କାଳିଆ ଯୋଜନାକୁ ଚାଷୀ ସଙ୍ଗଠନ କହିଲା କଳାତ୍ମକ ଯୋଜନା

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଚାଷୀଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର “କାଳିଆ” ଯୋଜନା ଘୋଷଣା କରିଛନ୍ତି । ଏଥିରେ ଚାଷୀମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି ଏବଂ ସବୁ ଶ୍ରେଣୀର ଚାଷୀ ଏଥିରେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଯୁକ୍ତି ରଖିଛନ୍ତି । କିନ୍ତୁ ରାଜ୍ୟର ପ୍ରମୁଖ ଚାଷୀ ସଙ୍ଗଠନ ନବ ନିର୍ମାଣ କୃଷକ ସମିତି ସରକାରଙ୍କ ଏହି ଯୋଜନାକୁ କଡ଼ା ସମାଲୋଚନା କରିଛନ୍ତି । ତତ୍ସଲ୍ୟ କରି ଏହି ଯୋଜନାର ନାଁକୁ “କାଳିଆ” ବଦଳରେ କଳାତ୍ମକ ଯୋଜନା ବୋଲି କହିଛନ୍ତି । ଏଥିରେ ଚାଷୀଙ୍କର ବିଶେଷ ଲାଭ ହେବ ନାହିଁ ବୋଲି ସମିତି ପକ୍ଷରୁ କୁହାଯାଇଛି ।


ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସମିତିର ମୁଖ୍ୟ ଅକ୍ଷୟ କୁମାର କହିଛନ୍ତି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର ଚାଷୀମାନଙ୍କ ଋଣ ଛାଡ଼ କରିବା ପରେ ଓଡ଼ିଶା ସରକାର ଝାଳ ନାଳ ହୋଇ ତରତର ହୋଇ ଯୋଜନା କରିଛନ୍ତି । ସରକାର ଯେଉଁ ଯୋଜନା ଘୋଷଣା କରିଛନ୍ତି ତାହା ପୂର୍ବରୁ ଚାଷୀଙ୍କ ପାଇଁ ଅନେକ ଯୋଜନା ରହିଛି । ତେଣୁ ସରକାର ସେହି ଯୋଜନାରେ ଟଙ୍କା ଖର୍ଚ୍ଚ ନ କରି କିପରି ଭାବରେ ପୁଣି ଥରେ ନୂଆ ଯୋଜନା ଘୋଷଣା କରିଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ସେ କହିଛନ୍ତି ଯେ, ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେରଖି ଏପରି ଯୋଜନା କରିଛନ୍ତି । ୨୦୧୭-୧୮ ଆର୍ôଥକ ବର୍ଷରେ ଚାଷୀଙ୍କ ଉନ୍ନତି ପାଇଁ ୨୩୭୭ କୋଟି ଥିବା ସମୟରେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ପ୍ରାବଧାନର ବ୍ୟବସ୍ଥା କରିଥିଲେ । ତେବେ ନାବାର୍ଡ ଗତବର୍ଷ ୧୭ ହଜାର କୋଟିର ଯୋଜନା ରଖିଥିବା ବେଳେ ୨୦୧୮-୧୯ ଆର୍ôଥକ ବର୍ଷ ପାଇଁ ୪୦ ହଜାର କୋଟି ଟଙ୍କା ଯୋଜନା ରହିଛି ବୋଲି ସେ କହିଛନ୍ତି ।
ଶ୍ରୀ କୁମାର କହିଛନ୍ତି ପୂର୍ବରୁ ମନରେଗା ଯୋଜନାରେ ଗୃହପାଳିତ ପଶୁମାନଙ୍କ ପାଇଁ ଅନେକ ଯୋଜନା ରହିଛି । ଗ୍ରାମାଞ୍ଚଳରେ ଚାଷୀଙ୍କ ପାଇଁ ମଧ୍ୟ ଯୋଜନା ରହିଛି । ହେଲେ ସେହି ଯୋଜନାକୁ ଏବେ ସରକାର ଏକ ନୂଆ ରୂପରେ ଦେବାକୁ ଚେଷ୍ଟା କରିଛନ୍ତି । ଏହାସହ ବିନା ବାଧାରେ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜାତୀୟ ବ୍ୟାଙ୍କରୁ ଋଣ ଦିଆଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ରହିଛି । ତେବେ ସେହି ଗାଇଲାଇନ ଅନୁସାରେ ରାଜ୍ୟ ସରକାର କେତେ ଚାଷୀଙ୍କୁ ଋଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅକ୍ଷୟ । ଏହା ସହ ଭାଗଚାଷୀମାନଙ୍କୁ ଚିହ୍ନଟ କରିବା ଏକ ଜଟିଳ ପ୍ରକ୍ରିୟା ବୋଲି କହି ରାଜ୍ୟ ସରକାର ଏଡାଇ ଚାଲିଛନ୍ତି । ତେବେ ବର୍ତ୍ତମାନ ସମୟରେ ଭାଗଚାଷୀଙ୍କୁ ବିନା ଚିହ୍ନଟ କରି ଚାଷୀମାନଙ୍କୁ କିପରି ସହାୟତା ଦିଆଯାଇପାରିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଚାଷୀଙ୍କ ପାଇଁ ବଜେଟରେ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି । ହେଲେ ପ୍ରକୃତରେ ତାହାର ଲାଭ ଚାଷୀମାନେ ପାଉ ନାହାଁନ୍ତି । ସରକାର ବର୍ତମାନ ସମୟରେ ଚାପଗ୍ରସ୍ତରେ ଅଛନ୍ତି ବୋଲି ଜଣାପଡୁଛି । ତେଣୁ ଚାଷୀମାନଙ୍କ ପାଇଁ ଏପରି ଏକ କାଳିଆ ଯୋଜନା ଘୋଷଣା କରିଛନ୍ତି । ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ବୀମା ମଧ୍ୟ ଚାଷୀଙ୍କୁ ମିଳୁନାହିଁ । ତେବେ ଯୋଜନା ଯାହା ପାଇଁ ହେଉଛି ସେ ପାଉ ନ ଥିବା ସମୟରେ କିଛି ଦଳୀୟକର୍ମୀ ସେହି ଟଙ୍କା ହଡ଼ପ କରୁଥିବା ନେଇ ଶ୍ରୀ କୁମାର ଗୁରୁତର ଅଭିଯୋଗ କରିଛନ୍ତି ।

କଥା ରଖିଲେ କମଲନାଥ, ମଧ୍ୟପ୍ରଦେଶରେ କଲେ ଋଣ ଛାଡ

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here