ନବୀନଙ୍କ ପ୍ରତିଭା ସମ୍ପର୍କରେ ମହା ଖୁଲାସା

0
32

ଭୁନନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଏବେ ଏକ ବଡ଼ ତଥ୍ୟ ପଦାକୁ ଆସିଛି । ଏତେ ପ୍ରକାର ଖେଳ ଥାଉଥାଉ ନବୀନ କାହିଁକି ଓଡ଼ିଶାରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ଲାଗି ପଡ଼ିଛନ୍ତି ସେ ବିଷୟ ଲୋକଲୋଚନକୁ ଆସିଛି । ନବୀନଙ୍କ ଏହି ଲୁକାୟିତ ପ୍ରତିଭା କୋନ ବନେଗା କରୋଡପତି କାର୍ଯ୍ୟକ୍ରମରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଆଲୋଚନା ସମୟରେ ଏହା ଜଣାପଡ଼ିଛି । ଏହା ଅବିଶ୍ୱାସନୀୟ ନୁହେଁ ଏହା ଧୃବ ସତ୍ୟ । କାରଣ ନିଜେ ନବୀନ ଏକଥା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ନିଜେ ନବୀନ ତାଙ୍କର ଏହି ପିଲାଦିନର ପ୍ରତିଭା ସମ୍ପର୍କରେ ଖୁଲାସା କରିଛନ୍ତି । ନବୀନ ଯେ ଜଣେ ହକି ଖେଳାଳି ଥିଲେ ତାହା ମଧ୍ୟ ଏବେ ଜଣାପଡ଼ିଲା । ସେ ପିଲାବେଳେ ସ୍କୁଲରେ ପାଠ ପଢ଼ିବା ସମୟରେ ହକି ଖେଳୁଥିଲେ । ଆଉ ଖେଳରେ ତାଙ୍କୁ ଗୋଲକିପରି ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡୁଥିଲା । କାରଣ ସେ ଡେଙ୍ଗା ଥିଲେ । ଟିମ୍ରେ ଡେଙ୍ଗା ଥିବାରୁ ତାଙ୍କୁ ଗୋଲ କିପର ଭାବେ ଖେଳିବାକୁ ପଡୁଥିଲା । ନବୀନଙ୍କ ଏହି ବିଷୟ ଜଣାପଡ଼ିବା ପରେ ପ୍ରକୃତରେ ସେ କାହିଁକି ଓଡ଼ିଶାରେ ହକିକୁ ପ୍ରାଧାନ୍ୟ ଦେଉଛନ୍ତି ତାହା ସ୍ପଷ୍ଟ ହୋଇଛି । ଓଡ଼ିଶାରେ ପୁରୁଷ ହକିର ବିଶ୍ୱକପ୍ର ଆୟୋଜନର ପୁରୋଧା ସାଜିଛନ୍ତି ନବୀନ । ଏଥିପାଇଁ ତାଙ୍କ ଭଣ୍ଡାର ମଧ୍ୟ ଖୋଲି ଦେଇଛନ୍ତି । ଦେଶ ବିଦେଶରେ ଏହି ବିଶ୍ୱକପ୍କୁ ପରିଚିତ କରାଇବା ପାଇଁ ମଧ୍ୟ ଲାଗିପଡ଼ିଛନ୍ତି ।
ନବୀନଙ୍କ ଉଦ୍ୟମ ଯୋଗୁ ଓସ୍କାର ପୁରସ୍କାର ବିଜେତା ଏ.ଆର୍. ରହେମାନ ଓଡ଼ିଶା ଆସି ହକି ପାଇଁ ପାରମ୍ଭିକ ସଂଗୀତ ଗାଇବେ । ଏପରି କି ସୁପରଷ୍ଟାର କିଙ୍ଗ ଖାନ୍ ଭାବେ ପରିଚିତ ସାହାରୁକ୍ ଖାଁ ମଧ୍ୟ ଦେଶର ହକି ଖେଳାଳିମାନଙ୍କୁ ଚିୟରଅପ୍ କରିବା ପାଇଁ କଳିଙ୍ଗଷ୍ଟାଡ଼ିୟମ୍କୁ ଆସିବେବୋଲି ସମ୍ମତି ଜଣାଇଛନ୍ତି । ହକି ପାଇଁ ଏକ ପ୍ରକାର ନବୀନ ଦିନରାତି ଏକ କରି ଲାଗିଛନ୍ତି । ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବାକୁ ମଧ୍ୟ ନବୀନ ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଅଡୁଆରେ ପକାଇଥିଲେ । ଏହାକୁ ନେଇ ବହୁ ରାଜନୀତିକ ଝଡ଼ ସୃଷ୍ଟି ହୋଇଥିଲା । ନବୀନଙ୍କ ଏହି ପ୍ରସ୍ତାବକୁ ସୋଶାଲ ମିଡ଼ିଆରେ ଭୂୟସୀ ପ୍ରଶଂସା କରାଯାଇ ତାଙ୍କପ୍ରତି ସମର୍ଥନର ସୁଅ ଛୁଟିଥିଲା । ପିଲାବେଳର ସ୍ମୃତି ବା ଅତିତର ସ୍ମୃତି ତାଙ୍କୁ ଆଜି ହକି ପ୍ରତି ପରିଣତ ବୟସରେ ଆଗ୍ରହ ବଢ଼ାଇଛି । କେହି ଆଜି ପର୍ଯ୍ୟନ୍ତ ନବୀନଙ୍କ ଏହି ପ୍ରତିଭା ସମ୍ପର୍କରେ ଅବଗତ ନ ଥିଲେ । କୋନ୍ ବନେଗା କୋରଡପତି କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ନବୀନ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଜବାବ ଦେବାକୁ ଯାଇ ତାଙ୍କର ଏହି ଲୁକ୍କାୟିତ ପ୍ରତିଭା ସମ୍ପର୍କରେ ସେ ଲୋକ ଲୋଚନାକୁ ଆଣିଥିଲେ । ଏହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଦେଶବ୍ୟାପୀ ଚାଲିଛି । ନବୀନଙ୍କ ଏଭଳି ମନ୍ତବ୍ୟ ଶୁଣି ସେଠାରେ ଉପସ୍ଥିତ ଥିବା ଭାରତୀୟ ହକି ଟିମ୍ର ଅଧିନାୟକ ତଥା ଗୋଲ୍କିପର ଏସ୍ ଶ୍ରୀଜେଶ ବେଶ୍ ଖୁସି ହୋଇଥିଲେ ଆଉ ନବୀନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।
ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ବିଶ୍ୱକପ୍ ପାଇଁ ଓଡ଼ିଶା ସମେତ ଏବେ ପୂରା ଦେଶରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି । ଏହି ଅଭିଯାନରେ ସାମିଲ ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଜାତୀୟ ଟେଲିଭିଜନରେ ପ୍ରସାରିତ ହେଉଥିବା ଲୋକପ୍ରିୟ କେବିସି ସୋ’ରେ ହକି ବିଶ୍ୱକପ୍ ସଫଳ କରିବାକୁ କ୍ୟାମ୍ପେନ କରାଯାଇଛି । କେବିସି ମଂଟରେ ଏକାଠି ହୋଇଥିଲେ ଭାରତୀୟ ହକି ଟିମର ସଦସ୍ୟ । ସେମାନଙ୍କ ସହ ହକିକୁ ନୂଆ ପରିଚୟ ଦେଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନ୍ଫରେନ୍ସ ଜରିଆରେ ଏହି ସୋ’ରେ ସାମିଲ ହୋଇଥିଲେ । ନବୀନ ଏହି ଅବସରରେ କହିଥିଲେ, ହକି କେବଳ ଓଡ଼ିଶାରେ ନୁହେଁ, ବରଂ ପୂରା ଦେଶରେ ଲୋକପ୍ରିୟ । ଓଡ଼ିଶାର ଆଦିବାସୀ ଅଂଚଳରେ ଏହା ସବୁଠାରୁ ଅଧିକ ଲୋକପ୍ରିୟ । ଏଠାକାର ପିଲାମାନେ ଚାଲିବା ଶିଖିବା ସମୟରୁ ହିଁ ହକି ଖେଳିଥାନ୍ତି ।
ଓଡ଼ିଶା ହକି ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ କାହିଁକି ଆଗ୍ରହୀ ପ୍ରଶ୍ନରେ ନବୀନ କହିଥିଲେ, ଯେହେତୁ ଏହା ଓଡ଼ିଶାର ଏକ ଲୋକପ୍ରିୟ ଖେଳ ତେଣୁ ଏହାକୁ ଆଗକୁ ନେବା ସହ ଆହୁରି ଲୋକପ୍ରିୟ କରିବାକୁ ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଂଟର ଆୟୋଜନ କରୁଛୁ । ଭାରତୀୟ ହକି ବଡ଼ ଟୁର୍ଣ୍ଣାମେଂଟର ଆୟୋଜନ କରୁଛୁ । ଭାରତୀୟ ହକି ଟିମ୍କୁ ମଧ୍ୟ ସମର୍ଥନ କରୁଛୁ । ଆଲୋଚନା ସମୟରେ କେଉଁ ଖେଳ ପ୍ରତି ଭଲପାଇବା ରହିଛି ବୋଲି ଅମିତାଭଙ୍କ ପ୍ରଶ୍ନରେ ନବୀନ କହିଥିଲେ, ସେ ସ୍କୁଲ ଜୀବନରେ ସବୁ ପ୍ରକାର ଖେଳିଛନ୍ତି । ଏପରିକି ସେ ହକି ମଧ୍ୟ ଖେଳିଛନ୍ତି । ଆଉ ହକି ଖେଳରେ ସେ ଗୋଲ୍କିପର ଭାବେ ଖେଳିଥିଲେ । କାରଣ ସେ ଖେଳାଳି ଭିତରୁ ଡେଙ୍ଗା ଥିବାରୁ ତାଙ୍କୁ ଗୋଲ୍କିପର କରାଯାଇଥିଲା ।
ସବୁଠାରୁ ଦୀର୍ଘତମ ସମୟ ତଥା କ୍ରମାଗତ ଭାବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରହିବା ନେଇ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତରରେ ନବୀନ କହିଥିଲେ, ଲୋକଙ୍କ ପାଇଁ କରିଥିବା ବିକାଶମୂଳକ କାର୍ଯ୍ୟ ତାଙ୍କୁ ସଫଳତା ଦେଇଛି । ୧୯୯୯ ମହିସା ମହାବାତ୍ୟା ପରେ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଏହି ମହାବାତ୍ୟାରେ ପ୍ରାୟ ୧୦ ହଜାର ଲୋକଙ୍କର ଜୀବନହାନି ଘଟିଥିଲା ଓ ରାଜ୍ୟର ବିପୁଳ କ୍ଷତି ହୋଇଥିଲା । ତେଣୁ ନୂଆ କରି ଆସିଥିବାର ତାଙ୍କ ସରକାର ବିପର୍ଯ୍ୟୟ ମୁକାବିଲା ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ହୋଇଥିବା ବାତ୍ୟାରେ କୌଣସି ଜୀବନ ହାନି ଘଟିନାହିଁ ।
ମୁଖ୍ୟମନ୍ତ୍ରୀ ଆସନ୍ତା ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ୍ ସଫଳତା ପାଇଁ ଭାରତୀୟ ଟିମ୍କୁ ଶୁଭକାମନା ଜଣାଇଥିଲେ । ନିଜ ପଡ଼ିଆରେ ଟିମ୍ ଇଣ୍ଡିଆ ଚାମ୍ପିଅନ ହେଉ ବୋଲି ସେ ଆଶା ପ୍ରକଟ କରିଥିଲେ । ବିଗ୍ବିଙ୍କୁ ସେ ଓଡ଼ିଶାକୁ ନିମନ୍ତ୍ରଣ କରିଥିଲେ । ଏହି ସୋ’ରେ ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ଭଲପାଇବାକୁ ଢ଼େର ପ୍ରଶଂସା କରିଥିଲେ ଅଭିତାଭ । ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଧନରାଜ ପିଲେ ମଧ୍ୟ ନବୀନଙ୍କୁ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here