You are here
Home > ଲାଟେଷ୍ଟ > କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭାଇଙ୍କୁ ଆସ୍ୱସ୍ଥି: କୋର୍ଟ ଦେଲେ ଅନ୍ତରୀଣ ସୁରକ୍ଷା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭାଇଙ୍କୁ ଆସ୍ୱସ୍ଥି: କୋର୍ଟ ଦେଲେ ଅନ୍ତରୀଣ ସୁରକ୍ଷା

କଟକ: ଅନୁଗୁଳ ଜିଲ୍ଲାର ପ୍ରଧାନ ଗ୍ୟାସ ଏଜେନ୍ସି ଉପରେ ଭିଜିଲାନ୍ସ ଚଢ଼ଉ କରିଥିବା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ରଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି । ସୌମେନ୍ଦ୍ର ହାଇକୋର୍ଟରେ ଆଗୁଆ ଜାମିନ ଆବଦେନ କରିଥିଲେ । ଏହାର  ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି  ।  ଅନ୍ୟାଦେଶ ପର୍ଯ୍ୟନ୍ତ ତାଙ୍କୁ ଗିରଫ ନ କରିବାକୁ କୋର୍ଟ ରାୟ ଦେଇଛନ୍ତି  । ସେହିପରି କେସ୍ ଡାଏରୀ ଦାଖଲ କରିବାକୁ କୋର୍ଟ  ଭିଜିଲାନ୍ସକୁ ନିର୍ଦେଶ ଦେଇଛନ୍ତି  । ୨ ସପ୍ତାହ ପରେ ମାମଲାର  ପରବର୍ତ୍ତୀ ଶୁଣାଣି ହେବ  । ସେହିପରି ତଦନ୍ତରେ ସହଯୋଗ କରିବାକୁ ସୌମେନ୍ଦ୍ରଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି  ।   ସୂଚନାଯୋଗ୍ୟ, ଧର୍ମେନ୍ଦ୍ରଙ୍କ ଭାଇ ସୌମେନ୍ଦ୍ରଙ୍କ ସହିତ ତାଙ୍କ ଗ୍ୟାସ୍ ଏଜେନ୍ସୀ ‘ପ୍ରଧାନ ଗ୍ୟାସ୍ ସର୍ଭିସେସ୍‌ (ଏଚ୍‌ପି)’ର ଦୁଇ ଜଣ କର୍ମଚାରୀଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହା ବ୍ୟତୀତ ସାଉଥ୍‌ ବଲଣ୍ଡାର ଦେବରାଜ ପଣ୍ଡା ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ସେ ବେଆଇନ୍ ଭାବେ ‘ପ୍ରଧାନ ଗ୍ୟାସ୍ ସର୍ଭିସେସ୍‌’ରୁ ଗ୍ୟାସ୍ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ସୌମେନ୍ଦ୍ରଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଧାରା ୭ ଓ ୮ ରେ ମାମଲା ରୁଜୁ କରାଯାଇଛି। ଇଣ୍ଡିଆନ୍ ଏକ୍ସପ୍ଲୋସିଭ୍ ଆକ୍ଟ ୯ (ବି) ଓ ୧୨ରେ ବି ମାମଲା ରୁଜୁ କରାଯାଇଛି। ଏହା ସହିତ ଆଇପିସିର ଧାରା ୨୮୫, ୪୨୦ ଓ ୧୨୦ (ବି)ରେ ମଧ୍ୟ ମାମଲା ରୁଜୁ କରାଯାଇଛି।

Loading...
ONA

Leave a Reply

Top