ପର୍ଥ ଟେଷ୍ଟ: ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨୭୭/୬

https://www.facebook.com/nnsodia/videos/267154983995629/?t=5

ପର୍ଥ: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଶୁକ୍ରବାର ୬ଟି ଓ୍ଵିକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଛି । ଦ୍ୱିତୀୟ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଆରମ୍ଭରୁ ସତର୍କତାର ସହିତ ଖେଳିଥିବାର ଦେଖିବାକୁ ମିଳିଛି । ଭାରତ ପକ୍ଷରୁ ଈଶାନ୍ତ ଶର୍ମା ଓ ହନୁମା ବିହାରୀଙ୍କୁ ୨-୨ ଓ୍ଵିକେଟ ମିଳିଥିବା ବେଳେ ଯଶପ୍ରୀତ ବୁମରା ଏବଂ ଉମେଶ ଯାଦବଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଛି । ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ଅଧିନାୟକ ଟିମ ପେନ ୧୬ ଏବଂ ପେଟ କମିନସ ୧୧ ଅପରାଜିତ ରହି କ୍ରିଜ୍‌ରୁ ବିଦାୟ ନେଇଛନ୍ତି । ଦିନର ଶେଷ ଓ୍ଵିକେଟ ଭାବରେ ଟ୍ରାଭିସ ହେଡ (୫୮ ରନ, ୮୦ ବଲ ଓ ୬ ଚୌକା) ଥିଲେ । ଈଶାନ୍ତ ଶର୍ମାଙ୍କ ବଲ ମହମ୍ମଦ ସାମିଙ୍କୁ କ୍ୟାଚ ଦେଇ ହେଡ୍‌ ପାଭଲିଅନ୍‌ ଫେରିଥିଲେ । ଚଳିତ ଶୃଙ୍ଖଳାରେ ହେଡଙ୍କ ଏହା ଦ୍ୱିତୀୟ ଅର୍ଦ୍ଧଶତକ ଥିବା ବେଳେ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ। ଏହା ପୂର୍ବରୁ ହନୁମା ବିହାରୀଙ୍କ ବଲରେ ସନ୍‌ ମାର୍ଶ (୪୫) ପାଭଲିଅନ ଫେରିଥିଲେ।

ଅଷ୍ଟ୍ରେଲିଆକୁ ପଛରେ ପକାଇ ଜିତିଲା ଭାରତ

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here