ଇତିହାସ ରଚିବ କଳିଙ୍ଗ ଷ୍ଟାଡିୟମ, ବଲିଉଡ ସୁପରଷ୍ଟାରଙ୍କ ଦେଖିବାକୁ ମିଳିବ ଜଲୱା

ଭୁବନେଶ୍ୱର: ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ରଚିବ ଇତିହାସ | ବିଶ୍ୱର ବଡ ବଡ ହକି ତାରକାଙ୍କ ସହ ଗୋଟିଏ ମଂଚରେ ନଜର ଆସିବେ ବଲିଉଡର ଏକାଧିକ ସୁପରଷ୍ଟାର । ଯେମିତି କିଙ୍ଗ ଖାନ୍ ଶାହରୁଖ, ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ଏବଂ ଓସ୍କାର ବିଜେତା ଏ.ଆର୍ ରେହମାନ । ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ପାଇଁ ମାଧୁରୀ ଦିକ୍ଷୀତ ଭୁବନେଶ୍ୱରରେ ପହଁଚିବା ପରେ କଳିଙ୍ଗ ଷ୍ଟାଡିୟମରେ ଘଂଟା ଘଂଟା ଧରି ଅଭ୍ୟାସ କରୁଥିବାର ଦେଖିବାକୁ ମିଳୁଛି । ଆଜି ମଂଚରେ ମାଧୁରୀ ୪୦ ମିନିଟ୍ ଧରି ନୃତ୍ୟ ପରିବେଷଣ କରିବେ । ଶାହାରୁଖ ବି ଦର୍ଶକଙ୍କ ମନ ମୋହିବେ ବୋଲି ସୂଚନା ମିଳୁଛି । ଏସବୁ ଭିତରେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ୨୮ ତାରିଖରେ କଟକରେ ହେବାକୁ ଥିବା ହକି ଉଦଘାଟନୀ ମ୍ୟାଚ୍ ସମାରୋହ | କାହିଁକି ନା ଏହି ସମାରୋହରେ ବଲିଉଡର ଭାଇଜାନ୍ ମାନେ ସଲମାନ ଖାନ ସାମିଲ ହେବେ । ତେବେ ଓଡିଶା ବିଶ୍ୱ ହକି କପକୁ ନେଇ ଯେତିକି ଉତ୍ସୁକ ରହିଛି ତାହାଠାରୁ ଅଧିକ ଏହି ସୁପରଷ୍ଟାରଙ୍କ ପାଇଁ ମଧ୍ୟ ଉତ୍ସୁକ ଥିବା ଦେଖିବାକୁ ମିଳୁଛି |