ପାଇପ ଭିତରେ ଫଶି ଯାଇଥିଲେ ଶ୍ରମିକ ,୭ ଘଣ୍ଟା ପରେ ପ୍ରାଣ ପାଇଲେ ପ୍ରାଣକୃଷ୍ଣ

1

କଟକ : କଟକ ତୁଳସୀପୁର ନିକଟରେ ଏକ ପାଇପ୍‌ ଭିତରେ ଜଣେ ଶ୍ରମିକ ଫସି ରହିଥିଲେ । ଦୀର୍ଘ ୭ ଘଣ୍ଟା ପରେ ସଫଳ ହେଲା ଅପରେସନ । ପାଇପ ଭିତରେ ଫଶି ଯାଇଥିଲେ ପ୍ରାଣକୃଷ୍ଣ । ଆଉ ଏପଟେ ଉଦ୍ଧାର ପାଇଁ ମାରାଥନ ଅପରେସନ ଚଳାଇଥିଲେ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ । ସେତକ ସମୟ ସମସ୍ତଙ୍କ ମନରେ ଆଶଙ୍କା ଦେଖା ଦେଇଥିଲା । ନିଶ୍ବାସ ଅଟକି ରହିଥିଲା । କଟର ଲଗାଇ ପାଇପ କଟା ଯିବା ପରେ ପ୍ରାଣକୃଷ୍ଣଙ୍କ ସହ କଥା ହୋଇଥିଲେ ଡାକ୍ତର । ଶେଷରେ ବାହାରକୁ ବାହାରିବା ପରେ ସମସ୍ତେ ଆଶ୍ବସ୍ତ ହୋଇଥିଲେ୭ ଘଣ୍ଟାର ଅପରେସନ ପରେ ପାଇପ ଭିତରୁ ବାହାରିଲେ ପ୍ରାଣକୃଷ୍ଣ ମୁଦୁଲି । ଅଗ୍ନିଶମ ଏବଂ ଓଡ୍ରାଫର ମିଳିତ ଅପରେସନ ସଫଳ ହୋଇଥିଲା । ଚହଟା ଠାରେ କଟକ ମହାନଗର ନିଗମର ପାଇପ କାମ ବେଳେ ଘଟିଥିଲା ଅଘଟଣ । ସକାଳ ୭ଟା । ପୋଲିସ କଲୋନୀ ପମ୍ପିଂ ଷ୍ଟେସନରେ ପାଇପ୍ ଲାଇନ୍ ମୁହଁ ସଫା କରୁଥିଲେ ପ୍ରାଣକୃଷ୍ଣ । ହଠାତ କେହି ଜଣେ ପମ୍ପ ସୁଇଚ୍ ଅନ୍ କରିଦେଇଥିଲେ । ପାଣିର ସ୍ରୋତ ପ୍ରଖର ଥିବାରୁ ସେଥିରେ ଭାସି ଯାଇ ଅଢେଇ ଫୁଟିଆ ପାଇପ ଭିତରେ ଫଶି ଯାଇଥିଲେ ପ୍ରାଣକୃଷ୍ଣ ।

ସକାଳ ୭ଟା୨୦ ଲୋକେ ଏହା ଜାଣିବା ପରେ ଅଗ୍ନିଶମ ବିଭାଗ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଏହାପରେ କଟକ ଜିଲ୍ଲାପ୍ରଶାସନକୁ ଖବର ଯାଇଥିଲା । ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ସକାଳ ୮ଟାରେ ଘଟଣାସ୍ଥଳରେ ପହଞ୍ଚିଲା ODRAF ଟିମ୍ । ପୂରା ଇଲାକା ଲୋକାରଣ୍ୟ ହୋଇଯାଇଥିଲା । ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ମିଶି ଅପରେସନ କରିଥିଲେ । ପାଖରେ ଜାଇକା କାମ କରୁଥିବା ଏକ ଜେସିବି ପହଞ୍ଚି ମାଟି ଖୋଳିଥିଲା । ଦିନ ୧୦ଟା ଜିଲ୍ଲାପାଳ ଏବଂ ସିମ୍ଏସି କମିଶନର ପହଞ୍ଚିଥିଲେ । ଏହାପରେ ଡାକ୍ତର ବି ପହଞ୍ଚିଥିଲେ । ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିବା ଥିଲା ପ୍ରାଥମିକତା । ସକାଳ ୧୦ଟା ୩୦ । କଟର ମେସିନରେ ପାଇପ କଟାଗଲା ।

ପାଇପ କଟାଯିବା ପରେ ପ୍ରାଣକୃଷ୍ଣଙ୍କୁ ମୁହଁ ଦିଳିଥିଲା । ଦିନ ୧୧ଟା । ତାଙ୍କୁ ଅକ୍ସିଜେନ୍  ଏବଂ ପାଣି ଦିଆଗଲା । ସକାଳ ୧୧ଟା ୩୦ । ପ୍ରାଣକୃଷ୍ଣଙ୍କୁ  ଦହି ପିଇବାକୁ ଦିଆଗଲା । ଏପଟେ ବାହାରେ ଆମ୍ବୁଲାନ୍ସ ପ୍ରସ୍ତୁତ ଥିଲା । ଦିନ ୧୨ଟାରେ ପ୍ରଥମ ଥର ପାଇଁ ପାଇପ ଭିତରେ ମୁହଁ ଗଳାଇ ପ୍ରାଣକୃଷ୍ଣଙ୍କ ସହ କଥା ହେଲେ ଡାକ୍ତର । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ତାଙ୍କୁ ମାସ୍କ ଏବଂ ଚଷମା ଦିଆ ଯାଇଥିଲା । ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।  ପାଇପ୍ ଭିତରୁ ପ୍ରାଣକୃଷ୍ଣ କଥାବାର୍ତ୍ତା କରିଥିଲେ।

ଅପରାହ୍ନ ସାଢେ ୩ଟା । ୭ଘଣ୍ଟାର ଅପରେସନ ପରେ ପାଇପ ଭିତରୁ ଉଦ୍ଧାର ହୋଇଥିଲେ ପ୍ରାଣକୃଷ୍ଣ । ଉଦ୍ଧାର ପରେ ପ୍ରାଣକୃଷ୍ଣଙ୍କୁ ଏସ୍ ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍ ର ମିଳିତ ଅପରେସନରେ ମିଳିଥିଲା ବଡ ସଫଳତା ।

-ପ୍ରାଣ ପାଇଲେ ପ୍ରାଣକୃଷ୍ଣ

-ପାଇପ ଭିତରେ ଫଶି ଯାଇଥିବା ପ୍ରାଣକୃଷ୍ଣ ଉଦ୍ଧାର

-୭ଘଣ୍ଟାର ଅପରେସନ୍ ପରେ ଉଦ୍ଧାର କଲା ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍

-ପୋଲିସ କଲୋନୀରେ ପାଇପ୍ ଲାଇନ୍ ମୁହଁ ସଫା କରୁଥିଲେ

-କେହି ଜଣେ ପମ୍ପ ସୁଇଚ୍ ଅନ୍ କରିଦେଲେ

-ପାଣି ସ୍ରୋତରେ ଭାସିଯାଇ ପାଇପ ଭିତରେ ଫସିଗଲେ ପ୍ରାଣକୃଷ୍ଣ

 

LEAVE A REPLY

Please enter your comment!
Please enter your name here