୧୩୭ ରନ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ,୫୩୨ତମ ଟେଷ୍ଟ୍ ମ୍ୟାଚ୍‌ରେ ୧୫୦ତମ ବିଜୟ

https://www.facebook.com/nnsodia/videos/267154983995629/?t=5

ମେଲବର୍ଣ୍ଣ: ଶେଷରେ ଜିତିଲା ଭାରତ | ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ହରାଇ ଭାରତ ମେଲବର୍ଣ୍ଣ ଟେଷ୍ଟ୍‌ ଜିତିଯାଇଛି । ଏହି ବିଜୟ ସହିତ ଭାରତ ଟେଷ୍ଟ ମ୍ୟାଚ୍ ଇତିହାସରେ ପଞ୍ଚମ ଦେଶ ଭାବେ ଏହି ଫର୍ମାଟ୍‌ରେ ୧୫୦ତମ ବିଜୟ ହାସଲ କରିଛି । ଏହା ସହିତ ଦଳ ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ରହିଥିବା କ୍ଲବ୍‌ରେ ସାମିଲ ହୋଇପାରିଛି । ଭାରତ ପୂର୍ବରୁ ଏହି ସବୁ ଦେଶ ଏହି ମାଇଲଖୁଣ୍ଟ ପାର କରି ସାରିଛନ୍ତି | ଭାରତ ତା’ର ୫୩୨ତମ ଟେଷ୍ଟ୍ ମ୍ୟାଚ୍‌ରେ ଏହି ସଫଳତା ପାଇଛି | ମେଲବର୍ଣ୍ଣରେ ଭାରତ ଆଜିକୁ ମିଶାଇ ମୋଟ ୩ଟି ଟେଷ୍ଟ୍ ମ୍ୟାଚ୍ ଜିତିଛି । ଏହା ପୂର୍ବରୁ ୩୭ ବର୍ଷ ତଳେ ଦଳକୁ ଏଠାରେ ବିଜୟ ମିଳିଥିଲା । ସେହିପରି ମେଲବର୍ଣ୍ଣ ବିଜୟକୁ ମିଶାଇ ଅଷ୍ଟ୍ରେଲିଆରେ ଭାରତ ମୋଟ ୭ ଥର ଟେଷ୍ଟ୍ ମ୍ୟାଚ୍ ଜିତିଛି । ଚଳିତ ସିରିଜ୍‌ରେ ଭାରତ ଦୁଇଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା ବେଳେ ୧୯୭୭-୭୮ରେ ବିଶନ ସିଂହ ବେଦୀଙ୍କ ନେତୃତ୍ୱରେ ବି ଦଳ ଗୋଟିଏ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିଥିଲା |

ଉଭୟ ଦଳର ସମାନ ଅବସ୍ଥା, ୫ ୱିକେଟ ହରାଇଲା ଭାରତୀୟ ଦଳ

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here