ଆଇଆରସିଟିସିର ନୂଆ ଟିକେଟିଂ ଆପ୍ ଲଞ୍ଚ

1

♦ ଘୋଷଣା କଲେ ରେଳମନ୍ତ୍ରୀ ସୁରେଶ ପ୍ରଭୁ

ନୂଆଦିଲ୍ଲୀ: ଟିକେଟ ବୁକିଂ କିପରି ସହଜ ଓ ସୁବିଧାରେ ଯାତ୍ରୀମାନେ କରିପାରିବେ ସେ ନେଇ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଏକ ନୂତନ ଆପ୍‌ର ଘୋଷଣା କରିଛନ୍ତି। ଏହା ହେଉଛି ଆଇଆରସିଟିସି ଦ୍ୱାରା ସଂପ୍ରତି ବ୍ୟବହୃତ ହେଉଥିବା ଆପଲିକେସନର ନୂତନ ରୂପ।
 ⇐ ଉନ୍ନତଧରଣର ଜ୍ଞାନକୌଶଳ ବ୍ୟବହାର ହୋଇ ପ୍ରସ୍ତୁତ ହୋଇଥିବା ଏହି ଆପର ନାମ ‘ଆଇଆରସିଟିସି ରେଲ୍‌ କନେକ୍ଟ’ ।
⇐ଏହି ଆପ୍‌ ପୂର୍ବ ଇ-ଟିକେଟ ପ୍ରକ୍ରିୟା ଠାରୁ ଉନ୍ନତଧରଣର । ଏହା ଜରିଆରେ ଯାତ୍ରୀମାନେ ସୁବିଧା ଓ ସହଜରେ ଟିକେଟ ବୁକିଂ କରି ପାରିବେ।
⇐ ଏହି ଆପ୍‌ ଜରିଆରେ ଆପଣଙ୍କ ଯାତ୍ରା ସମ୍ବନ୍ଧିତ ସମସ୍ତ ସୂଚନା ମିଳି ପାରିବ। ଏଥିସହିତ ପୁରୁଣା ରିଜରଭେସନ୍‌ ସମ୍ପର୍କରେ ସୂଚନା ମଧ୍ୟ ଦେବ।  ଫଳରେ ଟିକେଟ ବୁକିଂ କରିବା ସମୟରେ ବାରମ୍ବାର ଆପଣଙ୍କୁ ସମ୍ପୂର୍ଣ୍ଣ ତାଲିକା ଦେବାକୁ ପଡ଼ିବ ନାହିଁ।
 ⇐ଏହି ନୂତନ ଆପ୍‌ରେ ୪୦ରୁ ଅଧିକ ବ୍ୟାଙ୍କର ନେଟ୍‌ ବ୍ୟାଙ୍କିଂ, ଡେବିଟ ଓ କ୍ରେଡିଟ କାର୍ଡ, ପେଟିଏମ, ପେୟୁ ଓ ମୋବିକଭିକ୍‌  ଆଦି ଜରିଆରେ ଟିକେଟ ବୁକିଂ କରିହେବ।
 ⇐ଏହି ଆପ୍‌ ପୂର୍ବ ଅପେକ୍ଷା  ଅଧିକ ସୁରକ୍ଷିତ ଓ ପିନ୍‌ ଅଧାରିତ ଲଗ୍‌ଇନ୍‌ ପ୍ରଣାଳୀ ଉପଲବ୍ଧ ରହିଛି। ଯାହାଫଳରେ ବ୍ୟବହାରକାରୀଙ୍କୁ ବାରମ୍ବାର ପାସ୍‌ଓ୍ଵାର୍ଡ ଦେବା ଦରକାର ପଡ଼ିବ ନାହିଁ।
 ⇐ଏହି ନୂତନ ଆପ୍‌ ଆଇଆର୍‌ସିଟିସିର ଇ-ଓ୍ଵାଲେଟ ଜରିଆରେ କାମ କରିବ,  ଯାହାଫଳରେ ଶୀଘ୍ର ଓ ସୁବିଧାରେ ଟିକେଟ କାଟିହେବ।

LEAVE A REPLY

Please enter your comment!
Please enter your name here