You are here
Home > ଲାଟେଷ୍ଟ > ପ୍ରେସମିଟରେ ଅଡ଼ିଓ ଟେପ୍ ଖୁଲାସା: ବୈଜୟନ୍ତଙ୍କ ଅନୁଗତ କଲେ ପ୍ରେସମିଟ୍

ପ୍ରେସମିଟରେ ଅଡ଼ିଓ ଟେପ୍ ଖୁଲାସା: ବୈଜୟନ୍ତଙ୍କ ଅନୁଗତ କଲେ ପ୍ରେସମିଟ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅନୁଗତ ତଥା କେନ୍ଦ୍ରାପଡ଼ା ଜିଲ୍ଲା ବିିଜେପି ସଂଖ୍ୟାଲଘୁ ସେଲ୍ର ପୂର୍ବତନ ସଂଖ୍ୟାଲଘୁ ସେଲ୍ର ସଭାପତି ମହମ୍ମଦ ସଲିମ୍ ଖାନ । ନିକଟରେ ବୈଜୟନ୍ତ ପଣ୍ଡାଙ୍କ ଅନୁଗତ ଦେବାଶିଷ ମଲ୍ଲିକ ଏକ ପ୍ରେସମିଟ କରି ବୈଜୟନ୍ତଙ୍କ ଦଳବିରୋଧି କାର୍ଯ୍ୟ କଥା ଖୁଲାସା କରିଥିଲେ । ତେବେ ଆଜି ଦେବାଶିଷ ମଲ୍ଲିକ ଓ ମହମ୍ମଦ ସଲିମ୍ ଖାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡ଼ିଓ ଟେପ ଜାରି କଲେ ସାମ୍ବାଦିକ ସମ୍ମିଳନୀରେ ସଲିମ୍ । ବିଜେଡ଼ିର ଜଣେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ଜଣେ ପ୍ରଭାବଶାଳୀ ନେତା ଓ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ପ୍ରଶାସନିକ ଅଧିକାରୀ ଦେବାଶିଷଙ୍କୁ କହିଛନ୍ତି ସଲିମ୍ଙ୍କୁ ବୈଜୟନ୍ତଙ୍କ କ୍ୟାମ୍ପ ଛାଡ଼ିବାକୁ, ଏହିକଥା ଏହି ଅଡ଼ିଓ ଟେପ୍ରେ ରହିଥିବା କଥା କହିଛନ୍ତି ସଲିମ । ସଲିମ୍ଙ୍କୁ ବୈଜୟନ୍ତଙ୍କ କ୍ୟାମ୍ପ ଛାଡ଼ିବା ଲାଗି ତାଙ୍କୁ ବିଜେଡ଼ି ପକ୍ଷରୁ ପ୍ରଲୋଭିତ କରାଯାଇଛି ବୋଲି କହିଛନ୍ତି ସଲିମ୍ ଖାନ । ତେବେ ତାଙ୍କ ଜୀବନ ଏବେ ବିପନ୍ନ ଏବଂ ସେ ସୁରକ୍ଷା ଚାହାନ୍ତି ବୋଲି ପ୍ରେସମିଟ କରି ଜଣାଇଛନ୍ତି । ସଲିମ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରି କହିଲେ, ଦଳକୁ ଷଡ଼ଯନ୍ତ୍ରକାରୀମାନଙ୍କ ଠାରୁ ବଞ୍ଚାନ୍ତୁ । ନିଜର ଓ ପରିବାରର ସୁରକ୍ଷା ଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ତେବେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ସବୁଠାରୁ ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ସାମ୍ବାଦିକ ମାନଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,ଏହି କଥାର ବିଶେଷ ଗୁରୁତ୍ୱ ନାହିଁ । ବିଜେଡ଼ି ନେତା ପ୍ରଣବ ମଧ୍ୟ କହିଛନ୍ତି, ଆମେ ଭାବିଥିଲୁ କ’ଣ ଗୋଟିଏ ବଡ଼ ଖୁଲାସା ହେବ, କିନ୍ତୁ ଇୟେତ ନ୍ୟୁଜ୍ ଫ୍ୟୁଜ୍ ଭଳି ।

ତେବେ ଯାହାବି ହେଉ ବିଜେଡ଼ିରୁ ବିଦା ହେଲା ପରେ ବି ବିବାଦ କିନ୍ତୁ ପିଛା ଛାଡ଼ୁନି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ । ବିଜେଡ଼ି ରହି ଦଳ ବିରୁଦ୍ଧ କାର୍ଯ୍ୟ କରୁଥିବା ନେଇ ଖୋଦ କହିଛନ୍ତି ତାଙ୍କ ସହ ଛାଇ ପରି ରହି ତାଙ୍କୁ ସହଯୋଗ କରୁଥିବା ଜଣେ ଅଧିକାରୀ । ଅଧିକାରୀ ଜଣକ ବୈଜୟନ୍ତଙ୍କ ବିରୋଧରେ ଅନେକ ଦଳୀୟ ଅଭିଯୋଗ ଆଣିଥିଲେ । ଆଜି ବୈଜୟନ୍ତ ପଣ୍ଡା ନିଜେ ପ୍ରେସମିଟ୍ରେ ଉପସ୍ଥିତ ରହିପାରନ୍ତି ବୋଲି ଧାରଣା ରହିଥିଲା । କିନ୍ତୁ ତାଙ୍କ ବଦଳରେ ତାଙ୍କର ଜଣେ ଅନୁଗତ ଏହି ପ୍ରେସମିଟରେ ଅଡ଼ିଓ ଟେପ୍ ଜାରି କରିଛନ୍ତି ।

ରାଜନୈତିକ ଦୃଷ୍ଟିକୋଣରୁ ଏହି ପ୍ରେସମିଟର ବିଶେଷ ଗୁରୁତ୍ୱ ନାହିଁ ବୋଲି ବିଶାରଦମାନଙ୍କ ମତ । ତେବେ ଏବେ ମଧ୍ୟ ବିବାଦର ସମାଧାନ ହେଉନାହିଁ କି ବୈଜୟନ୍ତଙ୍କଠୁ ବିବାଦ ପିଛା ଛାଡୁନାହିଁ ।

Loading...
ONA

Leave a Reply

Top