ଆଇସିସିଆର ଓଡିଶା ଆଂଚଳିକ କାର୍ଯ୍ୟାଳୟ କଲିକତା ସ୍ଥାନାନ୍ତରଣ ହେବନାହିଁ-ଆଇସିସିଆର ଅଧ୍ୟକ୍ଷ

1

ଭୁବନେଶ୍ୱର: ଇଣ୍ଡିଆନ କାଉନସିଲ ଫର କଲଚରାଲସ ରିଲେସନସ (ଆଇସିସିଆର)ର ଓଡିଶା ସ୍ଥିତ ଆଂଚଳିକ କାର୍ଯ୍ୟାଳୟକୁ ବନ୍ଦ କରାଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତର ଦେଇ ସ୍ପଷ୍ଟ କରିଛନ୍ତି ଆଇସିସିଆର ଅଧ୍ୟକ୍ଷ ତଥା ସାଂସଦ ବିନୟ ସହସ୍ରବୁଦେ୍ଧ । ଆଇସିସିଆରକୁ ବନ୍ଦ କରିବାକୁ ବିରୋଧ କରି ଭୁବନେଶ୍ୱରରେ କାଯ୍ୟରତ ସଂସ୍ଥାର କର୍ମଚାରୀ ମାନଙ୍କ ଦାବିପତ୍ରକୁ ଆଇସିସିଆର ଅଧ୍ୟକ୍ଷଙ୍କୁ ପ୍ରେରଣ କରିବା ସହିତ ନିଆଯାଇଥିବା ନିଷ୍ପତିର ପୁନବିଚାର କରିବା ପାଇଁ ପତ୍ର ଲେଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ଏହି କେନ୍ଦ୍ରକୁ ଚାଲୁ ରଖିବା ସହ ଅଧିକ ପ୍ରୋତ୍ସାହନ ଦେବାପାଇଁ ସେ ଏହି ପତ୍ରରେ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର ପାଇବା ପରେ ଆଇସିସିଆରର ଅଧ୍ୟକ୍ଷ ତଥା ସାଂସଦ ବିନୟ ସହଶ୍ରବୁଦେ୍ଧ ଭୁବନେଶ୍ୱର ସ୍ଥିତ ଏହି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ କୌଣସି ନିଷ୍ପତି ହୋଇନାହିଁ ବୋଲି ତତ୍କ୍ଷଣାତ୍ ତାଙ୍କ ଉତରରେ କହିଛନ୍ତି ।

ଆଇସିସିଆର ଓଡିଶା ଆଂଚଳିକ କାର୍ଯ୍ୟାଳୟକୁ କଲିକତା ସ୍ଥାନାନ୍ତରଣ ପ୍ରସଙ୍ଗ
ସ୍ଥାନାନ୍ତରଣ ହେବନାହିଁ , ଧର୍ମେନ୍ଦ୍ରଙ୍କ ପତ୍ରର
ଉତର ଦେଇ ସ୍ପଷ୍ଟ କଲେ ଆଇସିସିଆର ଅଧ୍ୟକ୍ଷ
ଓଡିଶା ଐ÷ତିହ ସମ୍ପନ୍ନ ରାଜ୍ୟ ହୋଇଥିବାରୁ ଆଇସିସିଆର ଅଫିସ ରହିବା ଜୁରରୀ : ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀ ପ୍ରଧାନଙ୍କ ପତ୍ରର ଉତରରେ ଶ୍ରୀ ସହଶ୍ରବୁଦେ୍ଧ କହିଛନ୍ତି ଦେଶ ତମାମ ଚାଲୁଥିବା ଆଇସିସିଆର କେନ୍ଦ୍ର ଗୁଡିକର ସମୀକ୍ଷା କରାଯାଇଛି । ମାତ୍ର ପ୍ରଧାନଙ୍କୁ ପତ୍ର ଲେଖି ସେ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ସ୍ଥିତ ଏହି କେନ୍ଦ୍ରକୁ ବନ୍ଦ କରିବା ପାଇଁ କୌଣସି ନିଷ୍ପତି ନିଆଯାଇନାହିଁ । ବାର୍ଷିକ ଯୋଜନା ଆଧାରରେ ଆଇସିସିଆର କେନ୍ଦ୍ର ଗୁଡିକ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସହଶ୍ରବୁଦେ୍ଧ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଲେଖିଥିଲେ ରାଜଧାନୀ ଭୁବନେଶ୍ୱରର ପଳାସପଲୀ ଠାରେ ୨୦୦୯ ମସିହାରୁ ଏହି କାର୍ଯ୍ୟାଳୟ କାମ କରି ଆସୁଛି । ଓଡିଶାର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହି ଅଫିସର ଭୂମିକା ରହିଛି । ଏହି ଅଫିସ ଓଡିଶାର ସଂସ୍କୁତିର ବିକାଶ ସହ ବିଦେଶରେ ମଧ୍ୟ ଓଡିଶା ସଂସ୍କୃୁତିର ପ୍ରଚାର ପାଇଁ କାମ କରି ଆସୁଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ । ଶ୍ରୀ ପ୍ରଧାନଙ୍କୁ ଦିଆଯାଇଥିବା ଏକ ଆବେଦନରେ ଏହିଠାରେ କାମ କରୁଥିବା କର୍ମଚାରୀମାନେ ଏହାକୁ କଲିକତାକୁ ଉଠାଇ ନିଆଯାଉଥିବାର ନିଷ୍ପତି ହୋଇଥିବା ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here