ଜୋମାଟୋ ବୟଙ୍କ ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ଏହି ଭିଡିଓରେ ….

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଅର୍ଡର ଦିଅନ୍ତୁ ସଙ୍ଗେସଙ୍ଗେ ଖାଦ୍ୟ ପାଆନ୍ତୁ | ଏଥିପାଇଁ ଭାରତରେ ଅନେକ ଫୁଡ଼ ଡ଼େଲିଭରୀ କମ୍ପାନୀ ବାହାରିଥିବା ସୂଚନା ମିଳିଛି | ତେବେ ଆପଣଙ୍କ ଆଜି ଏପରି ଏକ ଭିଡିଓ ବିଷଯରେ ଜଣାଇବୁ ଯାହା ଆପଣଙ୍କୁ ଅର୍ଡର କରିବା ତରିକାକୁ ବନ୍ଦ ହିଁ କରିଦେବ | ତେବେ ନିକଟରେ ଏପରି ଏକ ଭିଡିଓ ସାମନାକୁ ଆସିଛି ଯାହା ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି | ଉକ୍ତ ଭିଡିଓରେ ଜଣେ ଡେଲିବର ବଯ ଡେଲିଭର କରିବାକୁ ନେଇଉଥିବା ଖାଦ୍ୟକୁ ଖୋଲି କରି ଖାଇବା ସହ ଅଇଣ୍ଠା ଖାଦ୍ୟକୁ ପୁଣିଥରେ ପ୍ୟାକିଙ୍ଗ କରୁଛି | ତେବେ ସେ ଗୋଟିଏ କି ଦୁଇଟା ଭିଡିଓ ନୁହେଁ ଅନେକ ଖାଦ୍ୟକୁ କୋଲି ଖାଇକରି ସିଲ କରୁଛି | ତେବେ ଏହି ଡେଲିଭରି ବୟଟି ହେଉଛି ପ୍ରସିଦ୍ଧ ଫୁଡ କମ୍ପାନୀ ଜୋମାଟୋର | ଡ଼େଲିଭରୀ ପାଇଁ ନେଉଥିବା ବେଳେ ଗ୍ରାହକଙ୍କ ପାଇଁ ଯାଉଥିବା ଖାଦ୍ୟରୁ ସେ କିଛି ଖାଉଥିବା ଭିଡିଓରୁ ସ୍ପଷ୍ଟ ପରିଲିକ୍ଷିତ ହେଉଛି । ତେବେ ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଜୋମାଟୋ କମ୍ପାନୀକୁ ବିଭିନ୍ନ ଆଡ଼ୁ ନିନ୍ଦା କରାଯାଇଛି । ଜୋମାଟୋ ମାଧ୍ୟମରେ ଖାଦ୍ୟ ନମଗାଇବା ପାଇଁ ସାମାଜିକ ମାଧ୍ୟମରେ ଆହ୍ୱାନ କରାଯାଇଛି । ଅନ୍ୟପକ୍ଷେ ଏହି ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ଜମାଟୋ ବୟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଜମାଟୋ କମ୍ପାନୀର ଫାଉଣ୍ଡର ଦିପକ ଗୋଏଲ ଗୋଟିଏ ବ୍ଲଗ ଲେଖି ଜଣାଇଛନ୍ତି ଯେ ଆମେ ଏହି ପ୍ରକାର ଖବରକୁ ଗମ୍ଭୀରତାର ସହ ଗ୍ରହଣ କରିଛୁ । ଉକ୍ତ ଡେଲିଭରୀ ବୟେର ଏପରି ଭୁଲ କାର୍ଯ୍ୟ ହେତୁ ତାକୁ କମ୍ପାନୀ ବାହାର କରିସାରିଛି । ଦୀପକ ଗୋଏଲଙ୍କ କହିବା ଅନୁଯାୟୀ ସେ ସେହି ଡେଲିଭରୀ ବୟ ସହ କଥା ହୋଇ ତାକୁ ସେହି ପ୍ଲାଟଫର୍ମରୁ ବାହାର କରି ଦେଇଥିଲେ । ଏହି ଘଟଣାଟି ମଦୁରାଇର ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୋମାଟୋ ଖାଦ୍ୟ ପ୍ୟାକେଟରୁ ଏପରି ଛିଡ଼ାଇ ଖାଦ୍ୟ ବାହାର କରିବା ନିନ୍ଦନୀୟ । ଏହି ଘଟଣାକୁ କମ୍ପାନୀ ସହ୍ୟ କରିପାରିବ ନାହିଁ । ଏହି ଘଟଣା ପରଠାରୁ କମ୍ପାନୀ ଫୁଡ୍ ପ୍ୟାକେଜିଙ୍ଗରେ କିଛି ପରିବର୍ତ୍ତନ କରିଛି । ଯଦ୍ୱାରା ଡ଼େଲିଭରୀ ବୟ ଏହାକୁ ଖୋଲି ଖାଇପାରିବେ ନାହିଁ । ତେବେ ଏପରି ଅଇଣ୍ଟା ଖାଦ୍ୟ ଗ୍ରାହକଙ୍କୁ ଦେବା କେତେ ଯର୍ଥାଥତା ହେଉଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here