଥିବା ସୂଚନା ମିଳିଛି । ସୁଚନାନୁଯାୟା, ନୀଳଗିରି ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଆଜି ସ୍କୁଲ ଯାଉଥିଲେ । ପଞ୍ଚଲିଙ୍ଗେଶ୍ୱରର ମହେନ୍ଦ୍ର ନିବାସ ହୋଟେଲ୍‌ ପାଖରୁ ଦୁର୍ବୃତ୍ତମାନେ ଏକ ସ୍କର୍ପିଓରେ ଆସି ଶିକ୍ଷୟିତ୍ରୀଙ୍କ ସ୍କୁଟିକୁ ପ୍ରଥମେ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡ଼ି ଯାଇଥିଲେ । ପରେ ଦୁର୍ବୃତ୍ତମାନେ ତାଙ୍କୁ ଜବରଦସ୍ତ ଉଠାଇ ଗାଡ଼ିରେ ବସାଇ ନେଇଯାଇଥିଲେ । ମାତ୍ର ତାଙ୍କୁ କିଏ ଏବଂ କାହିଁକି ଉଠାଇ ନେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନଥିବାବେଳେ ଶିକ୍ଷୟତ୍ରୀଙ୍କ ଅବସ୍ତା କଣ ଅଛି ତାହା ଜଣା ପଡିନାହିଁ |

ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର