କାଳିଆ ଯୋଜନାର ସବୁଜ ଫର୍ମ ନ ଥିଲେ ଜେରକ୍ସ ମଧ୍ୟ ଚଳିବ: କୃଷିବିଭାଗ

ଭୁବନେଶ୍ୱର : ଚାଷୀଙ୍କ ପାଇଁ ହୋଇଥିବା “କାଳିଆ” ଯୋଜନାରେ ସାମିଲ ହେବା ପାଇଁ ସବୁ ପହଂଚାୟତ ଅଫିସମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଆବଶ୍ୟକତା ଅନୁସାରେ ଏହି ଯୋଜନା ପାଇଁ ଫର୍ମ ମଧ୍ୟ ମିଳୁନାହିଁ । ଫର୍ମ ନ ମିଳିବାରୁ କିଛି ଜାଗାରେ ଉତ୍ତେଜନା ମଧ୍ୟ ହେଉଥିବାର ଦେଖିବାକୁ ମିଳୁଛି । ପଂଚାୟତମାନଙ୍କରେ ଏହି ଫର୍ମ (ସବୁଜ ରଙ୍ଗ) ମାଗଣାରେ ମିଳୁଛି । ଯଦି ଏହି ଫର୍ମ ଆବଶ୍ୟକତା ଅନୁସାରେ ନ ଥାଏ ତେବେ ଏହି ଫର୍ମର ଜେରକ୍ସ ମଧ୍ୟ ବ୍ୟବହାର ହୋଇପାରି ବୋଲି କୃଷିବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କାଳିଆ ଯୋଜନାକୁ ଚାଷୀ ସଙ୍ଗଠନ କହିଲା କଳାତ୍ମକ ଯୋଜନା