ଦ୍ୱିତୀୟ କୋଣାର୍କ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ୍

ଭୁବନେଶ୍ୱର: ଦ୍ୱିତୀୟ କୋଣାର୍କ ନିର୍ମାଣ ଘଟଣାକୁ ନେଇ ଏବେ ରାଜନୀତିକ ବାଦ୍ବିବାଦ ଦେଖାଦେଇଛି । ବିଶେଷ କରି ବିଜେଡି-ବିଜେପି ଏ କ୍ଷେତ୍ରରେ ପରସ୍ପରକୁ ସମାଲୋଚନା କରୁଥିବା ଦେଖାଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସିଧାସଳଖ ଟାର୍ଗେଟ୍ କରିଛି । ଆଉ କୋଣାର୍କକୁ ନେଇ ରାଜନୀତି ନ କରିବା ପାଇଁ ପରାମର୍ଶ ଦେଇଛି ।
ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହେବା ପରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ତାଙ୍କର ସ୍ୱପ୍ନ ଦ୍ୱିତୀୟ କୋଣାର୍କ କଥା ଉଠାଇଛନ୍ତି । ଶ୍ରୀ ମହାପାତ୍ର ଦ୍ୱିତୀୟ କୋଣାର୍କ ସମ୍ପର୍କରେ ପ୍ରତିକ୍ରୀୟା ରଖି କହିଛନ୍ତି ମୋର ଯାହା ସ୍ୱପ୍ନ ଥିଲା ତାହା ବାସ୍ତବ ହେବାକୁ ଯାଉଛି । ମୋର ଗତକାଲିଠାରୁ କୋଣାର୍କ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଓଡ଼ିଶାକୁ ଯେଉଁ କଳା ୧୦୦୦ ବର୍ଷ ତଳେ ମିଳିଥିଲା ଲୋକେ କହୁଥିଲେ ଆଉ କରିପାରିବେ ନାହିଁ ବୋଲି ଆମେ ତାକୁ ପୁନଃଉଦ୍ଧାର କରି ଦେଶବାସୀଙ୍କୁ ଓ ସମସ୍ତଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରେୟ ଦେବା ମୋର ସେତିକି ଇଚ୍ଛା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
କେନ୍ତ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମର୍ଥନ କରି କହିଛନ୍ତି ପଦ୍ମବିଭୂଷଣ ରଘୁନାଥ ମହାନ୍ତି ଓଡ଼ିଶାର ଗୌରବକୁ ଆଗକୁ ବଢ଼ାଇବେ ତାଙ୍କ ମନରେ ଅଛି । କୋଣାର୍କର ଦ୍ୱିତୀୟ ପ୍ରାରୁ ତିଆରି କରିବା ପାଇଁ ଓଡ଼ିଆ ଲୋକଭାବେ ଆମେ ସମସ୍ତେ ତାଙ୍କ ଉପଲବ୍ଧି ପାଇଁ ବହୁତ ଖୁସି ଓ ଆନନ୍ଦିତ । ନିଶ୍ଚିତ ଭାବେ ରଘୁନାଥ ବାବୁଙ୍କ ଦିଲ୍ଲୀରେ ଉପସ୍ଥିତି ଓଡ଼ିଶାର ଜନଜୀବନକୁ, ସଂସ୍କୃତିକୁ ବଳିଷ୍ଠଭାବେ ପ୍ରତିପାଦିତ କରିବ ବୋଲି ସେ ପ୍ରକାଶ କରିଛନ୍ତି ।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏଥିରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି କହିଛନ୍ତି, ବିଜେଡି ସବୁବେଳେ ଓଡ଼ିଶାର ଭାଷା ସଂସ୍କୃତି ଓ କଳାକୁ ସମର୍ଥନ କରି ଆସିଛି । ଏହି ପ୍ରସଙ୍ଗରେ ଭାଷା ଓ ସଂସ୍କୃତିକୁ ଆଗେଇ ନେବାରେ ବା ଯେକୌଣସି ବିଷୟରେ ଏ ପ୍ରସଙ୍ଗରେ ଆସିଲେ ରାଜ୍ୟ ସରକାର ସମର୍ଥନ ଜଣାଇବେ । ଏହି ନୀତିକୁ ରାଜ୍ୟ ସରକାର କେବେ ହେଲେ ପ୍ରତ୍ୟାହାର କରିନାହାଁନ୍ତି । ଗୋଟିଏ ପ୍ରସଙ୍ଗକୁ ରାଜନୀତିକରଣ କରିବା ପାଇଁ ଯେଉଁଭଳି ଭାବରେ କେନ୍ଦ୍ରମନ୍ତ୍ରୀ ଚେଷ୍ଟା କରୁଛନ୍ତି ତାହା ନକରନ୍ତୁ । ବଶେଷ କରି କୋଣାର୍କ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ସହିତ ଜଡ଼ିତ ଅଛି । ଅନ୍ତତଃ ପକ୍ଷେ ତାକୁ ନେଇ ଆଉ ରାଜନୀତି ନ କରନ୍ତୁ ବୋଲି ଶ୍ରୀ ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here