ଭାରତୀୟ ସେନାର ଗୁଳିମାଡରେ ପାକ ବଙ୍କର ଧ୍ବଂସ : ପାକ୍‌ ରେଞ୍ଜର୍ସ ଛାନିଆ

1

ଜାମ୍ମୁ : ଭାରତୀୟ ସେନାର ଗୁଳିମାଡରେ ପାକ ବଙ୍କର ଧ୍ବଂସ । ଅନ୍ତର୍ଜାତୀୟ ସୀମାରେ ବିଏସ୍‌ଏଫ୍‌ କରିଛି ଜବାବି ହମଲା । ଏଥିରେ ପାକିସ୍ତାନ ବଙ୍କର ସହ ପାକ କ୍ୟାମ୍ପର ଅନେକ କ୍ଷୟକ୍ଷତି ହୋଇଛି । ଏଥିରେ ଡରି ଯାଇ ତୁରନ୍ତ ଅସ୍ତ୍ର ବିରତି ଉଲଂଘନ ପାଇଁ ବିଏସ୍ଏଫ୍‌କୁ ଅନୁରୋଧ କରିଛି ପାକ ରେଞ୍ଜର୍ସ । ପାକ୍‌ ରେଞ୍ଜର୍ସ ଛାନିଆ । ସୀମାରେ ବିଏସ୍‌ଏଫ୍‌ର ପ୍ରତି ଆକ୍ରମଣ । ଜବରଦସ୍ତ ଗୁଳିମାଡରେ ପାକ୍‌ ବଙ୍କର ଧ୍ବଂସ । ବିଏସ୍‌ଏଫ୍‌ ରିଲିଜ କରିଥିବା ୧୯ସେକେଣ୍ଡ ଥର୍ମାଲ ଇମେଜରି ଭିଜୁଆଲ ବଖାଣୁଛି କିଭଳି ଥିଲା ଶକ୍ତିଶାଳୀ ହମଲା ।  ଅନ୍ତର୍ଜାତୀୟ ସୀମାରେ ଭାରତୀୟ ସେନାର ଜୋରଦାର ଗୁଳିଗୋଳାବର୍ଷା । ଗୋଟିକ ପରେ ଗୋଟିଏ ବଙ୍କର ଉଡି ଯାଇଛି । ଗୁଳିମାଡରେ ଜଣେ ପାକ ରେଞ୍ଜର୍ସଙ୍କ ମୃତ୍ୟୁ ବି ହୋଇଛି ।

ଭାରତୀୟ ସେନାର ହମଲାରେ ଡରି ଯାଇଛି ପାକିସ୍ତାନ । ଅଡୁଆ ସ୍ଥିତିରେ ପଡି, ଅସ୍ତ୍ର ବିରତି ପାଇଁ ଜାମ୍ମୁ ବିଏସ୍‌ଏଫ୍‌କୁ ନିଜ ଆଡୁ ବିକଳ ହୋଇ ଅନୁରୋଧ କରିଛି ପାକ ରେଞ୍ଜର୍ସ । ଗତ କିଛି ଦିନ ଧରି ଅନ୍ତର୍ଜାତୀୟ ସୀମା ଏବଂ ଏଲଓସିରେ ପାକିସ୍ତାନ ଲଗାତର ଅସ୍ତ୍ର ବିରତି ଉଲଂଘନ କରି ଚାଲିଛି । ଏଥିରେ ଭାରତୀୟ ଜବାନଙ୍କ ସମେତ ବହୁ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆଗରୁ ପାକିସ୍ତାନ ପଟୁ ଗୁଳିମାଡରେ  କିଛି ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଏସବୁ ସ୍ଥିତି ପରେ ଭାରତୀୟ ସେନା ଦେଇଛି କଡା ଜବାବ ।

ଭାରତୀୟ ସେନାକୁ ଲଗାତର ଉସୁକାଇ ଚାଲିଛି ପାକିସ୍ତାନ । ଏହାର  ଜବାବ ଦେବାକୁ ଯାଇ ଗତ ୩ଦିନ ଧରି ବିଏସ୍‌ଏଫ୍‌ ନିଶାନା କରିଥିଲା ପାକ ପୋଷ୍ଟକୁ । ଆଖିବୁଜା ଗୁଳିଗୋଳା ମାଡ କରିଥିଲା । ହମଲାରେ ପାକପୋଷ୍ଟ ଧ୍ବଂସ ହୋଇଯାଇଥିବା ଭିଜୁଆଲରେ ଦେଖିବାକୁ ମିଳୁଛି । ଏହି ହମଲା ପରେ ପାକିସ୍ତାନ ରେଞ୍ଜର୍ସ ପୋଷ୍ଟରୁ ଛତ୍ରଭଙ୍ଗ ଦେଇଛନ୍ତି । ଆହୁରି ଅଧିକ କ୍ଷୟକ୍ଷତି ଆକଳନ ହେବା ଆଶଙ୍କା କରିସାରିଛି ପାକ ସେନା । ସେଥିପାଇଁ ତୁରନ୍ତ ହମଲା ବନ୍ଦ କରିବାକୁ ଅନୁରୋଧ କରିଛି ।

LEAVE A REPLY

Please enter your comment!
Please enter your name here