ଇସ୍ରୋର ବିଶ୍ୱ ରେକର୍ଡ: ଏକକାଳୀନ ଉତକ୍ଷେପଣ ହେଲା ୧୦୪ ଉପଗ୍ରହ

https://www.facebook.com/nnsodia/videos/267154983995629/?t=5

ଶ୍ରୀହରିକୋଟା: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋ ଇତିହାସ ରଚିଛି । ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କ୍ଷେପଣାସ୍ତ୍ର ଘାଟିରୁ ଏକକାଳୀନ ୧୦୪ଟି ଉପଗ୍ରହ ଉତକ୍ଷେପଣ କରି ଭାରତ ଏହି ବିଶ୍ୱରେକର୍ଡ କରିଛି । ଏପର୍ଯ୍ୟନ୍ତ କୌଣିସ ରାଷ୍ଟ୍ର ଏକକାଳୀନ ଏତେ ମାତ୍ରାରେ ଉପଗ୍ରହ ଉତକ୍ଷେପଣ କରିନାହାନ୍ତି । ୨୦୧୪ରେ ଋଷ ସର୍ବାଧିକ ୩୭ଟି ଉପଗ୍ରହ ଉତକ୍ଷେପଣ କରି ରେକର୍ଡ କରିଥିଲା । ମାତ୍ର ଏହି ରେକର୍ଡକୁ ପଛରେ ପକାଇ ଦେଇଛି ଭାରତ । ଆଜି ସକାଳ ୯ଟା ୨୮ ମିନିଟ୍ରେ ଉପଗ୍ରହ ଗୁଡିକୁ ଉତକ୍ଷେପଣ କରାଯାଇଥିଲା । ପିଏସଏଲଭିସି ୩୭ ସାହାର୍ଯ୍ୟରେ ଶ୍ରୀହରିକୋଟାର ସତିଶ ଧୱନ ସ୍ପେଶ ସେଣ୍ଟରର ଫାଷ୍ଟ ଲଞ୍ଚ ପ୍ୟାଡରୁ ଏହି ଉତକ୍ଷେପଣ କରାଯାଇଛି । ଏଥିରେ ଭାରତର ୩ଟି ଏବଂ ୧୦୧ଟି ବିଦେଶୀ ଉପଗ୍ରହ ରହିଛି । ଏହାମଧ୍ୟରେ ଆମେରିକାର ୯୬ଟି ଉପଗ୍ରହ, ଇଜରାୟଲ, ନେଦରଲାଣ୍ଡ, କାଜକିସ୍ତାନ, ସୁ୍ୟଜରଲ୍ୟାଣ୍ଡ ଏବଂ ୟୁଏଇର ଗୋଟିଏ ଲେଖାଏଁ ଉପଗ୍ରହ ସାମିଲ ରହିଛି । ଏହା କକ୍ଷରେ ପହଞ୍ଚିବା ପାଇଁ ୨୯ ମିନିଟ୍ ସମୟ ଲାଗିଥିଲା । ଯେଉଁଥିରେ ୯ ମିନିଟ୍ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ । ଏକାଥରକେ ଏତେମାତ୍ରାରେ ଉପଗ୍ରହ ଛାଡିବାରେ ଉସ୍ରୋର ଏହା ତୃତୀୟ ପ୍ରୟାସ । ପୂର୍ବରୁ ୨୦୦୮ରେ ୧୦ଟି ଏବଂ ୨୦୧୫ରେ ଇସ୍ରୋ ଏକକାଳୀନ ୨୩ଟି ଉପଗ୍ରହକୁ ପଠାଇ ରେକର୍ଡ କରିଥିଲା । ଭାରତର ଏଭଳି ସଫଳତା  ଦ୍ୱାରା ବିଶ୍ୱ ଉପଗ୍ରହ ବଜାରରେ ଆମ ଦେଶର ପରାକାଷ୍ଠା ବଢ଼ିଛି । ଏବେ ପର୍ଯ୍ୟନ୍ତ ଇସ୍ରୋ ଉପଗ୍ରହ ଉତକ୍ଷେପଣ ଦ୍ୱାରା ୬୦୦ କୋଟି ରୋଜଗାର କରିଛି । ତେବେ ଉସ୍ରୋର ଚେୟାରମ୍ୟାନ୍ ଏଏସ କିରଣ କୁମାର ଏହି ସଫଳ ଉତକ୍ଷେପଣ ପାଇଁ ପୁରା ଟିମକୁ ଶୁଭେଚ୍ଛା ଜଣାଇଥିଲେ । ଏତଦଭିନ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇସ୍ରୋକୁ ହୃଦୟରୁ ଶୁଭେଚ୍ଛା ଦେଇଛନ୍ତି । ଏହା ସହ ମୋଦି ଟ୍ୱିଟ୍ କରି ଭାରତ ବୈଜ୍ଞାନିକମାନଙ୍କୁ ସାଲୁ୍ୟଟ କରୁଥିବା କହିଛନ୍ତି ମୋଦି ।

ମତାମତ ଦିଅନ୍ତୁ

Please enter your comment!
Please enter your name here