ଭୁବନେଶ୍ବରରେ ତିନି ଦିନିଆ ଆଇପିଏସ୍ ସମ୍ମିଳନୀ

0
1

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ତିନି ଦିନିଆ ଆଇପିଏସ୍ ସମ୍ମିଳନୀ । ଭୁବନେଶ୍ବର ପୋଲିସ ଭବନରେ ଆୟୋଜିତ ସମ୍ମିଳନୀକୁ ପୋଲିସ୍ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଛନ୍ତି । ଟେକ୍ନୋଲଜି ସହ ସମତାଳରେ ବଢ଼ି ଚାଲିଛି କ୍ରାଇମ୍ । ପୁଣି ଆଇନ ଶୃଙ୍ଖଳା ଭିନ୍ନ ଏକ ଚ୍ୟାଲେଞ୍ଜ । ଏସବୁକୁ ଯେମିତି ଚେକ୍ କରିହେବ, ସେନେଇ ଆଇପିଏସ୍ ସମ୍ମିଳନୀରେ ହେବ ଆଲୋଚନା ।

ରାଜଧାନୀରେ ଠୁଳ ହୋଇଛନ୍ତି ରାଜ୍ୟର ସମସ୍ତ ଆଇପିଏସ୍ । ଭୁବନେଶ୍ବର ପୋଲିସ୍ ଭବନରେ ଆୟୋଜିତ ୩ ଦିନିଆ ଆଇପିଏସ୍ ସମ୍ମିଳନୀକୁ ଡିଜିପି ଡାକ୍ତର ଆର୍. ପି. ଶର୍ମା ଉଦଘାଟନ କରିଛନ୍ତି । ବୈଷୟିକ ଜ୍ଞାନକୌଶଳ ଯେମିତି ଆଗେଇ ଚାଲିଛି, ସେହି ଅନୁପାତରେ ବଢ଼ି ଚାଲିଛି କ୍ରାଇମ୍ । ପୁଣି ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସାଙ୍ଗକୁ ଭିଭିଆଇପି ସୁରକ୍ଷା, ପୋଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏଭଳି ସ୍ଥିତିରେ ଯେତେ ଚେଷ୍ଟା କଲେ ବି ପୋଲିସ୍ ପବ୍ଲିକଙ୍କ ଆସ୍ଥାଭାଜନ ହୋଇାପାରୁନି । ତେଣୁ ପୋଲିସିଂ ବ୍ୟବସ୍ଥାରେ ସୁଧାର ଆଣି ଲୋକଙ୍କ ନିକଟତର ହେବ ପୋଲିସ୍ । ସୋସିଆଲ୍ ମିଡିଆ ବ୍ୟବହାର କରି ପୋଲିସ୍, ସୋସିଆଲ୍ ମିଡିଆ ମାଧ୍ୟମରେ ହେଉଥିବା ଅପରାଧ ରୋକିବାକୁ ଚେଷ୍ଟା କରିବ । ଏହା ସହ ଥାନାଗୁଡ଼ିକ ଭିତ୍ତିଭୂମିରେ ଉନ୍ନତି ଅଣାଯିବ । ପ୍ରତି ଜିଲ୍ଲାରେ ଗୋଟେ ଲେଖାଏଁ ମଡେଲ ପୋଲିସ ଷ୍ଟେସନ ଗଠନ ହେବ । ଖୁବ ଶୀଘ୍ର ବ୍ରହ୍ନପୁର , ସମ୍ବଲପୁର ଓ ରାଉରକେଲାରେ ଆରମ୍ଭ ହେବ କମିସନରେଟ ପୋଲିସ ବ୍ୟବସ୍ଥା ।

ଥାନାରେ ଆବଶ୍ୟକ ସଂଖ୍ୟକ ଏସଆଇ, ଏଏସଆଇ ଏବଂ ଡିଏସପି ପଦ ଖାଲି ପଡ଼ିଛି । ଯାହା ତଦନ୍ତରେ ବାଧା ସୃଷ୍ଟି କରୁଥିବା ବେଳେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଛି । ସେପଟେ ରାଜ୍ୟରେ ଥିବା ସାଇବର ଥାନା ଗୁଡିକରେ ମଧ୍ୟ କର୍ମଚାରୀ ଅଭାବ, ଅନ୍ୟ ଏକ ଚ୍ୟାଲେଞ୍ଜ । ଏସବୁ ସମସ୍ୟାର ସମାଧାନ ପାଇଁ ଆଇପିଏସ ସମ୍ମିଳନୀରେ ଆଲୋଚନା ହେବ ।

ସମ୍ମିଳନୀର ପ୍ରଥମ ଦିନରେ ନକ୍ସଲ୍ ସମସ୍ୟାର ମୁକାବିଲା ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି ।

 

LEAVE A REPLY

Please enter your comment!
Please enter your name here