ହାରିଲା ଭାରତ

https://www.facebook.com/nnsodia/videos/267154983995629/?t=5

ସିଡନୀ: ସିଡନୀରେ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହୋଇଥିବା ବେଳେ ଭାରତ କ୍ରିକେଟ ଟିମ ଆଜି ପରାଜୟ ହୋଇଛି । ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୩୪ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦ୍ୱାରା ରଖାଯାଇଥିବା ୨୮୯ ରନ ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତୀୟ ଦଳ ୩୦ ଓଭରରେ ୯ ଓ୍ୱିକେଟ ହରାଇ ୨୫୪ ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ଓପନର ରୋହିତ ଶର୍ମାଙ୍କ ସହିତ ମହେନ୍ଦ୍ର ସିଂହ ଧୋନୀ କ୍ରିଜରେ ରହି ଭାରତର ସ୍ଥିତି ସମ୍ଭାଳିଥିଲେ । ରୋହିତ ଶର୍ମା ୧୨୯ଟି ବଲର ମୁକାବିଲା କରି ୬ଟି ଛକା ଓ ୧୦ ଟି ଚୌକା ସହିତ ଶତକ ହାସଲ କରିଛନ୍ତି । ରୋହିତଙ୍କୁ ଭରପୂର ସହଯୋଗ ଦେଇଥିଲେ ଧୋନୀ | ଧୋନୀ ମଧ୍ୟ ଗୋଟିଏ ଛକା ଓ ୩ଟି ଚୌକା ସହିତ ୫୧ ରନ୍ କରି ବେହେରେନଡଫଙ୍କ ଦ୍ୱାରା ଆଉଟ ହୋଇଥିଲେ । ଶେଷବେଳକୁ ଭୁବନେଶ୍ବର କୁମାର ୨୩ ବଲ ଖେଳି ୨୯ ରନ ସଂଗ୍ରହ କରିଥିଲେ । ତେବେ ଏତେ ଭଲ ରନ କରିମଧ୍ୟ ଭାରତକୁ ଜିତେଇ ପାରିଲେନି ଭାରତୀୟ ଦଳ |

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ ଜାରି, ବିରାଟବାହିନୀ ଆଗରେ ୨୮୯ ଟାର୍ଗେଟ

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here