ପ୍ରଥମ ଲୋକପାଳ ଅଧ୍ୟକ୍ଷ ଭାବେ ନିଯୁକ୍ତି ହେବେ ଜଷ୍ଟିସ୍‌ ପିନାକି ଚନ୍ଦ୍ର ଘୋଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକପାଳ ଚୟନ କମିଟି ନିକଟରେ ପୂର୍ବତନ ସୁପ୍ରିମ୍‌କୋର୍ଟ ଜଜ୍‌ ପିନାକି ଚନ୍ଦ୍ର ଘୋଷଙ୍କୁ ପ୍ରଥମ ଲୋକପାଳ ଭାବେ ନୁଯୁକ୍ତି ଦେଇଥିବାର ସୂଚନା ମିଳିଛି । ପିନାକି ଚନ୍ଦ୍ର ଘୋଷଙ୍କୁ ଲୋକପାଳର ଅଧ୍ୟକ୍ଷ ବୋଲି ସୋମବାର ଘୋଷଣା କରାଯିବାର ସୂଚନା ରହିଛି । ୨୦୧୭ ମସିହା ମେ ମାସରୁ ଅବସର ଗ୍ରହଣ କରିଥିବା ଜଷ୍ଟିସ୍‌ ଘୋଷ ବର୍ତ୍ତମାନ ନେସ୍‌ନାଲ୍‌ ହ୍ୟୁମାନ ରାଇଟ୍‌ସ କମିସନ(ଏନ୍‌ଏଚ୍‌ଆର୍‌ସି)ର ସଦସ୍ୟ ଅଛନ୍ତି । ମାର୍ଚ୍ଚ ୭ ତାରିଖରେ ସୁପ୍ରିମ୍‌କୋର୍ଟ ମୋଦି ସରକାରଙ୍କୁ ୧୦ ଦିନ ଭିତରେ ଲୋକପାଳ ନିର୍ବାଚନ ପାଇଁ କମିଟି ଗଠନ କରିବାର ସାମ୍ଭବ୍ୟ ତାରିଖ କହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧ୍ୟକ୍ଷ ଭାବେ ଜଷ୍ଟିସ୍‌ ଘୋଷଙ୍କୁ ନିଯୁକ୍ତି ମିଳିବା ସହ ଲୋକପାଳ ନିଯକ୍ତିରେ ଅନ୍ୟ ୮ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ତେବେ, ଏହି ଲୋକପାଳ ନିଯୁକ୍ତି ବୈଠକକୁ ବର୍ଜନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ । ସେ ଚୟନ କମିଟିର ଜଣେ ସଦସ୍ୟ ଥିବା ସତ୍ୱେ ବୈଠକରେ ଅନୁପସ୍ଥିତ ରହିଛନ୍ତି ।