ଅଷ୍ଟ୍ରେଲିଆକୁ ପଛରେ ପକାଇ ଜିତିଲା ଭାରତ

https://www.facebook.com/nnsodia/videos/267154983995629/?t=5

ଆଡେଲେଡ: ଚାରିଦିନ ଧରି ଚାଲିରହିଥିବା କ୍ରିକେଟ ମ୍ୟାଚର ଶେଷରେ ଘଟିଲା ଅନ୍ତ । ଏହି ରୋମାଞ୍ଚକର ମ୍ୟାଚ୍‌ରେ ଶେଷରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ବିଜୟୀ ହୋଇଥିବାର ସୂଚନା ମିଳିଛି । ଭାରତ ଏହି ମ୍ୟାଚ୍‌କୁ ୩୧ ରନ୍‌ରେ ଜିତିଛି । ଏହା ସହିତ ଦଳ ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ଗତକାଲି ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦଳ ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା । ଦଳ ପାଖରେ ଆଉ ୬ଟି ୱିକେଟ୍ ଥିବା ବେଳେ ଆଜି ପୂରା ଦିନଟି ଥିଲା । ତେବେ ଦଳ ୨୯୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସ୍‌ରେ ୧୨୩ ରନ୍ ଓ ଦ୍ୱିତୀୟ ଇନିଂସ୍‌ରେ ୭୧ ରନ୍ କରିଥିବା ପୂଜାରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି । ଶେଷ ଆଡ଼କୁ ପ୍ୟାଟ୍‌ କମିନ୍‌ସ, ମିଚେଲ ଷ୍ଟାର୍କ ଓ ନାଥନ ଲିୟନ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିଥିଲେ। ତେବେ ବିଫଳ ହୋଇଥିଲେ। କମିନ୍‌ସ ୨୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଷ୍ଟାର୍କ ବି ୨୮ ରନ୍ କରିଥିଲେ। ନାଥନ ଲିୟନ ୩୮ ରନ୍ କରି ଅପରାଜିତ ରହିଥିଲେ । ହାଜେଲ୍ ଉଡ୍ ୧୩ ରନ୍ କରିଥିଲେ।ଦ୍ୱିତୀୟ ଇନିଂସ୍‌ରେ ଯଶପ୍ରୀତ୍ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନ୍ ଓ ମହମ୍ମଦ ଶାମି ୩ଟି ଲେଖାଏ ୱିକେଟ୍ ପାଇଥିବା ବେଳେ ଇଶାନ୍ତ ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ । ୧୫ ବର୍ଷ ପରେ ଆଡେଲେଡରେ ଭାରତ ଟେଷ୍ଟ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପୁଣି ଥରେ ହରାଇବାରେ ସଫଳ ହୋଇଛି । ଏହା ପୂର୍ବରୁ ୨୦୦୩ରେ ଭାରତୀୟ ଦଳ ଷ୍ଟିଭ୍‌ ୱାଗ୍‌ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳକୁ ୪ ୱିକେଟ୍‌ରେ ହରାଇଥିଲା । ସେହିଭଳି ଶେଷ ଥର ପାଇଁ ଭାରତ ୨୦୦୮ରେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଜିତିଥିଲା ବୋଲି ସୂଚନା ମିଳିଛି ।

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here