ବିଜେଡିରେ ଯୋଗଦେଲେ ବିଜେପି ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ କାଶୀନାଥ ହେମ୍ବ୍ରମ୍‍ଙ୍କ ସହ ୪୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ୨୦୦୯ର ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ତଥା ବିଜେପି ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ କାଶୀନାଥ ହେମ୍ବ୍ରମ୍‍ଙ୍କ ନେତୃତ୍ୱରେ ଶ୍ରୀମତୀ ଲତିକା ହେମ୍ବ୍ରମ୍‍, ତିରିଂ ବ୍ଲକ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଅନନ୍ତ ହେମ୍ବ୍ରମ୍‍, ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଂପାଦିକା କିରଣ ମହାନ୍ତ, ବିଜେପି ଓବିସି ମୋର୍ଚ୍ଚା ରାଇରଙ୍ଗପୁର ସଭାପତି ପ୍ରଣେଶ କୁମାର ମଣ୍ଡଳ, ସାନଭୁନ୍ଦୁ ସମିତି ସଭ୍ୟ ସାଧୁ ବେହେରା, ତିରିଂ ବ୍ଲକ ପୂର୍ବତନ ଅଧ୍ୟକ୍ଷ ମଧୁସୂଦନ ସୋରେନ୍‍, ପୂର୍ବତନ ସରପଞ୍ଚ ମଦନ ମୋହନ ମାର୍ଣ୍ଡି, ଅକ୍ଷୟ ସି, ଦେବେଶ ମାଝୀ, ଅବନୀ ପତି, ପୂର୍ବତନ ସମିତି ସଭ୍ୟ ମଦନ ମୁଡିଙ୍କ ସହ ୪୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ନିଜ ନିଜର ଦଳ ପରିତ୍ୟାଗ କରି ନବୀନ ନିବାସରେ ଆୟୋଜିତ ଯୋଗଦାନ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ସମସ୍ତ ନେତା ଓ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବିଜେପିର ନିର୍ବାଚିତ ପ୍ରତିନିଧି ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସହ ମୟୂରଭଞ୍ଜ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ । ଉକ୍ତ ଯୋଗଦାନ କାର୍ଯ୍ୟକ୍ରମରେ ଦଳର ସାଧାରଣ ସଂପାଦକ ବିଧାୟକ ଦେବାଶିଷ ସାମନ୍ତରାୟ, ମୋରଡ଼ା ବିଧାୟକ ତଥା ମୟୂରଭଞ୍ଜ ଜିଲ୍ଲା ସଭାପତି ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍‍, କରଞ୍ଜିଆ ବିଧାୟକ ବିଜୟ ନାଏକ, ରାଜ୍ୟ ବିଜୁ ଜନତା ଦଳ ସଂପାଦକ ବିଜୟ ନାୟକ, ବରିଷ୍ଠ ବିଜେଡି ନେତା ଇଶାଣ ମିଶ୍ର, ସୁଶାନ୍ତ ଚୌଧୁରୀ, ବହଳଦା ବ୍ଲକ ସଭାପତି ରାଜେନ୍ଦ୍ର ମଲ୍ଲିକ, ମହିଳା ବିଜେଡି ରାଜ୍ୟ ସଂପାଦିକା ଜ୍ୟୋତିର୍ମୟୀ କବାଟ, ତନୁଜା ମହାନ୍ତ, ଜିଲ୍ଲା ସଂପାଦକ ପ୍ରଭାତ ନାଏକ, ତିରିଂ ବ୍ଲକ ପୂର୍ବତନ ଅଧ୍ୟକ୍ଷ ବାଞ୍ଜୁ ହେମ୍ବ୍ରମ୍‍, ଜିଲ୍ଲା ସାଂଗଠନିକ ସଂପାଦକ ରାଜେଶ ଯାଦବ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରକାଶ ମହାନ୍ତ, ବାରିପଦା ପୂର୍ବତନ ନଗର ସଭାପତି ସୁଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

7 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here