ମିଳିଲା ଅଭିଜିତ ଆୟାର ମିତ୍ରଙ୍କୁ ଜାମିନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଜେଲ ଯାଇଥିବା ଅଭିଜିତ୍ ଆୟର ମିତ୍ରଙ୍କୁ ଆଜି କୋଣାର୍କ ‘ଜେଏମ୍‌ଏଫସି’ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଛି ବୋଲି ସୂଚନା ମିଳିଛି । ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଓଡ଼ିଶା ଆସି ବିଧାନସଭା ଗୃହ କମିଟି ଆଗରେ ହାଜର ହେବା ପରେ ଅଭିଜିତ ଆୟର ମିତ୍ରଙ୍କୁ ଶହୀଦ ନଗର ଥାନା ପୁଲିସ ଗିରଫ କରିଥିଲା । ପରେ ଜାମିନ ନମିଳିବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା । ଉଲ୍ଲେଖନୀୟ, ପୂର୍ବରୁ ଓଡ଼ିଶା ପ୍ରତି ଅରୁଚିକର ମନ୍ତବ୍ୟ ନେଇ ଅଭିଜିତଙ୍କ ବିରୋଧରେ ଭୁବନେଶ୍ୱର ଶହୀଦ ନଗର ଓ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଥିଲା।

 

ମତାମତ ଦିଅନ୍ତୁ

Please enter your comment!
Please enter your name here