ଇଣ୍ଡିଆନ୍ ଅଏଲ୍ ସମସ୍ୟାମୁକ୍ତ ବା ବିନା ଦ୍ୱିଧାରେ ଏଲ୍ପିଜି ସଂଯୋଗ ନିମନ୍ତେ ଆଶ୍ୱାସନା ଦେଉଛି: ନିର୍ଦ୍ଦେଶକ, ଇଣ୍ଡିଆନ୍ ଅଏଲ

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ:  ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ)ଅନ୍ତର୍ଗତ ହିତାଧିକାରୀଙ୍କ ସୂଚୀକୁ ବିସ୍ତାର କରିବା ନିମନ୍ତେ କ୍ୟାବିନେଟ କମିଟି ଅନ୍ଇ କୋନୋମିକ ଆଫେୟାର୍ସ (ସିସିଇଏ)ଙ୍କ ମଞ୍ଜୁରୀ ପରେ, ଇଣ୍ଡିଆନ୍ ଅଏଲ୍ ଭାରତର ପ୍ରମୁଖ ଅଧିକାରୀମାନଙ୍କ ସହ ଏକ ବୈଠକ ଆୟୋଜନ କରି ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ସମସ୍ୟାମୁକ୍ତ ବା ବିନା ଦ୍ୱିଧାରେ ଏଲ୍ପିଜି ସଂଯୋଗ ନିମନ୍ତେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଦେଶର ସମସ୍ତ ରୋଷେଇ ଘରେ ଏକ ଧୂମ୍ରମୁକ୍ତ ସୁସ୍ଥ ପରିବେଶ ଏବଂ ସହଜ ଏଲ୍ପିଜି ସଂଯୋଗ ଯୋଗାଇ ଦେବା ଉଚିତ ବୋଲି ଏହି ବୈଠକରେ ସମସ୍ତ ରାଜ୍ୟର ବରିଷ୍ଠ ଇଣ୍ଡିଆନ୍ ଅଏଲ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଇଣ୍ଡିଆନ୍ ଅଏଲ୍ର ନିର୍ଦ୍ଦେଶକ (ମାର୍କେଟିଂ)ଶ୍ରୀ ଗୁର୍ମିତ୍ ସିଂ କହିଥିଲେ । ଆମର ଏହି ନିରନ୍ତର ପ୍ରୟାସ ସହିତ ୧.୪.୨୦୧୬ ମସିହାରୁ ଏଲ୍ପିଜି ସଂଯୋଗରେ ବୃଦ୍ଧି ଘଟି ୧.୧୨.୨୦୧୮ ପର୍ଯ୍ୟନ୍ତ ୬୧.୯ ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ଆମକୁ ଏଲ୍ପିଜି ସଂଯୋଗକୁ ସାର୍ବଜନୀନ କରିବାର ଲକ୍ଷ୍ୟ ସହ ଏହାକୁ ଏକ ସ୍ୱଚ୍ଛ ଜାଳେଣୀ ରୂପେ କିପରି ବ୍ୟବାହାର କରାଯାଇପାରିବ ସେଥିପାଇଁ ନିରନ୍ତର ଭାବେ ପ୍ରୟାସ ଜାରି ରଖିବାକୁ ପଡିବ ଯାହାକି ପିଏମ୍ୟୁୱାଇର ମୁଖ୍ୟ ଉଦ୍ଦେଶ୍ୟ । ପିଏମ୍ୟୁୱାଇ ହିତାଧିକାରୀମାନଙ୍କୁ ୫ କେଜି ବିଶିଷ୍ଟ ସିଲିଣ୍ଡର ଯୋଗାଇ ଦେବା ନିମନ୍ତେ ମଧ୍ୟ ଶ୍ରୀ ସିଂ ଗୁରୁତ୍ୱାରୋପ କରିଥିଲେ । ଏଲ୍ପିଜି ବ୍ୟବହାର କ୍ଷେତ୍ରରେ ସଚେତନତା ବୃଦ୍ଧି କରିବା ନିମନ୍ତେ ଏଲ୍ପିଜି କ୍ଷେତ୍ରକୁ ବୃଦ୍ଧି କରିବା ସହ ପିଏମ୍ୟୁୱାଇ ଦ୍ୱାରା ଏକବର୍ଷ ମଧ୍ୟରେ ୬ ଟି ସିଲିଣ୍ଡର କିଣିବା ନିମନ୍ତେ ହିତାଧିକାରୀମାନଙ୍କୁ ସୁଧମୁକ୍ତ ଋଣ (ଷ୍ଟୋଭ କିଣିବା ଏବଂ ରିଫିଲ ନିମନ୍ତେ)ଯୋଗାଇ ଦିଆଯିବା ସଂପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ବିଷୟରେ କହିଥିଲେ । ଯାହା କି ୧.୦୪.୨୦୧୮ ଠାରୁ ଉପଲବ୍ଧ ହୋଇଛି | ସେ ଆହୁରି ମଧ୍ୟ ଗୁରୁତ୍ୱ ଦେଇ କହିଥିଲେ ଯେ, ଏଲ୍ପିଜି, ଅନ୍ୟ ଇନ୍ଧନ ଯେପରିକି – ଗୋବର, କାଠ ଏବଂ କୋଇଲା ତୁଳନାରେ ଅଧିକ ସୁଲଭ ଏବଂ ଏହାଦ୍ୱାରା ହିତାଧିକାରୀମାନେ ଅଧିକ ତୁଳନାରେ ସାମାଜିକ-ଆର୍ଥିକ ସୁବିଧା ପାଇପାରିବେ ସେ ଦିଗରେ ଦୃଷ୍ଟି ଦିଆଯିବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଥିଲେ ଯେ, ଇଣ୍ଡିଆନ ଅଏଲ୍ ଦେଶର ସମସ୍ତ କୋଣ ଅନୁକୋଣରେ ସହଜରେ ଏଲ୍ପିଜି ଉପଲବ୍ଧ କରାଇବା କ୍ଷେତ୍ରରେ ସୁନିଶ୍ଚିତତା କରିବା ଆଧାରରେ ଆବଶ୍ୟକ ସଂରଚନା ନିର୍ମାଣ କରିବା କ୍ଷେତ୍ରରେ କୌଣସି ଏକ ସୁଯୋଗ ହାତଛଡ଼ା କରିବ ନାହିଁ । ଏହି ଯୋଜନାରେ ୫.୮୬ କୋଟିରୁ ଅଧିକ ପରିବାର ଲାଭାନ୍ୱିତ ହୋଇପାରିଛନ୍ତି, ଯେଉଁଥିରେ ଇଣ୍ଡିଆନ ଅଏଲ୍ ପିଏମ୍ୟୁୱାଇ ଅନ୍ତର୍ଗତ ୨.୭୫ କୋଟି ଏଲ୍ପିଜି ସଂଯୋଗ କରିପାରିଛି । ସଂଶୋଧିତ ଯୋଜନାରେ ବର୍ତ୍ତମାନ ସମସ୍ତ ଗରିବ ପରିବାର ପର୍ଯ୍ୟନ୍ତ ପହଞ୍ଚିବ ଯେଉଁମାନଙ୍କୁ ପ୍ରଥମେ ସାମାଜିକ-ଅର୍ଥନୈତିକ ଜାତି ଗଣନା ଅନୁସାରେ ଅଥବା ୭ଟି ସୂଚୀତ ବର୍ଗ ଯଥା- ଏସ୍ସି/ଏସ୍ଟି
ପରିବାର, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ପିଏମ୍ଏୱାଇ) (ଗ୍ରାମୀଣ), ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏୱାଇ), ଜଙ୍ଗଲବାସୀ, ଅତିପଛୁଆବର୍ଗ, ଚା’ ବଗିଚାସ୍ଥିତ ଜନଜାତି, ଦ୍ୱୀପାଞ୍ଚଳ ତଥା ନଦୀ ପାଶ୍ୱର୍ବର୍ତ୍ତୀ ଦ୍ୱୀପାଞ୍ଚଳବାସୀ ଆଦିରେ ତାଲିକାଭୂକ୍ତ କରାଯାଇନଥିଲା |  ଏଲ୍ପିଜି ସଂଯୋଗ ନିମନ୍ତେ ଆବଶ୍ୟକତା ଥିବା ସମସ୍ତ କାଗଜପତ୍ରର ସଠିକ ଯାଂଚ ପରେ ସଂଯୋଗ ପାଇବାକୁଥିବା ହିତାଧିକାରୀଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବା ନିମନ୍ତେ ଇଣ୍ଡିଆନ୍ ଅଏଲ୍ ଏକ ଅନାବୃତ ଏବଂ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ କରିବ ବୋଲି ଶ୍ରୀ ସିଂ ତାଙ୍କ ବକ୍ତବ୍ୟରେ କହିଥିଲେ । ହିତାଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବାକୁ କ୍ଷେତ୍ର ବଳଙ୍କୁ (ଆଞ୍ଚଳିକ ସ୍ତରୀୟ ଅଧିକାରୀ) ସେ ମତାମତ ଦେଇଥିଲେ ଯାହା ଫଳରେ କୌଣସି ପ୍ରକାର ଅନୈତିକ ଧାରାରେ ସମ୍ଭାବ୍ୟ ବେଆଇନ କାର୍ଯ୍ୟକଳାପକୁ ଏଡାଇ ଦିଆଯାଇପାରିବ । ସର୍ବସମ୍ମତି ନିମନ୍ତେ ଏହା ଜଣାଇ ଦିଆଯାଉଛି ଯେ, ପିଏମ୍ୟୁୱାଇ ୨୦୧୬ ମସିହା ମେ’ ୧ ତାରିଖରେ ଆରମ୍ଭ କରାଯାଇଥିଲା ଯାହା ମାଧ୍ୟମରେ ସରକାରଙ୍କ ଦ୍ୱାରା ପ୍ରତି ଏଲ୍ପିଜି ସଂଯୋଗ ପିଛା ୧୬୦୦ ଟଙ୍କାରେ ଜମାମୁକ୍ତ ଏଲ୍ପିଜି ସଂଯୋଗ, ଷ୍ଟୋଭ କିଣିବା ନିମନ୍ତେ ସୁଧମୁକ୍ତ ଋଣ ଏବଂ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ରିଫିଲ୍ ବ୍ୟବସ୍ଥା ପ୍ରଦାନ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ପିଏମ୍ଏୱାଇକୁ ସରକାରଙ୍କ ଏକ ନିର୍ଣ୍ଣାୟକ ହସ୍ତକ୍ଷେପ (ଡିସିସିଭ୍ ଇଣ୍ଟରଭେନ୍ସନ) ଭାବେ ଦର୍ଶାଯାଇଛି, ଯାହା ଫଳରେ ଘରୋଇ ଉର୍ଜା ଉପଯୋଗକୁ ସ୍ୱଚ୍ଛ, ସହଜ କରିବା ସହ ଏହା ମାଧ୍ୟମରେ ବିଭିନ୍ନ ସୁବିଧା ଉପଲବ୍ଧ କରାଯାଉଛି ।

7 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here