ବାଲୁଗାଁରେ ଜଣ୍ଡିସ : ଶତାଧିକ ଆକ୍ରାନ୍ତ

ନୟାଗଡ : ନୟାଗଡ ସଦର ବ୍ଲକ୍ ବାଲୁଗାଁରେ ଜଣ୍ଡିସରେ ଶତାଧିକ ଆକ୍ରାନ୍ତ ହୋଇଥିବା ଖବର ଆସିଛି । ପ୍ରାୟ ୧୦-୧୨ ଦିନ ହେଲା ଏଠାରେ ଜଣ୍ଡିସ ଆତଙ୍କ ଦେଖାଦେଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ପଠାଯାଇଛି । ପିଲାଠାରୁ ବୟସ୍କ ସମସ୍ତେ ଏହିରେ ଆକ୍ରନ୍ତ ହୋଇଛନ୍ତି । ଦୂଷିତ ପାଣି ଯୋଗୁଁ ରୋଗ ବ୍ୟାପିଥିବା ଲୋକମାନେ କରିଛନ୍ତି । ଗଁ।କୁ ଯୋଗାଣ ହେଉଥିବା ପାଣି ପାଇପ୍ ଅଧିକାଂଶ ସ୍ଥାନରେ ଫାଟି ଯାଇଛି । ସେହିପରି ଯେଉଁ ସ୍ଥାନରୁ ପାଣି ସପ୍ଲାଇ କରାଯାଉଛି ସେଠାରେ ଦୂଷିତ ପାଣି ଜମା ହୋଇ ରହିଥିବାରୁ ଏଭଳି ସ୍ଥିତି ଉପୁଜିଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ଏ ନେଇ ଗ୍ରାମବାସୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଲୋକେ କହିଛନ୍ତି । ତୁରନ୍ତ ଏହାର ସମାଧାନ ନ ହେଲେ ଆନ୍ଦୋଳନ ମୁଣ୍ଡ ଟେକିବା ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି |

ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ