୯୬ବର୍ଷିୟା ବୃଦ୍ଧା ରଚିଲେ ଇତିହାସ, ଦେଖନ୍ତୁ ଏହି ଭଡିଓରେ…

https://www.facebook.com/nnsodia/videos/267154983995629/?t=5

କେରଳ : ଇତିହାସ ରଚିବାକୁ କୌଣସି ସମୟ ସୀମା ଜରୁରୀ ନୁହେଁ ବୋଲି ପ୍ରମାଣ କରିଛନ୍ତି ଜଣେ ୯୬ ବର୍ଷୀୟା ବୃଦ୍ଧା । ଉକ୍ତ ବୃଦ୍ଧା ଜଣଙ୍କ ୯୮ ପ୍ରତିଶତ ରଖି ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି । ଉକ୍ତ ବୃଦ୍ଧା ଜଣଙ୍କ ହେଲେ କାର୍ତ୍ତିୟାନୀ ଆମ୍ମା । ର‌୍ୟା ସରକାରଙ୍କ ଦ୍ୱାରା ସଂଚାଳିତ ଅକ୍ଷରଲକ୍ଷମ୍ ସାକ୍ଷରତା ମିଳନ ପରୀକ୍ଷାରେ ଟପ୍ପର ହୋଇ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଟପ୍ପର ହେବା ପରେ କମ୍ପ୍ୟୁଟର ପଢିବାକୁ ମଧ୍ୟ ଇଚ୍ଛା ରଖିଛନ୍ତି । ସୁଚନାରୁ ପ୍ରକାଶ, ଏହି ଅକ୍ଷରଲକ୍ଷମ୍ ପରୀକ୍ଷାରେ ମୋଟ ୪୩ ହଡାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏଥିସହ ଏହି ପରୀକ୍ଷାରେ ୮୦ ଜଣ କଏଦା ମଦ୍ୟ ପରୀକ୍ଷା ଦେଇଥିଲେ । ତେବେ ଆମ୍ମା ଏହି ପରୀକ୍ଷାକୁ ଛାଡି ଅନେକ ଅଲଗା ବିଷୟରେ ପରୀକ୍ଷା ଦେଇ ମଧ୍ୟ ଟପ୍ପର ହୋଇଛନ୍ତି । ଆମ୍ମା ଟପ୍ପର ହେବା ପରେ କେରଳର ଶିକ୍ଷାମନ୍ତ୍ରୀ ତାଙ୍କ ଏକ ଲାପଟପ ଉପହାରରେ ଦେଇଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here