You are here
Home > Uncategorized > ମାଲାକାନାଗିରିରେ ଜାପାନି ଜର➲ ଆଜି 3 ଶିଶୁ ମୃତ

ମାଲାକାନାଗିରିରେ ଜାପାନି ଜର➲ ଆଜି 3 ଶିଶୁ ମୃତ

ମାଲାକାନାଗିରି(ଓଏନଏ): ମାଲକାନଗିରି ଜିଲ୍ଲାରେ ମହାମାରି ଜାପାନି ଏନସେଫାଲାଇଟିସ୍ ଥମୁନି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆଉ ୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି ।  ଫଳରେ ଗତ  ୩୪ ଦିନରେ ୪୮ଜଣ ଶିଶୁଙ୍କ ପ୍ରାଣ ହରାଇଲେଣି । ଏବେବି ୫୮ ଶିଶୁ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ଅଛନ୍ତି ।

୨୨ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ସ୍ବାସ୍ଥ୍ୟ  ନିର୍ଦ୍ଦେଶକ କୈଳାଶ ଦାଶ ଏବଂ ଯୁଗ୍ମ ସଚିବ ଅଜିତ ମିଶ୍ର ମାଲକାନଗିରି ଜିଲ୍ଲାରେ ଉପସ୍ତିତ ରହି ପରିସ୍ତିତି ଅନୁଧ୍ୟାନ କରୁଛନ୍ତି । କୋରୁକୋଣ୍ଡା ଓ କାଲିମେଳା ବ୍ଲକର ୧୩ ପ୍ରଭିବିତ ଗାଁ ବୁଲି ଆଜି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ଏମାନେ । ସେପଟେ କାର୍ଯ୍ୟରେ ଅବହେଳା କରିଥିବା ୨୨ ଜଣ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ କେ. ସୁର୍ଦଶନ ଚକ୍ରବର୍ତ୍ତୀ । ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ଗାଁର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ୧୦୮ ପଞ୍ଚାୟତରେ ୬୪ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କର କାମ ହେଲା ଗାଁରେ କେତେ ସଫେଇ କଲେ, କେତେ ଲୋକଙ୍କୁ ମଶାରୀ ବାଣ୍ଟିଲେ, କେତେ ଘୁଷୁରୀ ଗାଁଠାରୁ ଦୂରକୁ ନେଲେ ଓ କେତେ ଘୁଷୁରୀ ଏନ୍କ୍ଲୋଜରରେ ରଖିଲେ ସେ ସମ୍ପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ। ମାତ୍ର ସେମାନେ ଠିକ୍ ସମୟରେ ଜିଲ୍ଲାପାଳଙ୍କ ଅଫିସ୍କୁ ତଥ୍ୟ ଦେଇପାରୁ ନାହାନ୍ତି। ଫଳରେ ୨୨ ଜଣ ନୋଡାଲ ଅଫିସରଙ୍କୁ ଏହି ନୋଟିସ୍ ଜାରି କରାଯାଇଛି । ସେପଟେ ସ୍ବାସ୍ଥ୍ୟ ସଚିବ ଆରତି ଆହୁଜା ମଧ୍ୟ ଆଜି ମାଲକାନଗିରି ଯାଇ ସ୍ଥିତିର ସମିକ୍ଷା କରିଛନ୍ତି ।

ଜିଲ୍ଲାର ଏମ.ଭି.୩ ଗାଁରେ ୫୦ ରୁ ୬୦ ଜଣ ଯୁବକ ଘୁଷୁରିକୁ ପିଟି ପିଟି ମାରୁ ଥିଲେ ଓ ଏହା ପରେ ମୃତ ଘୁଷୁରି ମାନଙ୍କୁ କାନ୍ଧରେ ବୋହି ନିକଟସ୍ତ ଜଙ୍ଗଲରେ ନେଇ ଫୋପାଡି ଦେଲେ । ତେବେ ମାସେ ଦୁଇ ମାସର ଏହି ଘୁଷୁରିଙ୍କ ଦେହରେ ଭୁତାଣୁ ଅଛି କି ନାହି ତାହା ଜାଣିନାହାନ୍ତି ଗାଁ ଲୋକେ । କେବଳ ଆତଙ୍କିତ ହୋଇ ଶହ ଶହ ନିରିହ ଘୁଷୁରି ମାନଙ୍କୁ ହତ୍ୟା କରିଚାଲିଛନ୍ତି ଆଦିବାସୀ ।

 

Loading...
ONA
Top