ସରକାରଙ୍କ ଅବହେଳାର ପ୍ରତିବାଦ : ଭିକ ମାଗିବେ କନିଷ୍ଠ ଶିକ୍ଷକ

https://www.facebook.com/nnsodia/videos/267154983995629/?t=5

ନିର୍ବାଚନରେ ଡ୍ୟୁଟି ବର୍ଜନ କରିବେ, ନିର୍ବାଚନକୁ ଯାଉଥିବା ଏ ସରକାରକୁ ଠିକଣା ଜବାବ ଦେବେ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୫୦ ହଜାରରୁ ଊଦ୍ଧ୍ୱର୍ କନିଷ୍ଠ ଶିକ୍ଷକ (ଶିକ୍ଷା ସହାୟକ) ରାଜ୍ୟ ସରକାରଙ୍କ ମାତ୍ରାଧିକ ଅବହେଳାର ପ୍ରତିବାଦ କରି ରାଜରାସ୍ତାରେ ଭିକ ମାଗିବେ ବୋଲି ଆଜି ଭୁବନେଶ୍ୱରଠାରେ ଆୟୋଜିତ ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏକାଠି ହୋଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ବାରମ୍ବାର ଆଲୋଚନା ଓ ପ୍ରତିଶ୍ରୁତି ପରେ ମଧ୍ୟ ସରକାର ଏହି ବର୍ଗର ଶିକ୍ଷକମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରିନାହାଁନ୍ତି । କେନ୍ଦ୍ର ସରକାର ଉପରେ ଦୋଷ ଦେଇ ଖସୁଥିବା ରାଜ୍ୟ ସରକାର କେନ୍ଦ୍ର ପ୍ରଦତ୍ତ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ପାଣ୍ଠିରୁ ପି.ଏ.ବି. ଆଧାରରେ ଦରମା ଦେବା ପରିବର୍ତ୍ତେ ସେ ପାଣ୍ଠିକୁ ଅନ୍ୟତ୍ର ଖର୍ଚ୍ଚ କରୁଥିଲେ ମଧ୍ୟ କନିଷ୍ଠ ଶିକ୍ଷକଙ୍କ ପାଇଁ କେନ୍ଦ୍ର ଦେଲେ ଆମେ ଦେବୁ କହିବା କଥାକୁ ଦୃଢ ନିନ୍ଦା କରାଯାଇଥିଲା । ୨୦୧୬ ମସିହା, ଜାନୁଆରୀ ମାସଠାରୁ ପିଛିଲା ଭାବେ ରାଜ୍ୟର ସମସ୍ତ ବର୍ଗର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନଙ୍କ ଆଧାରରେ ବର୍ଦ୍ଧିତ ଦରମା ଦେଇ ଖୁସି କରିଥିବା ବେଳେ ତଥା ଚୁକ୍ତିଭିତ୍ତିରେ ନିଯୁକ୍ତ ସମସ୍ତ ଠିକା କର୍ମଚାରୀମାନଙ୍କ ଦରମା ବୃଦ୍ଧି ଘୋଷଣା କରିଥିବା ବେଳେ ରାଜ୍ୟରେ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷାର ପ୍ରସାର କରୁଥିବା ବହୁ ମେଧାବୀ ତଥା ଉଚ୍ଚ ଯୋଗ୍ୟତାସମ୍ପନ୍ନ ଏବଂ ଓ.ଟି.ଇ.ଟି. ପାସ୍ କରିଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇ ସରକାର ପ୍ରତାରଣା କରିଛନ୍ତି । ଇତିମଧ୍ୟରେ ଅନ୍ୟ କର୍ମଚାରୀମାନେ ବର୍ଦ୍ଧିତ ଦରମା ପାଇବା ଦୁଇବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କନିଷ୍ଠ ଶିକ୍ଷକମାନେ ମାତ୍ର ୬୫୧୨ ଟଙ୍କାରେ ନିଜର ଘରଠାରୁ ୩୦୦ ରୁ ୫୦୦ କିଲୋମିଟର ଦୂରରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ଦରମା ବୃଦ୍ଧି ନ ହେବା ଫଳରେ ସେମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଦେଖାଦେଇଛି । ସେମାନେ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀରୁ ବଞ୍ôଚତ ହେଉଛନ୍ତି ବୋଲି ସଭାପତି ଅଜୟ କୁମାର ଧଳ ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ସରକାର ଦିନ ମଜୁରୀଆଠାରୁ ଆରମ୍ଭ କରି ଆଉଟ୍ସୋର୍ସିଂ କର୍ମଚାରୀ, ଜୁନିଅର ଡାକ୍ତର, ଆଶାଦିଦି, ଅଙ୍ଗନୱାଡ଼ି କର୍ମୀ, ହାଇସ୍କୁଲ୍ରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ ଶିକ୍ଷକ ତଥା ଅନ୍ୟାନ୍ୟ ଠିକା କର୍ମଚାରୀମାନଙ୍କ ଦରମା ଓ ମଜୁରୀ ବୃଦ୍ଧି ଘୋଷଣା କରିଥିବା ବେଳେ ଯେଉଁମାନଙ୍କ କାନ୍ଧରେ ପ୍ରାଥମିକ ଶିକ୍ଷାର ଭାର ଦାୟିତ୍ୱ ଦିଆଯାଇଛି ଏବଂ ଜଣେ ଛାତ୍ରକୁ ଦୁନିଆର ଆଲୋକ ଦେଖାଉଥିବା ତଥା ଭବିଷ୍ୟତ ଗଠନ ପାଇଁ ପ୍ରାଥମିକ ସ୍ତରରୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକଟିକୁ ଶିକ୍ଷକର ମର୍ଯ୍ୟାଦା ନ ଦେଇ ଠିକା ଓ ଚୁକ୍ତିରେ ନିଯୁକ୍ତି ଦେଇ ସର୍ବନିମ୍ନ ଦରମା ପ୍ରଦାନ ନ କରିବା ଅତ୍ୟନ୍ତ ଲଜ୍ଜା ଜନକ ବିଷୟ ଏବଂ ରାଜ୍ୟ କିଭଳି ଭାବରେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବ ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି ।  ଜାନୁଆରୀ ୨୬ତାରିଖ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଯଦି କନିଷ୍ଠ ଶିକ୍ଷକମାନଙ୍କ ଦାବିକୁ ଗ୍ରହଣ କରି ପି.ଏ.ବି. ନିର୍ଦ୍ଧାରିତ ହାରରେ ଦରମା ପ୍ରଦାନ ଘୋଷଣା ନ କରନ୍ତି ତେବେ ସମସ୍ତ କନିଷ୍ଠ ଶିକ୍ଷକ ରାଜଧାନୀ ରାଜରାସ୍ତାରେ ଭିକ୍ଷାଥାଳ ଧରି ଭିକମାଗିବେ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଡ୍ୟୁଟି ବର୍ଜନ କରିବା ସହ ସପରିବାର ନିର୍ବାଚନ ବର୍ଜନ କରି ଶିକ୍ଷକମାନଙ୍କ ପ୍ରତି କଠୋର ହୋଇ ନିର୍ବାଚନକୁ ଯାଉଥିବା ଏ ସରକାରକୁ ଠିକଣା ଜବାବ ଦେବେବୋଲି ଉପସଭାପତି ସରୋଜ କୁମାର ପଣ୍ଡା, ମହାସଚିବ ଉମେଶ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ଆବାହକ ରୂପେଶ କୁମାର ସାହୁ, ରାଜ୍ୟ ସଂଯୋଜକ ଲଲାଟେନ୍ଦୁ ମହଲ, ପଶ୍ଚିମ ଓଡ଼ିଶା ଜୋନ୍ ସଂଯୋଜକ ପଦ୍ମଲୋଚନ ଘଡ଼େଇ, ଅକ୍ଷୟ କୁମାର ପୃଷ୍ଟି, ଅର୍ଚ୍ଚନା ଜେନା, ସୁମିତ୍ରା ମହାରଣା, ସୁଦୀପ୍ତ ପରିଡ଼ା, ମନୋଜ କୁମାର ପଣ୍ଡା, ରବି ନାରାୟଣ ପଲାଇ, ନୃସିଂହ ଚରଣ ସାହୁ, ପ୍ରଦ୍ରୁମ୍ନ ବାରିକ, ଅମୂଲ୍ୟ ଲେଙ୍କା ପ୍ରମୁଖ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି ।

7 ମତାମତ ଦିଅନ୍ତୁ

  1. ଓଡିଶା ରେ ବର୍ତ୍ତମାନ…… ଉଚ୍ଚ ଯୋଗ୍ୟତା ଧାରୀ କେବଳ କନିଷ୍ଠ ଶିକ୍ଷକ…. ମାନେ ହିଁ କମ୍ ଦରମା…ପାଉଛନ୍ତି ଏମିତିକି ଦିନ ମଜୁରିଆ ଙ୍କ ଠୁ କମ୍………
    ସରକାର ବଦଳିବା ଦରକାର……..

  2. କଣ ଅଧିକ ଯୋଗ୍ୟତା ହାସଲ କରି ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟ କରିବା କୁ ଗୋଟେ ଅପରାଧ ବୋଲି ବୋଧେ ଭାବି ନେଇଛନ୍ତି।ନହେଲେ କନିଷ୍ଠ ଶିକ୍ଷକ ଗୋଷ୍ଠି ଙ୍କୁ ଏତେ ଅବହେଳା କାହିଁକି?ମନେ ହେଉଛି ଯେପରି ଆମେ ଆଉ ଏକ ଇଂରେଜ ସରକାର ଅଧିନ ରେ କାର୍ଯ୍ୟରତ

  3. ଏହା ଅତ୍ୟନ୍ତ ଦୁଃଖର ବିଷୟ । ଓଡିଶା ରେ ଶିକ୍ଷକ ମାନଙ୍କ ପ୍ରତି ସରକାରଙ୍କ ର ଏ ଭଳି ମନ ଭାବ।

  4. ସରକାର ହାରିଵାକୁ ପ୍ରସ୍ତୁତ ରହୁ। ଶିକ୍ଷକ ମାନେ ଉଚିତ୍ ଶିଖ୍ୟା ଦେବେ।

  5. ସରକାରଙ୍କ ଏଭଳି ମନୋଭାବ ଯୋଗୁଁ ପିଲାମାନେ ଗୁଣାତ୍ମକ ଶିକ୍ଷା ରୁ ବଂଚିତ ହେଉଛନ୍ତି l ପେଟରେ ଓଦା କନା ଦେଇ ଜଣେ କନିଷ୍ଠ ଶିକ୍ଷକ କି ଗୁଣାତ୍ମକ ଶିକ୍ଷା ଦେବ ଚିନ୍ତା ର ବିଷୟ l

ମତାମତ ଦିଅନ୍ତୁ

Please enter your comment!
Please enter your name here