ଝିଅ ସାରା ଅଲ୍ଲିର ମତାମତକୁ ଚାଲାକ ଭାବେ ଉତ୍ତର ରଖିଲେ କରୀନା କପୁର, ପଢନ୍ତୁ ପୂରା ଖବର…

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ କରୀନା କପୁର ଖାନଙ୍କ ପୁଅ ତୈମୁର ଖାନଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଏବେ କିନ୍ତୁ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅମୃତା ସିଂହଙ୍କ ସନ୍ତାନ ସାରା ଅଲ୍ଲୀ ଖାନ୍‌ ଏବଂ ଇବ୍ରାହିମ୍‌ ଖାନ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ କରୀନା ଏବେ ସାରା ଅଲ୍ଲୀ ଖାନଙ୍କ ଏକ ମତାମତକୁ ଅତି ଚାଲାକ ରୂପେ ଉତ୍ତର ଦେଇ ଅନେକ ପ୍ରଶଂସା ସାଉଣ୍ଟିଥିବାର ସୂଚନା ମିଳୁଛି | ସୁଚନା ମୁତାବକ, ଝିଅ ସାରା ଓ ପୁଅ ଅବ୍ରାହିମଙ୍କର କରୀନାଙ୍କ ସହ ସଂପର୍କ ଖୁବ୍‌ ନିବିଡ଼ ଥିବା ସମସ୍ତଙ୍କୁ ଜଣା । ଯେଉଁ କାରଣକୁ ନେଇ କପୁର୍‌ ପରିବାରର ଯେକୌଣସି ପାର୍ଟିରେ ହେଉନା କାହିଁକି ଏହି ଦୁଇ ଭାଇଭଉଣୀକୁ କରୀନାଙ୍କ ସହିତ ଦେଖାଯାଇଥାଏ । କିନ୍ତୁ ନିକଟରେ ସାରା କଲର୍ସରେ ପ୍ରସାରିତ ହେଉଥିବା ଟକ୍‌ ସୋ’ ‘କଫି ଓ୍ଵିଥ୍‌ କରଣ୍‌’ରେ କରୀନାଙ୍କୁ ନେଇ ଏକ ଖୁଲାସା କରିଛନ୍ତି ।

ଯେଉଁଥିରେ ସାରା କହିଛନ୍ତି କି ସେ ଯଦି କରୀନାଙ୍କୁ ତାଙ୍କର ଛୋଟି ମା’ ବୋଲି ସମ୍ବୋଧନ କରିବେ,ତେବେ କରୀନା ସଙ୍ଗେସଙ୍ଗେ ବେହୋସ ହୋଇଯିବେ ।ସେପଟେ କରୀନା କହିଛନ୍ତି କି ସେ ସାରା ଆଉ ଇବ୍ରାହିମ୍‌ଙ୍କର ମା’ ହୋଇପାରିବେ ନାହିଁ ବୋଲି ପତି ସୈଫ୍‌ଙ୍କୁ ପୂର୍ବରୁ ହିଁ ସଫା ସଫା କହିସାରିଛନ୍ତି । ଏହାର କାରଣରେ ଉଭୟ ସାରା ଓ ଇବ୍ରାହିମ୍‌ଙ୍କ ପାଖରେ ଅମୃତାଙ୍କ ଭଳି ବହୁତ ହିଁ ଭଲ ମା’ ଥିବାବେଳେ ସେ ତାଙ୍କର ମା’ ହୋଇପାରିବେ ନାହିଁ । ଅମୃତାଙ୍କର ପ୍ରଶଂସା କରିବାକୁ ଯାଇ ସେ ତାଙ୍କ ପିଲାମାନଙ୍କୁ ବହୁତ ଭଲ ଭାବେ ଲାଳନ ପାଳନ କରିବା ସହିତ ଭଲ ସଂସ୍କାର ଦେଇଥିବା ବି ପ୍ରକାଶ କରିଛନ୍ତି । କରୀନାଙ୍କୁ ସାରା ଓ ଇବ୍ରାହିମ୍‌ ପ୍ରତ୍ୟେକ ପରିସ୍ଥିତିରେ ବନ୍ଧୁ ଭଳି ସାଥ୍‌ ଦେବେ ବୋଲି ସୈଫ ଅଲ୍ଲି ଖାନ୍ କହିଛନ୍ତିି ।

 

3 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here