ବିଶିଷ୍ଟ ସମବାୟବିତ ତଥା ପୂର୍ବତନ ବିଧାୟକ ଯଗ୍ୟେଶ୍ୱର ବାବୁ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର : ଭାରତବର୍ଷରେ କଂଗ୍ରେସ ଦଳ ହିଁ କେବଳ ଗଣତନ୍ତ୍ରକୁ ସୁରକ୍ଷା ଦେଇପାରିବ ଓ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ରାଜନୈତିକ ପରିବର୍ତନ ସମ୍ଭବ ବୋଲି ଆଜି କଂଗ୍ରେସ ଦଳରେ ଯୋଗଦେଇ ବରିଷ୍ଠ ରାଜନେତା, ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମବାୟବିତ୍ ଯଜେ୍ଞଶ୍ୱର ବାବୁ କଂଗ୍ରେସ ଭବନଠାରେ ନିଜର ମତ ଦେଇଛନ୍ତି ।
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ‘କଂଗ୍ରେସ’ ପୁସ୍ତକ ଲୋକାର୍ପଣ ଉତ୍ସବରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଭାରତବର୍ଷରେ ଏକମାତ୍ର ଦଳ କଂଗ୍ରେସ ଯେ, ତଳେ ପଡିଥିବା ମଣିଷର କଥା ସବୁବେଳେ ଚିନ୍ତା କରିଆସିଛି । ଅନ୍ୟ ରାଜନୈତିକ ଦଳମାନେ କେବଳ ଭୋଟ ରାଜନୀତି କରୁଥିବା ବେଳେ କଂଗ୍ରେସ ଦଳ ଭାରତବାସୀଙ୍କ ସାମୂହିକ ବିକାଶକୁ ଗୁରୁତ୍ୱ ଦେଇ ଆସିଛି ।
ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପୁସ୍ତକର ଲେଖକ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ କହିଲେ ଯେ ଏହି ପୁସ୍ତକରେ ସଂକ୍ଷିପ୍ତ ଭାବରେ କଂଗ୍ରେସ ଦଳର ଇତିହାସ ସହ ବିରୋଧିଦଳମାନେ ଉଠାଉଥିବା ବହୁ ପ୍ରଶ୍ନର ଉତର ଦିଆଯାଇଛି । ଆଜିର କାର୍ଯ୍ୟକ୍ରମରେ ଅନ୍ୟତମ ଉପସଭାପତି ଅ୍ମାପକ କୈଳାସ ଆଚାର୍ଯ୍ୟ, କଂଗ୍ରେସ ନେତା ଜ୍ଞାନଦେବ ବେଉରା ପ୍ରମୁଖ ନିଜର ଆଭିମୁଖ୍ୟ ରଖିଥିଲେ । ‘କଂଗ୍ରେସ’ ପୁସ୍ତକଟି ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ ଅଲ୍ଲୀଙ୍କୁ ଉତ୍ସର୍ଗ କରାଯାଇଛି । ଏହି ଅବସରରେ ରାଜନୈତିକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଶାନ୍ତ କିଶୋରଙ୍କ ଟିମ୍ର ସଦସ୍ୟ ଶୁଭ ସାଇ ମିଶ୍ର କଂଗ୍ରେସ ଦଳରେ ଯୋଗ ଦେଇଥିବା ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିବା ପରେ ପ୍ରଦେଶ କଂଗ୍ରେସ ସଂଯୋଜକ ପଦ୍ମାକର ଗୁରୁ ଧନ୍ୟବାଦ ଦେଇଥିଲେ ।

ଖାଲିଥିବା ସରକାରୀ ପଦବୀ ପୂରଣ ନହେବା ପଛରେ ରହିଛି ୪୦ ହଜାର କୋଟିର କାରବାର – କଂଗ୍ରେସ