ଖାରବେଳଙ୍କ ମହାଖୁଲାସା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଉକ୍ରଳ ଭାରତ ସଭାପତି ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ମହାମେଣ୍ଟନେଇ ଘୋଷଣା କରିବା ପରେ ଏହାର ରୂପରେଖ ଓ କାର୍ଯ୍ୟଧାରା ସମ୍ପର୍କରେ ଖୁଲାସା କରିଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେବା ବେଳେ ସବୁ କଥା ଖୋଲି କହିଛନ୍ତି । ଏଥିରେ ସେ ଦର୍ଶାଛନ୍ତି ତାଙ୍କର ଗୋଟିଏ ଲକ୍ଷ୍ୟ ହେଉଛି ନବୀନ ପଟ୍ଟନାୟକଙ୍କୁ ଶାସନଗାଦିରୁ ହଟାଇବା । ଏଥିପାଇଁ ବ୍ୟକ୍ତିଗତ ସ୍ୱାର୍ଥକୁ ପଛରେ ପକାଇବା ପାଇଁ ସମସ୍ତେ ବଦ୍ଧ ପରିକର । ଏହି ମହାମେଂଟରେ ଡାକ୍ତର ଦାମୋଦର ରାଉତ, ବ୍ରଜକିଶୋର ତ୍ରିପାଠୀ ଓ ବୈଜୟନ୍ତ ପଣ୍ଡା ରହିବେ । ଏଥିନେଇ ଆଲୋଚନା ସରିଛି । ଖାଲି ଔପଚାରିକ ଘୋଷଣା ବାକି ରହିଛି । ଏପରି କି ବିଜେପି ସହ ସେମାନେ ଆସନ ବୁଝାମଣା କରି ନିର୍ବାଚନକୁ ଯିବେ । ଏକଥା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଏହା ମଧ୍ୟ ସେ କହିଛନ୍ତି ବିଜେପି କି ତାଙ୍କ ମେଣ୍ଟ ଯିଏ ନିର୍ବାଚନରେ ଅଧିକ ଆସନରେ ଆସିବ ସିଏ ମୁଖ୍ୟମନ୍ତ୍ରୀ ପଦ ନେବ । ବିଜେପି ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନରେ ପ୍ରୋଜେକ୍ଟ କରିବ ତେବେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଖାରବେଳଙ୍କ ଏହି ସୂଚନା ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ବାସ୍ତବିକ ବିଜେଡି ବାଟ ରୋକିବା ପାଇଁ ଏକ ମହାମେଣ୍ଟ ହେବାକୁ ଯାଉଛି । ବୈଜୟନ୍ତ ଆଉ ବିଜେପିରେ ଯୋଗ ନ ଦେଇ ଖାରବେଳଙ୍କ ଏହି ମହାମେଣ୍ଟରେ ରହି ବିଜେପି ସହ ବୁଝାମଣା କରି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି । ଏହି ମହାମେଣ୍ଟରେ ରହୁଥିବା ୩ ନେତା ଖାରବେଳ ସ୍ୱାଇଁ, ଡାକ୍ତର ରାଉତ ଓ ବୈଜୟନ୍ତ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ନବୀନ କିପରି ହଟନ୍ତୁ । ଏମାନଙ୍କର ମୁଖ୍ୟ ଶତ୍ରୁ ହେଉଛନ୍ତି ନବୀନ ପଟ୍ଟନାୟକ । ଏଥିପାଇଁ ସେମାନେ ସବୁ ପ୍ରକାର ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହାଛଡ଼ା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଯେ, ଏମାନଙ୍କ ଆଭିମୁଖ୍ୟ ଯେପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ସେପର୍ଯ୍ୟନ୍ତ ମହାମେଣ୍ଟରେ ନେବା ସମ୍ଭବ ନୁହେଁ । ଅବଶ୍ୟ ଏହି ଦୁଇ ନେତା ତାଙ୍କର ମତ ବିଜେଡି ସହିତ ରହିବେ କି ନାହିଁ ତାହା ସ୍ପଷ୍ଟ କରୁନାହାଁନ୍ତି ।
ଖାରବେଳ କହିଛନ୍ତି ବିଜେଡି ବିରୋଧରେ ମହାମେଣ୍ଟ କରିବା ପାଇଁ ଉକ୍ରଳ ଭାରତ ଇତିମଧ୍ୟରେ ଉଦ୍ୟମ ଆରମ୍ଭ କରିସାରିଛି । ଯେକୌଣସି ପରିସ୍ଥିତିରେ ବର୍ତ୍ତମାନର ସରକାରକୁ ହଟାଇବାକୁ ହେବ । ଦୀର୍ଘଦିନ କ୍ଷମତାରେ ରହିଲେ ବି ଏସରକାର ପୁଣି ଆସିବ ବୋଲି ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ । ଅତୀତରେ ଇନ୍ଦିରା ଗାନ୍ଧୀଙ୍କ ସରକାର, ଜାନକି ବଲ୍ଲଭ ପଟ୍ଟନାୟକଙ୍କ ସରକାର ଓ ପଶ୍ଚିମବଙ୍ଗ ୩୫ ବର୍ଷ ଧରି ବାମପନ୍ଥୀଙ୍କ ସରକାରରୁ ପ୍ରମାଣିତ ହୋଇସାରିଛି । ସେ ଇତିମଧ୍ୟରେ ଦୁଇ ୩ ମାସ ଭିତରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୨୩୦ଟି ରାସ୍ତା କଡ଼ର ମିଟିଂ କରିଛନ୍ତି । ସବୁଠି ନବୀନ ବାବୁଙ୍କ ବିରୋଧରେ ପ୍ରବଳ ଅନ୍ତଃସ୍ରୋତ ବହୁଥିବା ସେ ଦେଖିବାକୁ ପାଇଛନ୍ତି । ଦାମ ବାବୁ, ବ୍ରଜ ବାବୁ ଓ ବୈଜୟନ୍ତ ବାବୁଙ୍କ ସହ କଥା ହୋଇଛୁ ଆମେ ମିଶିକି ଲଢ଼ିବୁ । ଆସନ୍ତା ନିର୍ବାଚରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ । ବିଜେଡି ଓ ଏହାର ବିରୋଧୀ । କଂଗ୍ରେସ ମଝିରେ ରହିଯିବ । ବିଜେପି ମଧ୍ୟ ବିଜେଡି ବିରୋଧରେ ଯିବ ବୋଲି ଖୋଲାଖୋଲି ଘୋଷଣା କରିବାର ଆବଶ୍ୟକ ରହିଛି । ତାହାହେଲେ ବିଜେପି ସହ ବୁଝାମଣା କରିବା ସମ୍ଭବ ହେବ । ରାଜ୍ୟସ୍ତରର କୌଣସି ନେତା ନବୀନ ପଟ୍ଟନାୟକଙ୍କ ସପକ୍ଷରେ ନାହାଁନ୍ତି । ସେମାନେ ନବୀନଙ୍କ ଘୋର ବିରୋଧୀ । ଦିଲ୍ଲୀ ନେତା ଯଦି କିଛି ବୁଝାମଣା କରନ୍ତି ତେବେ ରାଜ୍ୟର ତଳସ୍ତରର କର୍ମୀ ଓ ନେତା ରହିବେ ନାହିଁ ବୋଲି ସେ କହିଛନ୍ତି ।
ଶ୍ରୀ ସ୍ୱାଇଁ କହିଛନ୍ତି ଥରେ ବିଜେପି ସହ ଯିବକୁ ନାହିଁ ବୁଝାମଣା ହୋଇଗଲା ପରେ ଆସନ ନେଇ କୌଣସି ସମସ୍ୟା ହେବନାହିଁ । ବୃହତ୍ତମ ଶତ୍ରୁକୁ ପରାସ୍ତ କରିବାର ଲକ୍ଷ୍ୟ ରହିଲେ ଆସନ ବୁଝାମଣା ବେଶୀ ସମସ୍ୟା ହେବନାହିଁ । ୧୫ ଦିନ ଭିତରେ ସେ ତାଙ୍କର ମହାମେଣ୍ଟ ରୂପରେଖ ଘୋଷଣା କରିବେ । ବର୍ତ୍ତମାନ ସୁଦ୍ଧା ବିଜେପି ସହ ଆଲୋଚନା ହୋଇନାହିଁ । ସେମାନଙ୍କ ପକ୍ଷରୁ ଆଗେ ପ୍ରସ୍ତାବ ଆସିବା ଦରକାର । ନିର୍ବାଚନରେ ଯାହାର ସଂଖ୍ୟା ଅଧିକ ହେବ ସେ ମୁଖ୍ୟମନ୍ତ୍ରୀ ପଦ ନେବ । ଗଣତନ୍ତ୍ରରେ ସଂଖ୍ୟା ହେଉଛି ମୁଖ୍ୟ । ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତଙ୍କ ମୁଖ୍ୟମନ୍ତ୍ରୀ ହେବା ପାଇଁ ଇଚ୍ଛା ଥାଇପାରେ । କିନ୍ତୁ ଏଣୁ ଇଚ୍ଛା ଆଗରେ ବାସ୍ତବତାକୁ ସମସ୍ତେ ଗୁରୁତ୍ୱ ଦେବେ ।
ସେ କହିଛନ୍ତି କଂଗ୍ରେସ ସହ ବୁଝାମଣାକରିବା ପ୍ରଶ୍ନ ଉଠୁନାହିଁ । ସାରା ଜୀବନ ସେ କଂଗ୍ରେସ ବିରୋଧରେ ଲଢ଼ି ଆସିଛନ୍ତି । କଂଗ୍ରେସର କାର୍ଯ୍ୟଧାରା ମଧ୍ୟ ସନ୍ଦେହଜନକ ରହିଛି । ସେମାନେ ସବୁବେଳେ ନବୀନ ପଟ୍ଟନାୟକଙ୍କ ସହ ରହିବାପାଇଁ ଚାହାଁନ୍ତି । କେନ୍ଦ୍ରରେ ସରକାର ଥିଲା ବେଳଠାରୁ ଏହି ଆଭିମୁଖ୍ୟ ରହି ଆସିଛି ବୋଲି ଖାରବେଳ କହିଛନ୍ତି । ଏଣୁ ବିଜେପି ସହ ଯିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବିଜୟ-ଦିଲ୍ଲୀପଙ୍କୁ ଛାଡ଼ି ହେବ ମେଣ୍ଟ

2 ମତାମତ ଦିଅନ୍ତୁ

  1. Right 20 ବର୍ଷ ଶାସନରେ ନବୀନ ସରକାରଙ୍କ ଆତ୍ମ ବଡ଼ିମା ବଢିଗଲା ,ଶାସନରେନିଯୁକ୍ତି ବନ୍ଦ,ନାରୀବଳାତ୍କାର,ଶିକ୍ଷା କ୍ଷେତ୍ରରେ ପଙ୍ଗୁ ,ଖଣି ଡାଲି ଶ୍ୱାସରେ କ୍ଷେତ୍ରରେ ଦୁର୍ନୀତି ,ଜମିକୁପାଣି ନାହିଁ ଏପଟେ କାଳିଆ ଯୋଜନାରେ ଟଙ୍କା ଦେବା ନିରାବାଚନୀଚାଲ ,ଗାଁକୁ ପକ୍କା ରାସ୍ତା ନାହିଁ ଗାଁକୁ ପିଇବାପାଣି।ନାହିଁ ,1ଟଙ୍କା ଚାଉଳରେ ଲୋକଙ୍କୁପଙ୍ଗୁ କରି ଭୋଟ ନେଇ ଶାସନରେ ବସିବା ଏଠାକାର ଲକ୍ଷ ,ଏଣୁ ଶାସନରୁ ହଟାଇବା ଦରକାର ।

ମତାମତ ଦିଅନ୍ତୁ

Please enter your comment!
Please enter your name here