କାଜଲଙ୍କ ଅବଶୋଷ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଦକ୍ଷିଣ ସିନେ ଜଗତରେ ବେଶ୍ ଚର୍ଚ୍ଚିତ ଓ ପରିଚିତ ତାରକା କାଜଲ ଅଗ୍ରୱାଲ ଏବେ ଏକ ସାକ୍ଷାତ କାରରେ ତାଙ୍କ ମନକଥା ଖୋଲି କହିଛନ୍ତି । ବିଭିନ୍ନ ସିନେମାରେ ସେ ଅଭିନୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ ମଧ୍ୟ ବଲିଉଡ୍ ଦୌଡ଼ରେ ସାମିଲ ହୋଇ ପାରୁ ନ ଥିବା ହେଉଛି ତାଙ୍କର ଅବଶୋଷ । କାଜଲ ତାମିଲ, ତେଲଗୁ ଭାଷାରେ ସଂଖ୍ୟାଧିକ ସିନେମା କରିଛନ୍ତି । ବହୁ ଚଳଚ୍ଚିତ୍ର ତାଙ୍କର ହିଟ୍ ମଧ୍ୟ ହୋଇଛି । ଭଲଭାବରେ ଚଳଚ୍ଚିତ୍ରରେ ଅଭିନୟ କରିବା ସତ୍ତେ୍ୱ ତାଙ୍କୁ ବଲିଉଡ୍ରେ ସଫଳତା ମିଳୁନାହିଁ । ସିଂହମ୍ରେ ଅୟଜ ଦେବଗନଙ୍କ ସହ ସେ ଅଭିନୟ କରିଥିଲେ । ନିର୍ଦ୍ଦେଶକ ରୋହିତ ସେଟ୍ଟୀ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ଦ୍ୱିତୀୟ ଭାଗରେ ତାଙ୍କୁ ସୁଯୋଗ ଦେବେ । ହେଲେ ସିଂହମ୍ ରିଟର୍ଣ୍ଣସ୍ରେ କରିନା କପୁରଙ୍କୁ ନିଆଗଲା । କାଜଲ ବଲିଉଡ୍ ନିର୍ଦ୍ଦେଶକଙ୍କ ଏଭଳି ପଦକ୍ଷେପରେ ବହୁତ କ୍ଷୋଭ ପ୍ରକାଶ କରିଛନ୍ତି । ଏପରି କି କରନ୍ ଜୋହର୍ ମଧ୍ୟ ତାଙ୍କ ସହ କାମ କରିବାକୁ ପ୍ରସ୍ତୁତ ଥିଲେ । ହେଲେ ଠିକ୍ ସମୟରେ ସମସ୍ତେ ପଛଘୁଞ୍ଚା ଦେଲେ । କାଜଲ କହିଛନ୍ତି ତାଙ୍କ ପରି ତମନ୍ନା ଅଗ୍ରୱାଲଙ୍କୁ ମଧ୍ୟ ବଲିଉଡ୍ରେ ସେପରି ସୁଯୋଗ ମିଳୁନାହିଁ । ଦକ୍ଷିଣ ଭାରତର ସିନେ ନାୟିକାମାନଙ୍କ ବଲିଉଡ୍ରେ ଏଭଳି ସ୍ଥିତି ଦେଖି ବାହୁବଳି ଫେମ୍, ଅନୁଷ୍କା ସେଟ୍ଟୀ ମଧ୍ୟ ନିଜ ରାଇଜରେ ସୁରକ୍ଷିତ ରହିବାକୁ ଉଚିତ୍ ମଣିଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here