ଆଜି ଜିତିଲେ କ୍ୱାର୍ଟର ଫାଇନାଲରେ କରିବ ପ୍ରବେଶ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବିଶ୍ୱ ପୁରୁଷ ହକି କପର ପଂଚମ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯିବ ବୋଲି ସୂଚନା ମିଳିଛି । ପୁଲ-ସିର ଦ୍ୱିତୀୟ ରାଉଣ୍ଡ ମ୍ୟାଚ ଅପରାହ୍ନ ୫ ଟାରେ କାନାଡା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ବେଳେ ସଂଧ୍ୟା ୭ଟାରେ ପ୍ରିକ୍ୱାର୍ଟର ମ୍ୟାଚରେ ଘରୋଇ ଦଳ ଭାରତ ଭ୍ରମଣକାରୀ ଦଳ ବେଲ୍‌ଜିୟମ୍‌କୁ ଭେଟିବ ବୋଲି ସୂଚନା ମିଳିଛି । ଭାରତ ପ୍ରଥମ ମ୍ୟାଚ୍‌ ଜିତି ୩ ପଏଁଟ ହାସଲ କରି ତାଲିକାର ଶୀର୍ଷ ସ୍ଥାନରେ ରହିଛି । ଉଦଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲ୍‌ରେ ହରାଇ ବଡ଼ ବିଜୟ ଲାଭ କରିଥିଲା । ସେହିପରି ବେଲଜିୟମ ମଧ୍ୟ କାନାଡାକୁ ୨-୧ରେ ହରାଇ ପ୍ରି କ୍ୱାର୍ଟର ଖେଳିବାର ମାନ୍ୟତା ହାସଲ କରିଥିଲା । ବେଲଜିୟମକୁ ଟକ୍କର୍‌ ଦେବାକୁ ମନଦୀତ ସିଂଙ୍କ ତତ୍ୱାବଧାନରେ ଭାରତୀୟ ଦଳ ପ୍ରସ୍ତୁତ ରହିଥିବାର ସୂଚନା ମିଳିଛି । ଘରୋଇ ମାଟିରେ ବର୍ତ୍ତମାନ ସୁଦ୍ଧା ଶୀର୍ଷସ୍ଥାନ ଅଳଂକୃତ କରିଥିବା ଭାରତୀୟ ଦଳକୁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକମାନେ ଉତ୍ସାହିତ କରିବାକୁ ପ୍ରସ୍ତୁତ ରହିଛନ୍ତି । ଆଜିର ମ୍ୟାଚ୍‌ ଯେଉଁ ଦଳ ଜିତିବ ସିଧାସଳଖ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବ । କ୍ୱାର୍ଟର୍‌ ଫାଇନାଲକୁ ଯିବାକୁ ଲକ୍ଷ୍ୟ ରହିଥିବା ଭାରତୀୟ ଦଳ କୋଚ ହରୀନ୍ଦ୍ର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଶ୍ୱକପରେ ୯୨ମ୍ୟାଚରୁ ଭାରତ ୪୦ଟି ମ୍ୟାଚ ଜିତିଥିବାବେଳେ ବେଲଜିୟମ ୩୭ଟି ମ୍ୟାଚ ଖେଳି ୧୦ ଟିରେ ବିଜୟ ହାସଲ କରିଥିଲା । ତେବେ ଆଜି ଭାରତକୁ ଯେପରି ହେଉ ଜିତିବାକୁ ପଡିବ ବୋଲି ସର୍ବମୁଖରେ ଆଲୋଚନା ହେଉଛି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here