ଖୁବ୍ ଶୀଘ୍ର ବିବାହ କରିବେ କପିଲ ଶର୍ମା

0

ମୁମ୍ବାଇ : ଉଭୟ ଛୋଟ ଓ ବଡ ପରଦାଠାରୁ ଦୂରରେ ଥିବା ବଲିଉଡର କମେଡି କିଙ୍ଗ କପିଲ ଶର୍ମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏବେ ସେ କୌଣସି ମାରପିଟ ପାଇଁ ନୁହେଁ କି ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ନୁହେଁ ବରଂ ଏଥର ସେ ନିଜ ବିବାହକୁ ନଇ ଚର୍ଚ୍ଚାକୁ ଆସିଛନ୍ତି । ଖୁବ୍ ଶୀଘ୍ର ସେ ହାତରୁ ଦୁଇ ହାତ ହେଉଥିବା ଖବର ମିଳିଛି । ଆସନ୍ତା ଡିସେମ୍ବର ମାସରେ କମେଡ଼ି କିଙ୍ଗ୍ କପିଲ ଶର୍ମା ପ୍ରେମିକା ଜିନି ଚତରାଥଙ୍କୁ ବିବାହ କରିବେ । ଛୋଟ ପରଦାକୁ ଫେରିବା ପାଇଁ କପିଲ୍ ଜୋରଦାର୍ ପ୍ରସ୍ତୁତି ଜାରି ରଖିଥିବା ବେଳେ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମ ପ୍ରକାଶିତ ରିପୋର୍ଟ ଅନୁଯାୟୀ କପିଲଙ୍କ ଏହି ବିବାହ ଉତ୍ସବ ପୈତୃକ ସହର ଅମ୍ରିତସରରେ ଅନୁଷ୍ଠିତ ହେବ । ପଂଜାବୀ ରୀତିନୀତିରେ ୪ଦିନ ଧରି କପିଲଙ୍କ ବିବାହ ଉତ୍ସବ ଚାଲିବ । ତେବେ ପରବର୍ତ୍ତୀ ସମୟରେ ମୁମ୍ବାଇରେ ଏକ ରିସେପ୍ସନ୍ ପାର୍ଟି ରଖାଯିବା କୁହାଯାଉଛି ।ଗତବର୍ଷ ମାର୍ଚ୍ଚ ମାସରେ କପିଲ ଶର୍ମା ଗିନିଙ୍କ ସହ ପ୍ରେମ ସମ୍ପର୍କର ଖୁଲାସା କରିଥିଲେ । ପୂର୍ବରୁ ସହ-କଳାକାର ସୁନୀଲ ଗ୍ରୋଭରଙ୍କ ସହ ମତାନ୍ତର ଯୋଗୁଁ କପିଲ ଅଡୁଆରେ ପଡ଼ିଥିଲେ । ଏପରିକି ସୁନୀଲ ସୋ’ ଅଧାରୁ ଛାଡ଼ିଦେଇଥିଲେ ଓ ଚାନେଲରେ ସୋ’ ବନ୍ଦ ହୋଇଥିଲା । ତେବେ ଫ୍ୟାମିଲି ଟାଇମ୍ ଉଇଥ୍ କପିଲ ଶର୍ମା ନାଁରେ ଆଉ ଏକ ସୋ ଜରିଆରେ କପିଲ ପୁଣି ଫେରିଥିଲେ ଛୋଟପରଦାକୁ । କିନ୍ତୁ କପିଲଙ୍କ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା । ଆଗକୁ କପିଲ ଶର୍ମା ସୋ ଜରିଆରେ କମ୍ ବ୍ୟାକ୍ କରୁଛନ୍ତି ତେବେ ଏହା ପୂର୍ବରୁ ପ୍ରେମିକା ଗିନି ଚତରାଥଙ୍କ ସହ ତାଙ୍କ ବିବାହ ଖବର ଚର୍ଚ୍ଚା ସୃଷ୍ଟି କରିଛି । ତେବେ ବାକି ରହିଲା ଦେଖିବାକୁ କେବେ କପିଲ ବାହା ହୋଇ ଦର୍ଶକଙ୍କୁ ଖୁସି କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here