ବଲିଉଡରେ ରୋଗର ଛାୟା, ଗୋଟେ ପରେ ଗୋଟେ ଅଭିନେତ୍ରୀଙ୍କ ରୋଗ ହେଉଛି ଭାଇରାଲ, ଏଥର ପାଳି ଶ୍ରଦ୍ଧା କପୁରଙ୍କର ….

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ, ବଲିଉଡରେ କିଛିଦିନ ହେବ ଅଦ୍ଦୁତ ଓ ବଡବଡ ରୋଗର ନାଁ ଶୁଣିବାକୁ ମିଳୁଛି । ପ୍ରଥମେ ସୋନାଲୀ ବେନ୍ଦ୍ରୀ, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପଡାଙ୍କ ରୋଗ ପଦାକୁ ଆସିଥିବା ବେଳେ ଏବେ ଆସିଛି “ଆଶିକି ୨” ର ହିରୋଇନ ତଥା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁରଙ୍କର । ତାଙ୍କୁ “ଏଞ୍ଜାଇଟି” ନାମକ ରୋଗ ହୋଇଥିବା ସେ ନିଜେ କହିଛନ୍ତି । ଏହି ଖବର ମିଳିବା ପରେ ସାରା ବଲିଉଡ ଜଗତ ସହ ତାଙ୍କ ଫ୍ୟାନ୍ ମାନଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ସେ ଏକ ମିଡିଆ ସମ୍ମିଳନୀରେ କହିଛନ୍ତି ଯେ, ଗତ କିଛି ବର୍ଷ ହେବ “ଏଞ୍ଜାଇଟି”ରୋଗ ସହ ସିଏ ଲଗାତାର ଲଢୁଛନ୍ତି । ପ୍ରତ୍ୟେକ ଦିନ ନିଜକୁ ମୋଟିଭେଟ୍ କରୁଛି । ତେବେ ଏହି ଲଢିବା ସେ ସକରାତ୍ମକ ରୂପେ ନେଉଛନ୍ତି । ସେ କାମରୁ ଫୁରସତ ପାଇଲେ ବୁଲିବାକୁ ଯାଉଛନ୍ତି, ସାଙ୍ଗମାନଙ୍କ ଛୁଟି କାଟୁଛନ୍ତି ଏବଂ ଅଧିକରୁ ଅଧିକ ସମୟ ଘ

ର ଲୋକଙ୍କୁ ଟାଇମ ଦେଉଛନ୍ତି । ମନକୁ ଶାନ୍ତ କରିବା ପାଇଁ ପ୍ରଚୁର ହସୁଛନ୍ତି ଏବଂ ପ୍ରକୃତିକୁ ଉପଭୋଗ କରୁଛି ।
ଏଥିସହ କହି ରଖୁଛି ଯେ, ଶ୍ରଦ୍ଧା କପୁର ବଲିଉଡର ଏକ ସୁନାମଧନ୍ୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ସେ ଗୋଟେ ପରେ ଗୋଟେ ଦର୍ଶକଙ୍କୁ ସୁପର ହିଟ ଫିଲ୍ମ ଭେଟି ଦେଇଥାନ୍ତି । କିଛିଦିନ ତଳେ ତାଙ୍କର ସ୍ତ୍ରୀ ମୁଭି ୧୦୦ କୋଟିରୁ ଅଧିକ ଆୟ କରିଥିଲା । ଯାହାକି ବକ୍ସ ଅଫିସରେ ଛାୟୀ ଯାଇଥିଲା । ଗତ ଶୁକ୍ରବାର ଆଉ ଏକ ଫିଲ୍ମ “ବର୍ତ୍ତି ଗୁଲ ମିଟର ଚାଲୁ” ମୁଭି ମଧ୍ୟ ପରଦାକୁ ଛୁଇଁଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here