ନ୍ୟୁଜଲ୍ୟାଣ୍ଡକୁ ହରାଇ ଜିତିଲା ମହିଳା କ୍ରିକେଟ ଦଳ, ସେପଟେ ଇତିହାସ ରଚିଲେ ମିତାଲି

ହ୍ୟାମିଲଟନ୍‌: କମାଲ କରୁଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ | ନ୍ୟୁଜଲ୍ୟାଣ୍ଡକୁ ହରାଇ ଭାରତୀୟ ଦଳ ଜିତିବା ପରେ ପ୍ରଶଂସାର ସୁଅ ଛୁଟୁଛି | ଉଲ୍ଲେଖନୀୟ, ନ୍ୟୁଜିଲ୍ୟାଣ୍ଡ ପୁରୁଷଙ୍କ ଭଳି ମହିଳା ଟିମ୍‌ ମଧ୍ୟ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ହାରିବା ପରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି । ନ୍ୟୁଜିଲ୍ୟାଣ୍ଡ ପୁରୁଷ ଟିମ୍‌ ହ୍ୟାମିଲଟନ୍‌ରେ ଭାରତୀୟ ପୁରୁଷ ଦଳକୁ ୪ର୍ଥ ଦିନିକିଆରେ ୮ ୱିକେଟ୍‌ରେ ପରାସ୍ତ କରିଥିଲା । ଆଜି ସେଇ ହ୍ୟାମିଲଟନ୍‌ରେ ଭାରତୀୟ ମହିଳା ଦଳକୁ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ସମାନ ୮ ୱିକେଟରେ ହରାଇଛି । ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ମ୍ୟାଚ୍‌ ଜିତିଥିଲେ ହେଁ ମିତାଲି ରାଜଙ୍କ ଟିମ୍‌ ଇଣ୍ଡିଆ ୨-୧ରେ ସିରିଜ୍‌ ଜିତି ନେଇଛି । ଅପରପକ୍ଷେରେ ମିତାଲି ରାଜ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି । ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆ ଅନ୍ତର୍ଜାତୀୟରେ ୨୦୦ଟି ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ୩୬ ବର୍ଷୀୟ ମିତାଲି ମହିଳା ଦିନିକିଆରେ ବିଶ୍ୱରେ ସର୍ବାଧିକ ସ୍କୋର କରିବାର ରେକର୍ଡ ମଧ୍ୟ ନିଜ ନାଁରେ ରଖିଛନ୍ତି । ସେ ୫୧.୩୩ ହାରରେ ୭ଟି ଶତକ ସହ ୬୬୨୨ ରନ୍‌ କରିଛନ୍ତି । ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମିତାଲି ନିଜର ୨୦୦ତମ ମ୍ୟାଚ୍‌ ଖେଳିଥିଲେ | ମିତାଲି ଭାରତ ପାଇଁ ୧୯୯୯ରେ ଡେବ୍ୟୁ କରିଥିଲେ । ସେବେଠାରୁ ଭାରତ ୨୬୩ଟି ଦିନିକିଆ ଖେଳିଥିବା ବେଳେ ମିତାଲି ୨୦୦ଟି ମ୍ୟାଚ୍‌ ଖେଳିଛନ୍ତି ।

୫-୦ରେ ସିରିଜ୍ ଜିତିବା ଲକ୍ଷ୍ୟ ମାରିଲା ଫେଲ,ଜିତିଲା ନ୍ୟୁଜିଲ୍ୟାଣ୍ଡ