କପିଲ ବିବାହ ରୀତିନୀତି ଅଧାରୁ ଛାଡି କାହିଁକି ସଲମାନଙ୍କ ନିକଟକୁ ଗଲେ, ପଢନ୍ତୁ ପୂରା ଖବର….

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ : କଥାରେ ଅଛି ଗାତରେ ପଡିଲେ ଉପରକୁ ଉଠିବାର ବାଟ ଦେଖାଯାଇଥାଏ | ଏପରି କଥାର ମର୍ଯ୍ୟାଦା ରଖିଛନ୍ତି ବଲିଉଡର ସୁପରହିଟ କମେଡିଆନ୍ କପିଲ ଶର୍ମା | ମଦ୍ୟପାନ କରି ନିଜ ସାଙ୍ଗ ଉପରେ ହାତ ଉଠାଇବା ପରେ ତାଙ୍କ ବହୁ ଚର୍ଚ୍ଚିତ ସିରିୟଲ ‘ଦ କପିଲ ଶର୍ମା ଶୋଟି ପୂରା ବୁଡି ଯାଇଥିଲା | ତାପରେ ସେ ପୂରା ଦେବାଳିଆ ହୋଇଯାଇଥିଲେ | ନା ତାଙ୍କ ସିରିୟଲରେ ଚାଲିଲା ନା ତାଙ୍କ ଅଭିନିତ ଫିଲ୍ମ | ମୁଣ୍ଡକୁ ନେଇଯାଇଥିଲେ କପିଲ ଏହି ସବୁ ଘଟଣା | ତାପରେ ଦେହ ଅସୁସ୍ଥତା ଲାଗି ମେଡିକାଲରେ ବହୁଦିନ ଧରି ପଡିରହିଥିଲେ | ତାପରେ ସେ ବୁଝିପାରିଥିଲେ କେତେ କଣ ସେ ହରାଇ ସାରିଛନ୍ତି | ସେ ଏପରି ଆଉ ଭୁଲ ନ କରିବାକୁ ନିଷ୍ପତ୍ତି ନେବା ସହ କରିଥିବା ଭୁଲକୁ ଠିକ କରିବା ଲାଗି ଅଣ୍ଟା ଭିଡିଛନ୍ତି | ଏଥରେ ସେ ପୁଣି ଏକ ନୂଆ ଶୋରେ ଫେରୁଛନ୍ତି | ସେପଟେ ସେ ତାଙ୍କ ଗର୍ଲପ୍ରେଣ୍ଡଙ୍କୁ ମଧ୍ୟ ବିବାହ କରୁଛନ୍ତି | ତେବେ ଆଗକୁ ତାଙ୍କ ବିବାହ ଥିବାବେଳେ ସେ ଉଭୟ ଶୋ ଓ ବିବାହକୁ ନେଇ ବ୍ୟସ୍ତ ରହୁଛନ୍ତି | ତେବେ ଶୁଣିବାକୁ ମିଳିଛି କପିଲ ତାଙ୍କ ବିବାହର ରୀତିନୀତି ଚାଲିଥିବାବେଳେ ସେ ଅଧାରୁ ଏହାକୁ ଛାଡି ମୁମ୍ବାଇ ଚାଲିଯାଇଚନ୍ତି | ତେବେ ସେ ଅନ୍ୟ କୌଣସି କାମ ପାଇଁ ନୁହେଁ ବରଂ ତାଙ୍କ ନୂଆ ଶୋକୁ ସଲମାନ ଖାନ୍ ଆସୁଛନ୍ତି | ତେବେ ପ୍ରଥମ ଦିନର ସୁଟିଂ ଲାଗି ସେ ଏପରି ପଳାଇଥିବା ସୂଚନା ମିଳିଛି | ସେପଟେ ଗିନ୍ନୀ ପୀରା ଖବର ନ ଜାଣି କପିଲଙ୍କ ଉପରେ ରାଗି ଯାଇତିଲେ ଯେ ,ସେ କିପରି ତାଙ୍କୁ ନକହି ପଳାଇଛନ୍ତି | ତେବେ ବର୍ତ୍ତମାନ ଗିନ୍ନୀ ପୂରା ଖବର ଜାଣିବା ପେର କପିଲଙ୍କ ନେଇ ଗ୍ରବ କରୁଥିବାର ସୂଚନା ମିଳୁଛି |
ସୂଚନା ମୁତାବକ, ବିବାହ କାମ ଆଗକୁ ଥିବାରୁ କପିଲ ନିଜ କମେଡି ସୋ’ର ସୁଟିଂ ଆରମ୍ଭ କରି ଦେଇଛନ୍ତି । ସୋ’ର ପ୍ରଥମ ଅଧ୍ୟାୟରେ ସଲମାନ ଖାନ୍‌ ଅତିଥି ଭାବରେ ଯୋଗ ଦେବାକୁ ଥିବାରୁ ସେ ବିବାହର ରୀତୀନୀତିକୁ ଅଧାରୁ ଛାଡ଼ି ସୁଟିଂ ପାଇଁ ମୁମ୍ବାଇ ପହଞ୍ଚିଥିଲେ ବୋଲି ଜଣାପଡ଼ିଛି । ଡିସେମ୍ବର ଶେଷ ଆଡ଼କୁ କପିଲଙ୍କ ସୋ’ର ପ୍ରଥମ ଅଧ୍ୟାୟ ପ୍ରସାରିତ ହେବାକୁ ଥିବା ବେଳେ ବିବାହ ପରେ ସେ ପତ୍ନୀ ଗିନ୍ନୀଙ୍କୁ ସମୟ ଦେବା ପାଇଁ ପୂର୍ବରୁ ସବୁ କାମ ସାରୁଥିବା କହିଛନ୍ତି । ଯାହାକୁ ଜାଣି ଗିନ୍ନୀ ଖୁସି ହେବା ସହ କପିଲଙ୍କୁ ମୁମ୍ବାଇ ଯିବା ପାଇଁ ଅନୁମତି ଦେଇଥିଲେ ବୋଲି ଜଣା ପଡ଼ିଛି ।

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here