ଭାଇରାଲ ହେଲା ଜସଲୀନଙ୍କ ଠୁମକା, ଦେଖନ୍ତୁ ଏହି ଭିଡିଓରେ…

ନୂଆଦିଲ୍ଲୀ : ବିଗବସ ୧୨ ସିଜିନର ସବୁଠାରୁ ଆର୍କଷଣୀୟ ଯୋଡି ଥିଲେ ଭଡନ ସମ୍ରାଟ ଅନୁପ ଜଲୋଟା ଏବଂ ଜସଲୀନ ମାଥୁର । ଦୁହିଁଙ୍କ ଯୋଡିକୁ ନେଇ ନାନା ବାଦବିବାଦ ଉଠିଥିଲା । କିନ୍ତୁ କିଛି ସପ୍ତାହରେ ଅନୁପ ବିଗବସରୁ ନୋମିନେଟେଡ ହୋଇ ଯାଇଥିଲେ । ତେବେ ସେବେଠାରୁ ଜସଲୀନ ଏକୁଟିଆ ହୋଇଯାଇଥିଲେ ମଧ୍ୟ ଖୁବ ଭଲ ଖେଳି ପ୍ରଶଂସା ସାଉଣ୍ଟୁଛନ୍ତି । ତେବେ ବର୍ତ୍ତମାନ ସେ ତାଙ୍କ ନାଚକୁ ନେଇ ସର୍ବ ସମ୍ମୁଖକୁ ଆସୁଥିବାର ଦେଖିବାକୁ ମିଳୁଛି । କିଛିଦିନ ତଳେ ପୁଲରେ ଗାଧୋଇ ଦର୍ଶକଙ୍କ ମନକୁ ଆସିଥିବା ବେଳେ ପୁଣିଥରେ “ଟିପ୍ ଟିପ୍ ବରଷା ପାନୀ” ଜରିଆରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ଗୀତରେ ଜସଲୀନ ପାଣି ସହ ଖେଳିବା ସହ ଗୀତ ଗାଇ ଖୁବ ଠୁମକା ଲଗାଇତିଲେ । ତେବେ ଏହି ବିଡିଓ ଏବେ ସୋଶାଲ ସାଇଡରେ ଜୋରସୋରରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ସେପଟେ ଜସଲୀନ ବର୍ତ୍ତମାନ ଦମଦାର ଖେଳିବା ଲାଗି ଶ୍ରୀଶାନ୍ଥ, ଦୀପିକା ଓ ମେଘାଙ୍କ ସହ ମିଶି ଏକ ଷ୍ଟ୍ରାଟେଜୀ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛନ୍ତି । ତେବେ ବାକି ରହିଲା ଏହି ଷ୍ଟ୍ରାଟେଜୀ କେତେ ମାତ୍ରାରେ କାମ ଦେଉଛି ଜସଲୀନଙ୍କ ପାଇଁ ।