ଓଲିଉଡ଼କୁ ଫେରିଲେ କମେଡି କିଂ ପପୁ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : କମେଡି କିଙ୍ଗ୍ ପପୁ ପମପମ ଏବେ ସମ୍ପୂର୍ଣ ସୁସ୍ଥ । ସ୍ୱାସ୍ଥ୍ୟଗତ କାରଣରୁ ଦୀର୍ଘ ଦିନ ହେବ ଓଲିଉଡରୁ ଦୂରେଇ ରହିଥିବା ପପୁ ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ତାଙ୍କୁ ଏବେ ପୁରା ଭିନ୍ନ ରୂପରେ ଦେଖିବାକୁ ମିଳିବ | ସେ ଏକା ଥରକେ ଏଣ୍ଟ୍ରି ମାରିଛନ୍ତି ବଡ ପରଦାକୁ, ଆଉ ଅଭିନେତା ଭାବେ ନୁହେଁ ଏକ ନୂଆ ଅନ୍ଦାଜରେ । ଚିରକୁଟ ନାମକ ଏକ ଓଡିଆ ଚଳଚ୍ଚିତ୍ର ସେ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ନିଜେ ପପୁ ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପପୁ ସମ୍ପୂର୍ଣ୍ଣ ଦେଶୀ ଲଭଷ୍ଟୋରୀକୁ ନେଇ ଫିଲ୍ମ ଚିରକୁଟ ନିର୍ମାଣ କରୁଛନ୍ତି । ଯାହାର ଶୁଭମହୁରତ ଆଜି ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖନୀୟ କଥା ହେଉଛି ନବାଗତ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ପପୁ ଏହି ଚଳଚିତ୍ର ନିର୍ମାଣ କରୁଛନ୍ତି । ଏହି ଫିଲ୍ମରେ ହିରୋ ରୋଲରେ ନଜର ଆସିବାକୁ ଥିବା ଅଭିନେତା ଜଣକ ପୂର୍ବରୁ ଥିଏଟରରେ ଅଭିନୟ କରିଥିବା ବେଳେ ହିରୋଇନଙ୍କୁ ସୋସିଆଲ ମିଡିଆରୁ ଖୋଜି ପାଇଛନ୍ତି ପପୁ ।

କେବଳ ହିରୋ କି ହିରୋଇନ ନୁହଁନ୍ତି ଅନ୍ୟ କଳାକାର ମାନେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସମ୍ପୂର୍ଣ୍ଣ ନୂଆ ବୋଲି କୁହାଯାଉଛି । ତେବେ ଯାତ୍ରା, ଡ୍ରାମା ଓ ଥିଏଟରରେ ଅଭିନୟ କରିଥିବା କଳାକାରଙ୍କୁ ନେଇ ପପୁ ଏହି ଫିଲ୍ମ ନିର୍ମାଣ କରୁଛନ୍ତି । ଏହାର ପ୍ରଯୋଜନା ଭାର ନେଇଛନ୍ତି ବିଶିଷ୍ଟ ଚିତ୍ର ନିର୍ମାତା ଅକ୍ଷୟ ପରିଜା । ଗତ କିଛି ମାସ ପୂର୍ବରୁ ପ୍ରାନକ୍ରିୟାସ ସଂକ୍ରମଣ ଜନିତ ରୋଗରେ ପୀଡିତ ଥିଲେ ପପୁ ପମପମ । ତେବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଇ ଫେରିବା ପରେ ଏବେ ସୁସ୍ଥ ହୋଇ ପୁଣିଥରେ ଓଲିଉଡର ରୂପେଲି ପରଦାକୁ ଫେରିଛନ୍ତି ସେ ।

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here